ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକ ସାମ୍ବାଦିକ ସଙ୍ଘ ଗଠିତ

କୋକସରା,୨୨/୫-ମ ନି ସ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ରବିବାର ଦିନ କୋକସରା ବ୍ଲକ ର କାର୍ଯ୍ୟରତ ପ୍ରିଣ୍ଟ, ବୈଦ୍ୟୁତିକ, ୱେବ ମିଡ଼ିଆ ସାମ୍ବାଦିକ ସମୂହ ଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ସୁଧାରାମ ସରାଫ ଙ୍କ ସଭାପତିତ୍ୱ ରେ କୋକସରା ବ୍ଲକର ନୂତନ ସାମ୍ବାଦିକ ସଙ୍ଘ ଗଠନ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ସର୍ଵ ସମ୍ମତି କ୍ରମେ କୋକସରା ବ୍ଲକ ସାମ୍ବାଦିକ ସଙ୍ଘର ସଭାପତି ଭାବେ ଶରତ ଚନ୍ଦ୍ର ରାଉତ, ଉପ ସଭାପତି ଚକ୍ରଧର ବେଶ୍ରା, ସମ୍ପାଦକ ସନତ କୁମାର ପ୍ରଧାନୀ, ସହ ସମ୍ପାଦକ ହିରଣ୍ୟ ବେହେରା, କୋଷାଧ୍ୟକ୍ଷ ବିନୋଦ କୁମାର ପଟେଲ, ମିଡ଼ିଆ ସେଲ ପ୍ରଭାରି ଜଗଦୀଶ ନାଏକ, ସାଙ୍ଗଠାନିକ ସମ୍ପାଦକ ଦୁଷ୍ମନ୍ତ କୁମାର ପାଟଯୋଷୀ ଙ୍କୁ ମନୋନୀତ କରାଯାଇଛି। ସଙ୍ଘ ର ଉପଦେଷ୍ଟା ଭାବେ ସୁଧାରାମ ସରାଫ ଓ ଭଦ୍ରାଞ୍ଚଳ ନାଏକ ଙ୍କୁ ଦାୟିତ୍ୱ ଦିଆଯାଇଛି। ଜଗା ପଟ୍ଟନାୟକ ବଂଶୀଧର ବେଶ୍ରା, ଦେବେନ୍ଦ୍ର ସାଗର, ତୁଲାରାମ ବେହେରା, ଧର୍ମେନ୍ଦ୍ର ଦାସ, ବସନ୍ତ ସରାବୁ, ତ୍ରିଲୋକ୍ୟ ବେଶ୍ରା, ରାଧାକାନ୍ତ ହଂସ, ଯୋଗେନ୍ଦ୍ର ବାରିକ, ପ୍ରଦୀପ କୁମାର ସିଂ ପ୍ରମୁଖ ସଙ୍ଘ ର ସକ୍ରିୟ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି।

Related posts

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ୨ ଅଭିଯୁକ୍ତ ଗିରଫ

Sunil Chandra Nayak

ରାଇରଙ୍ଗପୁରରେ ଧୁମ୍ କ୍ଲବ ଆନୁକୁଲ୍ୟରେ ୧୦ ମ ବାର୍ଷିକ ଗଜାନନ ପୂଜା

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା ମାଆ ବିରଜାଙ୍କ ବିଶେଷ ପାର୍ବଣ

Sunil Chandra Nayak

Leave a Comment

error: Content is protected !!