ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ସିଦ୍ଧ ବଳରାମଜୀଉ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ,କାର୍ତ୍ତିକ ମାସର ରମା ଏକାଦଶୀ ନୀତି ପାଳିତ ,୨- ବାଉତୀ ବଜାର ଫଟାବନ୍ଧରେ ମା’ ମହାଲକ୍ଷ୍ମୀଙ୍କ ୧୪ତମ ପୂଜା ଉଦ୍‌ଯାପିତ, ମା’ଙ୍କୁ ଦିଆଗଲା ମେଲାଣି 

ସିଦ୍ଧ ବଳରାମଜୀଉ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ,କାର୍ତ୍ତିକ ମାସର ରମା ଏକାଦଶୀ ନୀତି ପାଳିତ

ଢେଙ୍କାନାଳ: ଢେଙ୍କାନାଳ କୈବଲ୍ୟ ବଜାରସ୍ଥିତ ପ୍ରଭୁ ଶ୍ରୀ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ କାର୍ତ୍ତିକ ମାସର ପବିତ୍ର ରାମ ଏକାଦଶୀ ନୀତି ଶ୍ରଦ୍ଧା ଓ ଭକ୍ତିଭାବର ସହ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରଭାତରୁ ମନ୍ଦିରରେ ବିଭିନ୍ନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା।

ପ୍ରଥମେ ମଙ୍ଗଳ ଆଳତି ପରେ ମହାପ୍ରଭୁଙ୍କ ସ୍ନାନ, ନୂତନ ବସ୍ତ୍ର ପରିଧାନ, ତୁଳସୀ ହାର ଓ ପୁଷ୍ପ ହାର ଲାଗି କରାଯାଇଥିଲା। ଏହାପରେ ବଲ୍ଲଭ ଭୋଗ ଅର୍ପଣ କରାଯାଇଥିଲା। ପୂର୍ବାହ୍ନ ୧୦ଟା ସମୟରେ ଖେଚେଡ଼ି ଭୋଗ ଲାଗି ହୋଇଥିବାବେଳେ ମଧ୍ୟାହ୍ନରେ ଅନ୍ନ ଧୂପ ନୀତି ସମ୍ପନ୍ନ ହୋଇଥିଲା।

ସେହିପରି ସନ୍ଧ୍ୟାରେ ଆଳତି ଏବଂ ରାତ୍ରିରେ ରାତ୍ର ଧୂପ ପରେ ଏକାଦଶୀ ବେଢ଼ା ନୀତି ଅନୁଷ୍ଠିତ ହେବ। ଏହାପରେ ମନ୍ଦିର ଶିଖରକୁ ମହାଦୀପ ଉଠିବା ସହ ମହାପ୍ରଭୁଙ୍କ ପହଡ଼ ପଡ଼ିବ।ଏହି ପବିତ୍ର ନୀତିକାନ୍ତି ପୂଜକ ଶ୍ରୀବତ୍ସ ମିଶ୍ର, ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର ଓ ବ୍ରଜମୋହନ ମହାପାତ୍ର, କାହାଳିଆ ଟିକନ ବେହେରା ଏବଂ ମନ୍ଦିର ଜିମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ମନ୍ଦିରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବାବେଳେ ମହାପ୍ରଭୁଙ୍କ ଦର୍ଶନ କରି ଭକ୍ତମାନେ ଆଶୀର୍ବାଦ ଲାଭ କରିଥିଲେ।

ବାଉତୀ ବଜାର ଫଟାବନ୍ଧରେ ମା’ ମହାଲକ୍ଷ୍ମୀଙ୍କ ୧୪ତମ ପୂଜା ଉଦ୍‌ଯାପିତ, ମା’ଙ୍କୁ ଦିଆଗଲା ମେଲାଣି 

ଢେଙ୍କାନାଳ ସହର ବାଉତୀ ବଜାର ଫଟାବନ୍ଧଠାରେ ମହାଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଯାଇଛି ୧୪ତମ ଶ୍ରୀଶ୍ରୀ ମହାଲକ୍ଷ୍ମୀ ପୂଜାର ଭସାଣି ଉତ୍ସବ।

ଗତ ୨୫ ତାରିଖରୁ ଆରମ୍ଭ ହୋଇଥିବା ମା’ଙ୍କ ଏହି ପୂଜା ଦୀର୍ଘଦିନ ଧରି ଭକ୍ତିମୟ ପରିବେଶରେ ଚାଲିଥିବା ବେଳେ ୩ ତାରିଖରେ ବିଧିବିଧାନ ଅନୁସାରେ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଥିଲା।ଆଜି ମା’ଙ୍କ ଭସାଣି ଉତ୍ସବ ଅବସରରେ ବିଭିନ୍ନ ବାଦ୍ୟଯନ୍ତ୍ର ଓ ରୋଷଣୀର ତାଳେ ତାଳେ ଭକ୍ତମାନେ ମା’ଙ୍କୁ ଭାବପୂର୍ଣ୍ଣ ବିଦାୟ ଜଣାଇଥିଲେ। ଏହି ପୂଜାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ପ୍ରତିଷ୍ଠାନର ସଭାପତି ପ୍ରଫେସର ଡାକ୍ତର ପ୍ରମୋଦ କୁମାର ନାୟକ ଓ ସମ୍ପାଦକ ଜୟନ୍ତ କୁମାର ଦାଶ। ଏଥିରେ କୋଷାଧ୍ୟକ୍ଷ ଶ୍ରୀକାନ୍ତ ନାଏକ, ସହସମ୍ପାଦକ ଦ୍ୱିଜବର ନାଏକଙ୍କ ସମେତ ଅନ୍ୟ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। ପୂଜକ ବିକାଶ କୁମାର ରଥ ମା’ଙ୍କ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ମା’ ମହାଲକ୍ଷ୍ମୀଙ୍କ ଏହି ଭସାଣି ଉତ୍ସବରେ ଭକ୍ତି, ଆନନ୍ଦ ଓ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିଲା। ଏହା ସହିତ ମା’ଙ୍କ ଆଗମନୀ ଓ ପୂଜାର ସ୍ମୃତିକୁ ମନରେ ସାଇତି ରଖି ଭକ୍ତମାନେ ମା’ଙ୍କୁ ଆସନ୍ତା ବର୍ଷ ପୁଣି ଆସିବାକୁ ପ୍ରାର୍ଥନା କରିଥିଲେ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ପାଣିସାଉଁଳି ଶିକ୍ଷା କେନ୍ଦ୍ରର ବାର୍ଷିକ ଅନୁଷ୍ଠିତ

masiha

ଜାତୀୟ ସେବା ଯୋଜନା ପକ୍ଷରୁ ସଡ଼କ ନିରାପତ୍ତା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ

masiha

Adult literacy school opening at Kantajhar

Sunil Chandra Nayak

Leave a Comment

error: Content is protected !!