ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲାରେ ଜିଏସଟି ଆଉଟରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲାରେ ଜିଏସଟି ଆଉଟରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା: ଜିଏସଟି ଓ କେନ୍ଦ୍ରୀୟ ଅବକାରୀ ବିଭାଗ, ରାଉରକେଲା ପକ୍ଷରୁ ଏକ ଜିଏସଟି ଆଉଟରିଚ୍ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ୫୭ତମ ଜିଏସଟି ପରିଷଦ ସୁପାରିଶ ପରେ ଜିଏସଟି ଆଇନରେ ହୋଇଥିବା ସଂଶୋଧନକୁ ସହଜରେ ବୁଝାଇବା ଓ କରଦାତାଙ୍କ ସମସ୍ୟା ସମାଧାନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଏସଟି ଓ କେନ୍ଦ୍ରୀୟ ଅବକାରୀ, ରାଉରକେଲା କମିଶନରେଟ୍ ର କମିଶନର ଭି. ପାଣ୍ଡିରାଜା, ଆଇଆରଏସ୍ ଯୋଗ ଦେଇଥିଲେ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଆରସିସିଆଇ ସଭାପତି ମଳୟ ମଣ୍ଡଳ, ଅତିରିକ୍ତ କମିଶନର ଅଜୟ କୁମାର ମଜୁମଦାର, ଆଡଭୋକେଟ୍ ଟ୍ୟାକ୍ସ ବାର୍ ଆସୋସିଏସନ୍ ସଭାପତି ପି.କେ. ରାଉତ, ସିଏ ଆସୋସିଏସନ୍ ସଭାପତି ପଙ୍କଜ ଗର୍ଗ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଜିଏସଟି ଆଇନରେ ନୂଆ ସଂଶୋଧନ ଓ ବ୍ୟବସାୟୀଙ୍କ ଉପରେ ଏହାର ପ୍ରଭାବ ବିଷୟରେ ପାୱାର ପଏଣ୍ଟ ମାଧ୍ୟମରେ ବୁଝାଯାଇଥିଲା। ଏହାପରେ ପ୍ରଶ୍ନୋତ୍ତର ପର୍ବ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବ୍ୟବସାୟୀ ଓ ଟ୍ୟାକ୍ସ ବିଶେଷଜ୍ଞମାନେ ନିଜ ସନ୍ଦେହ ପଚାରିଥିଲେ ଓ ବିଭାଗୀୟ ଅଧିକାରୀମାନେ ସେଗୁଡ଼ିକର ସମାଧାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫୦ ଜଣ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ଆରସିସିଆଇ ର ପୂର୍ବତନ ସଭାପତି, କାର୍ଯ୍ୟକାରିଣୀ ସଦସ୍ୟ, ଜିଏସଟି ବିଭାଗୀୟ ଅଧିକାରୀ, ଆଇନଜୀବୀ, ଟ୍ୟାକ୍ସ ବିଶେଷଜ୍ଞ ଓ ବ୍ୟବସାୟୀ ସାମିଲ ଥିଲେ।ଶେଷରେ ଜିଏସଟି ବିଭାଗ, ଟ୍ୟାକ୍ସ ବିଶେଷଜ୍ଞ ଓ ସମସ୍ତ ଅଂଶଗ୍ରହଣ କାରୀଙ୍କୁ ଧନ୍ୟବାଦ ଦିଆଯାଇ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଜେନ୍ଦ୍ର ରାଉତ ଙ୍କ ସହିଦ ସପ୍ତାହ ପାଳନ ଓ ନଗର ପରିକ୍ରମା

masiha

Self-Defense Training Program Organized by Shaktishree of Sanatan Harichandan College.

Sunil Chandra Nayak

ଏକ ପେଡ଼ ମା’ଙ୍କ ନାମ – ୨.୦ ରାୟଗଡାରେ ୧୭ ସେପ୍ଟେମ୍ବରରେ ହେବ ଏକଦିବସୀୟ ସମୂହ ବୃକ୍ଷରୋପଣ

Sunil Chandra Nayak

Leave a Comment

error: Content is protected !!