ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ହବିଷିଆଳିଙ୍କ ଗହଣରେ ଧର୍ମପତ୍ନୀଙ୍କ ସହିତ ବିଧାୟକ ଦୁର୍ଗା ତନ୍ତୀ , ୨- ଚିକିତ୍ସାରେ ଅର୍ଥ ସାଜିଥିଲା ବାଧକ ବିଧାୟକ ଦୁର୍ଗା ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ଚିକିତ୍ସା ପାଇଁ ଭୁବନେଶ୍ବର ଗଲେ ପ୍ରୀତି

ହବିଷିଆଳିଙ୍କ ଗହଣରେ ଧର୍ମପତ୍ନୀଙ୍କ ସହିତ ବିଧାୟକ ଦୁର୍ଗା ତନ୍ତୀ

ରାଉରକେଲା : ବର୍ତ୍ତମାନ ପବିତ୍ର କାର୍ତ୍ତିକ ମାସ ଚାଲିଥିବା ବେଳେ ଇସ୍ପାତ ସହରାଞ୍ଚଳର ସେକ୍ଟର-୩ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ସହରର ବିଭିନ୍ନ ସ୍ଥାନରୁ ଆସି ରହୁଥିବା ମା-ମାଉସୀ ମାନେ ଏକମାସର ବ୍ରତ ରଖି ନିତ୍ୟ ଭଗବାନଙ୍କ ନିକଟରେ ପୂଜାର୍ଚ୍ଚନା କରୁଛନ୍ତି । ଆଜି ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ନିଜ ଧର୍ମପତ୍ନୀ ସୁଚୀତ୍ରା ତନ୍ତୀଙ୍କ ସହିତ ମନ୍ଦିର ପରିସରରେ ରହୁଥିବା ହବିଷିଆଳୀ କାର୍ତ୍ତିକ ବ୍ରତଧାରୀଙ୍କ ନିକଟରେ ପହଞ୍ଚିଥିଲେ । ଆଜି ପବିତ୍ର ଏକାଦଶୀ ତିଥି ଅବସରରେ ହବିଷିଆଳୀ ମାନଙ୍କୁ ବିଧାୟକ ଶ୍ରୀ ତନ୍ତୀ ଏବଂ ତାଙ୍କ ଧର୍ମପତ୍ନୀ ସୁଚିତ୍ରା ତନ୍ତୀ ଫଳ ବଣ୍ଟନ କରିବା ସହିତ ସେମାନଙ୍କ ଗହଣରେ କିଛି ସମୟ ଅତିବାହିତ କରି ହବିଷିଆଳୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।

ଚିକିତ୍ସାରେ ଅର୍ଥ ସାଜିଥିଲା ବାଧକ
ବିଧାୟକ ଦୁର୍ଗା ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ଚିକିତ୍ସା ପାଇଁ ଭୁବନେଶ୍ବର ଗଲେ ପ୍ରୀତି

ରାଉରକେଲା : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳ ଅନ୍ତର୍ଗତ ସେକ୍ଟର-୬ ପି ଏଣ୍ଡ ଟି କଲୋନୀରେ ରହୁଥିବା ୨୦ବର୍ଷ ବୟସ୍କ ଯୁବକ ପ୍ରୀତି ପ୍ରଭଞ୍ଜନ ରାଉଳ ପିଲାଟି ଦିନରୁ ଫେଲେରିଆ ରୋଗର ଶିକାର ହୋଇ ବାମ ଗୋଡଟି ମାତ୍ରାଧିକ ଫୁଲି ମୋଟା ହୋଇଯାଇଛି । ଯେଉଁଥିପାଇଁ ପ୍ରୀତି ପ୍ରଭଞ୍ଜନ ନିଜର ଦୈନନ୍ଦିନ କାର୍ଯ୍ୟ ସମ୍ପାଦନା କରିବାରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରୀତିଙ୍କ ବାପାଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ପ୍ରିତି ନିଜ ଗୋଡ଼ର ଚିକିତ୍ସା ରାଜ୍ୟ ସରକାରଙ୍କ ଦ୍ବାରା ମିଳିଥିବା ଆୟୁଷ୍ମାନ କାର୍ଡ ମାଧ୍ୟମରେ କରାଇଆସୁଥିଲେ । ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥିତ ଏମ୍ସକୁ ଯିବା ପାଇଁ ପ୍ରୀତି ପ୍ରଭଞ୍ଜନ ସ୍ଥିର କରିଥିଲେ ।ଏଥିପାଇଁ ଅର୍ଥ ବାଧକ ସାଜିଥିବା ବେଳେ ପ୍ରୀତିଙ୍କ ବାପା ପ୍ରଦୀପ କୁମାର ରାଉଳ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧକ୍ଷ ଦୁର୍ଗା ଚରଣ ତନ୍ତୀଙ୍କୁ ଦୁଇଦିନ ତଳେ ସାକ୍ଷାତ କରି ଭୁବନେଶ୍ୱର ଏମ୍ସକୁ ଅଧିକ ଚିକିତ୍ସା ପାଇଁ ଯିବାର ବ୍ୟବସ୍ଥା କରିଦେବା ପାଇଁ ଅନୁରୋଧ କରିଥିଲେ । ପ୍ରଦୀପଙ୍କ କଥା ଶୁଣିବା ପରେ ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନାର ବରିଷ୍ଟ ଅଧିକାରୀଙ୍କ ସହିତ ଏ ସମ୍ବନ୍ଧରେ କଥା ହୋଇ ତୁରନ୍ତ ପ୍ରୀତିଙ୍କୁ ଭୁବନେଶ୍ୱର ଏମ୍ସକୁ ନେବାପାଇଁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରିବା ପାଇଁ କହିଥିଲେ । ବିଧାୟକ ଶ୍ରୀ ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ଫେଲେରିଆ ରୋଗରେ ଆକ୍ରାନ୍ତ ପ୍ରୀତି ପ୍ରଭଞ୍ଜନ ରାଉଳ ଶେଷରେ ଗତକାଲି ଆମ୍ବୁଲାନ୍ସ ମାଧ୍ୟମରେ ଭୁବନେଶ୍ୱର ଏମ୍ସକୁ ଯାଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଇନ ମହାବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା

Sunil Chandra Nayak

ପ୍ରଶାସନର ଚରମ ଅବହେଳାରୁ ପୋଲ ନିର୍ମାଣର ୫ ବର୍ଷ ହେଲା ଅଧପନ୍ତରିଆ ଭାବରେ ପଡିରହିଛି

Sunil Chandra Nayak

ରାୟଗଡ଼ ପୌରପରିଷଦ ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ “ଅଙ୍ଗୀକାର-୨୦୨୫” ଶିବିର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!