ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସନ୍ତା ଡିସେମ୍ବର ୧ରୁ ଡଙ୍ଗରଗଡ଼ ମହୋତ୍ସବ କଳା, ସଂସ୍କୃତି ଓ ପର୍ଯ୍ୟଟନ ସାଜିବ ମୁଖ୍ୟ ଆକର୍ଷଣ

ଆସନ୍ତା ଡିସେମ୍ବର ୧ରୁ ଡଙ୍ଗରଗଡ଼ ମହୋତ୍ସବ
କଳା, ସଂସ୍କୃତି ଓ ପର୍ଯ୍ୟଟନ ସାଜିବ ମୁଖ୍ୟ ଆକର୍ଷଣ

ଭବାନୀପାଟଣା,୦୭/୧୧ (ମ ନି ସ)- କଳାହାଣ୍ଡି ଜିଲ୍ଲାର କଳା, ସଂସ୍କୃତି ଓ ପର୍ଯ୍ୟଟନର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ଆସନ୍ତା ଡିସେମ୍ବର ୧ ତାରିଖରୁ ଆୟୋଜିତ ହେବାକୁ ଯାଉଛି ଡଙ୍ଗରଗଡ଼ ମହୋତ୍ସବ। କଳା, ସଂସ୍କୃତି ଓ ପର୍ଯ୍ୟଟନର ଅନ୍ତଃସ୍ୱର ଭାବେ ସର୍ବବିଦିତ ଏହି ମହୋତ୍ସବ ସାରା ରାଜ୍ୟର ପର୍ଯ୍ୟଟନ ଆନ୍ଦୋଳନକୁ ଏକ ନୂଆ ଦିଗ ଦେଖାଇବ ବୋଲି ଆୟୋଜକଙ୍କ ସୂତ୍ରରୁ ସୂଚନା ମିଳିଛି।ଭବାନୀପାଟଣା ସଦର ବ୍ଲକ କଲମସ୍ଥିତ ଡଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟ ପକ୍ଷରୁ ଆସନ୍ତା ଡିସେମ୍ବର ୧ ତାରିଖରୁ ଏହି ମହୋତ୍ସବ ଆୟୋଜନ ହେବ। ଏହି ମହୋତ୍ସବ ଆୟୋଜନ ଦ୍ୱାରା କଳାହାଣ୍ଡିର ଐତିହ୍ୟ, ପରମ୍ପରା, ଲୋକକଳା ଓ ଧାର୍ମିକ ମହତ୍ତ୍ୱକୁ ଲୋକଲୋଚନକୁ ଆଣିବା ସହ ପର୍ଯ୍ୟଟନର ବିକାଶ ଦିଗରେ ଗୁରୁତ୍ୱ ଦିଆଯିବ। ମହୋତ୍ସବର ଆୟୋଜକ ଭାବେ ଡଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟର ସଭାପତି ଡ. ଭବାନୀ ଶଙ୍କର ନିଆଲ, ସଂପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ଟ୍ରଷ୍ଟ ସଦସ୍ୟ ମହେନ୍ଦ୍ର ବାଗ, କୀର୍ତ୍ତନ ମାଝୀଙ୍କ ସହିତ ଟ୍ରଷ୍ଟର ଅନ୍ୟ କର୍ମକର୍ତ୍ତା, କଲମ ଗ୍ରାମବାସୀଙ୍କ ସମେତ ଅଞ୍ଚଳବାସୀ ଏହି ମହୋତ୍ସବକୁ ନେଇ ବେଶ ଉତ୍ସାହିତ ଥିବାବେଳେ ଆୟୋଜନରେ ଲାଗି ପଡିଛନ୍ତି। ସେହିପରି ଐତିହାସିକ ପର୍ଯ୍ୟଟନସ୍ଥଳୀ ଡଙ୍ଗରଗଡ଼ ଜଳପ୍ରପାତ ସମେତ ଦଶରୁ ଉର୍ଦ୍ଧ୍ଵ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀର ବିକାଶ ଓ ଆଧ୍ୟାତ୍ମିକ ପର୍ଯ୍ୟଟନ ଉପରେ ପର୍ଯ୍ୟବେଶିତ ଏହି ମହୋତ୍ସବ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଡିସେମ୍ବର ୧ ତାରିଖରୁ ଅନୁଷ୍ଠିତ ହେବ ବୋଲି ଟ୍ରଷ୍ଟର ସଂପାଦକ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ସେହିପରି  ଏହି ମହୋତ୍ସବରେ ଅଞ୍ଚଳବାସୀ, କଳାପ୍ରେମୀ, ବୁଦ୍ଧିଜୀବୀ ଓ ପର୍ଯ୍ୟଟନପ୍ରେମୀଙ୍କ ସହଯୋଗ କାମନା କରାଯାଇଛି।

Related posts

ଧର୍ମଗଡ ଠାରେ ୮୦ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ଏକତ୍ର ରାଉରକେଲା ର ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୪ … ଅଷ୍ଟମ ଦିନ ପ୍ରୟାସ ର ନାଟକ ଗିରଫ ମଞ୍ଚସ୍ଥ 

masiha

ତେନ୍ତୁଳିଖୁଣ୍ଟି ବ୍ଲକ ରେ ନବରଙ୍ଗପୁର ଏମପି ଙ୍କ ମାରାଥନ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!