ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଅଞ୍ଚଳର ବିଜେଡି ନେତା ରତିକାନ୍ତ ପରୀକ୍ଷା ଙ୍କ ଦେହାନ୍ତ 

ରାଇରଙ୍ଗପୁର ଅଞ୍ଚଳର ବିଜେଡି ନେତା ରତିକାନ୍ତ ପରୀକ୍ଷା ଙ୍କ ଦେହାନ୍ତ 

ରାଇରଙ୍ଗପୁର – ୧୨/୧୧ ରାଇରଙ୍ଗପୁର ବିଜେଡି ନେତା ରତିକାନ୍ତ ପରୀକ୍ଷା( ୫୭) ଙ୍କ ର ବୁଧବାର ରାତି ୩ ଠାରେ ଭୁବନେଶ୍ଵରର କେପିଟାଲ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି ।ସେ ଦିର୍ଘଦିନ ହେଲା ଶାରିରୀକ ଅସୁସ୍ଥ ଥିଲେ ।ତାଙ୍କ ମରଶରୀରଭୁବନେଶ୍ବର ରାଇରଙ୍ଗପୁରର ତାଙ୍କ ବିକାଶ ନଗର ଵାସଭଵନକୁ ଗୁରୁବାର ରାତି ୭.୩୦ଟାରେ ଅଣା ଯାଇଥିଲା ।ସେ ଜଣେ ଅମାୟିକ, ସେନାପତି,ମିଷ୍ଟଭାଷୀ, ପରୋପକାରୀ ଦରଦି ମଣିଷ ଥିଲେ ।ରାଇରଙ୍ଗପୁର ଅଞ୍ଚଳରେ ସେ ରତିଆ ନନା ଭାବେ ପରିଚିତ ଥିଲେ ।ସାମ୍ବାଦିକତା ରୁ ବିଜେଡି ରାଜନେତା ହୋଇଥିଲେ ।ବିଜେଡି ସମୟରେ ସେ ବିଜୁ ସେତୁ ନିଗମର ଦାୟିତ୍ବରେ ରହିଥିଲେ ।ତାଙ୍କ ଦେହାନ୍ତରେ ରାଇରଙ୍ଗପୁରରେ ଶୋକରେ ଛାୟା ଖେଳିଯାଇଛି ।ତାଙ୍କର ପତ୍ନୀ ନନ୍ଦିନୀ ପଣ୍ଡା ଅଲ ଓଡ଼ିଶା ଅଙ୍ଗନବାଡ଼ି ର ରାଜ୍ୟ ସଭାନେତ୍ରୀ ଏବଂ ପୁତ୍ର ଅରିଜିତ୍ ପରୀକ୍ଷା ସାମ୍ବାଦିକତାରେ ଅଛନ୍ତି । ତାଙ୍କର ବଡ଼ଭାଇ ପ୍ରଶାନ୍ତ ପରୀକ୍ଷା ସେବା ନିବୃତ ଅଧ୍ୟାପକ ଥିଲେ ।ତାଙ୍କର ମଝିଆ ଭାଇ ସୁଶାନ୍ତ ପରୀକ୍ଷା ସେବା ନିବୃତ ପ୍ରଧାନ ଶିକ୍ଷକ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ରାଇରଙ୍ଗପୁର ସାମ୍ବାଦିକ ପରିବାର, ଅଙ୍ଗନବାଡ଼ି କର୍ମୀ, ବିଜେଡ଼ିର ନେତୃବୃନ୍ଦ ତାଙ୍କ ବିକାଶ ନଗର ବାସ ଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ତଦସ଼ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ ।ତାଙ୍କ ମର ଶରୀରକୁ ରାଇରଙ୍ଗପୁର ସ୍ଵର୍ଗଦ୍ଵାରକୁ ନିଆଯାଇଥିଲା ।ସେଠାରେ ତାଙ୍କର ଏକମାତ୍ର ପୁତ୍ର ଅରିଜିତ ପରୀକ୍ଷା ମୁଖାଗ୍ନି ଦେଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ବ୍ଳକ ସ୍ତରୀୟ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ

masiha

ଓଡ଼ିଶା ସୀମାନ୍ତରେ ଡ୍ରାଇଭର ମହାସଂଘର ଧର୍ମଘଟ 

Sunil Chandra Nayak

ସ୍ଥାପତ୍ୟ ଙ୍କ ଦ୍ବିଦିବସୀୟ ଜାତୀୟ ସମ୍ମିଳନୀ 

masiha

Leave a Comment

error: Content is protected !!