ବନ୍ଧୁଗାଁ ବ୍ଲକର କାହ୍ନୁ ବେହେରା ହେଲେ ବିଜୁ ଯୁବ ଜନତା ଦଳର ସଭାପତି
ବନ୍ଧୁଗାଁ ତା ୧୫/୧୧/୨୬ବନ୍ଧୁଗାଁ ବ୍ଲକର କାହ୍ନୁ ବେହେରା ହେଲେ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ମଧ୍ୟ ସେ ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ରହି ଥିଲେ। ସେ ଦୀର୍ଘ ବର୍ଷ ଧରି ସକ୍ରିୟ ଭାବେ ବିଜୁ ଜନତା ଦଳରେ ରହି କାର୍ଯ୍ୟ କରି ଆସୁଛନ୍ତି। ବ୍ଲକର ଯୁବକ ମାନଙ୍କୁ ବିଜୁ ଜନତା ଦଳ ପ୍ରତି ଆଣିବା ପୁଣି ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରି କାମ କରି ଆସୁଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଯୁବକ ମାନଙ୍କୁ ଏକାଠି କରି ସଂଗଠନକୁ ମଜଭୁତ କରି ବ୍ଲକ ପାଇଁ ତ୍ରିସ୍ତରୀୟ ନିର୍ଵାଚନର ପୂର୍ବ ବିଜୟ ବଜାଇ ରଖିବା ପାଇଁ ରଖି ପାରିବେ।ଏଥି ପାଇଁ ପୁନର୍ବାର ତାଙ୍କର ପୂର୍ବ ଅଭିଜ୍ଞତା ଓ ଦଳ ପ୍ରତି ରହିଥିବା ନିଷ୍ଠା କୁ ଦୃଷ୍ଟିରେ ରଖି ବିଜୁ ଯୁବ ଜନତା ଦଳର ବ୍ଲକ ସଭାପତି ଦାୟିତ୍ବ ପ୍ରଦାନ କରାଯାଇଛି। ଏଥିପାଇଁ ତାଙ୍କୁ କାହୁଁ ବେହେରା ଙ୍କୁ ଅନେକ ସ୍ଥାନରୁ ଶୁଭେଚ୍ଛା ର ସୁଅ ଛୁଟୁଛି। ନୂତନ ଦାୟିତ୍ୱ ମିଳିବା ପରେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ପୁଣି ବିଜେଡି ଜିଲ୍ଲା ସଭାପତି ଝିନ୍ ହିକକା ଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରିବା ସହ ନୂତନ ଦାୟିତ୍ୱ କୁ ବ୍ଲକର ସମସ୍ତ ବୁଦ୍ଧିଜୀବି, ବିଜେଡି ପ୍ରେମୀ ଓ କର୍ମକର୍ତ୍ତା ଙ୍କ ସହଯୋଗ ରେ ନିଷ୍ଠା ର ସହ ତୁଲାଇବେ ।ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର I
୧୭୬ ନୂତନ ହିତାଧିକାରୀ ଙ୍କୁ ମଧୁବାବୁ ଭତ୍ତା ପ୍ରଦାନ
ବନ୍ଧୁଗାଁ ତା ୧୩/୧୧/୨୬, କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାର୍ଯ୍ୟଳୟ ପରିସରରେ ନୂତନ ଭାବେ ମଞ୍ଜୁର ହୋଇଥିବା ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ବ୍ଲକର ୧୩ ଟି ପଞ୍ଚାୟତର ବାର୍ଦ୍ଧକ୍ୟ ୧୨୫ ଜଣ, ବିଧବା ୩୬ ଜଣ, ଅବିବାହିତ ୧୩ ଜଣ ସ୍ୱାମୀ ପରିତ୍ୟକ୍ତା ୭ ଜଣ, ବିକଳାଙ୍ଗ ୫ ଜଣ କରି ମୋଟ ୧୭୬ ଜଣ ନୂତନ ହିତାଧିକାରୀ ଭତ୍ତା ପାଇଛନ୍ତି। ଏହି ଅବସରରେ ଲକ୍ଷ୍ମୀପୁର ନିର୍ଵାଚନ ମଣ୍ଡଳୀର ପୂର୍ବତନ ବିଧାୟକ କୈଳାଶ ଓ ବିଜେପି ରାଜ୍ଯ ସ୍ତରୀୟ କାର୍ଯ୍ୟକାରୀ ସଦସ୍ୟ କୁଲେସିକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ହିତାଧିକାରୀ ଙ୍କୁ ଭତ୍ତା ଟଙ୍କା ପ୍ରଧାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଡ଼ିଓ ଅସିତ କୁମାର ମହାନ୍ତି, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା, କଂଗ୍ରେସ ବ୍ଲକ ସଭାପତି ଡି ଏଙ୍କାଟି, ବିଜେପି ଜିଲ୍ଲା କର୍ମକର୍ତ୍ତା ଶରତ ପାତ୍ର, ସରପଞ୍ଚ ଭାସ୍କର ପିଡିକା, ଶେଖର କଣ୍ଡାଗରି, ଗୌରୀ ମେଲେକା , ବିଜେପି ମଣ୍ଡଳ ସଭାପତି ଦାସ ମେଲେକା, ଜିତେନ୍ଦ୍ର ପିଡିକା , ପିଇଓ ବି ମହେଶ , ରାମ ମେଲେକା ପିଏ ଏସଏସଇପିଡି କାମେଶ ହାରାକା ସମେତ ବ୍ଲକର ଅନେକ କର୍ମଚାରୀ ଉପସ୍ଥିତ ଥିଲେ। ଆଜି ଯେଉଁ ମାନେ ନୂତନ ଭାବେ ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହିତାଧିକାରୀ ମାନେ ଭତ୍ତା ପାଇଥିବାରୁ ଖୁସି ପ୍ରକାଶ ହୋଇ ଥିଲେ। ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସୁଥିବା ଭତ୍ତା ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିବ ଏବଂ ରାଜ୍ଯ ସରକାରଙ୍କ ପକ୍ଷରୁ ଆସୁଥିବା ଭତ୍ତା ଟଙ୍କା ହିତାଧିକାରୀଙ୍କୁ ହାତରେ ଦିଆଯିବ ବୋଲି ପୂର୍ବତନ ବିଧାୟକ କୈଳାଶ ଜଣାଇଥିଲେ। ଏହି କାର୍ଯ୍ୟକ୍ରମକୁ ବି ଏସ ଏସ ଓ ଦୀପକ କୁମାର ବେହୁରିଆ ପରିଚାଳନା କରିଥିଲେ।
ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

