ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ନାଗରିକ ସଂଘ ର ନିଜସ୍ୱ ଗୃହ ନିର୍ମାଣ ପାଇଁ ଭୂମିପୂଜା ଓ ଭିତ୍ତିପ୍ରସ୍ତର ସ୍ଥାପନ 

ବରିଷ୍ଠ ନାଗରିକ ସଂଘ ର ନିଜସ୍ୱ ଗୃହ ନିର୍ମାଣ ପାଇଁ ଭୂମିପୂଜା ଓ ଭିତ୍ତିପ୍ରସ୍ତର ସ୍ଥାପନ 

ବାଲିଗୁଡ଼ା, ୧୬/୧୧: (ମନିସ): ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ଘଟାଇ ବାଲିଗୁଡ଼ା ଉପଖଣ୍ଡର ବରିଷ୍ଠ ନାଗରିକ ମାନଙ୍କ ପାଇଁ ନିର୍ମାଣ ହେବାକୁ ଯାଉଛି ଏକ ସ୍ଥାୟୀ ମିଳନସ୍ଥଳ। ଉପଖଣ୍ଡ ସ୍ତରୀୟ ବରିଷ୍ଠ ନାଗରିକ ସଂଘ, ବାଲିଗୁଡ଼ାର ନିଜସ୍ୱ କାର୍ଯ୍ୟାଳୟ ତଥା ମନୋରଞ୍ଜନ ଗୃହ ନିର୍ମାଣ ନିମନ୍ତେ ଭୂମିପୂଜା ଓ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି। ସଂଘର ସଭାପତି ଡଃ. ମଧୁସୂଦନ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ସଂଘର ସଦସ୍ୟ ଓ ସଦସ୍ୟା ମାନେ ବିପୁଳ ଉତ୍ସାହର ସହ ସାମିଲ ହୋଇଥିଲେ। ସଂଘ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରା ବାହାରି କୋର୍ଟ ନିକଟସ୍ଥ ଆମ୍ବତୋଟା ପାଖରେ ପହଞ୍ଚିଥିଲା। ସେଠାରେ ନିଜସ୍ୱ ଜମି ଉପରେ ପ୍ରସ୍ତାବିତ ଗୃହ ନିର୍ମାଣ ପାଇଁ ବିଧିବଦ୍ଧ ଭାବେ ଭୂମିପୂଜା ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏହି ଅବସରରେ ଟାଉନ ହଲ୍‌ଠାରେ ରାଜବୀର ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏକ ସ୍ୱତନ୍ତ୍ର ସଭା ଆୟୋଜିତ ହୋଇଥିଲା। ଟ୍ରଷ୍ଟର ଓଡ଼ିଶା ଶାଖା ନିର୍ଦ୍ଦେଶକ ଅମିତ ପଲାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୂମିପୂଜା ଓ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଶିଶୁ, ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଶ୍ରୀ ପଲାଇ ଉପସ୍ଥିତ ସମସ୍ତଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିଲେ। ନିର୍ମାଣ ହେବାକୁ ଥିବା ଏହି ଗୃହ କେବଳ ସଂଘର କାର୍ଯ୍ୟାଳୟ ମଧ୍ୟରେ ସୀମିତ ରହିବ ନାହିଁ, ବରଂ ବାଲିଗୁଡ଼ା ଉପଖଣ୍ଡର ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସାମାଜିକ ଓ ସାଂସ୍କୃତିକ କେନ୍ଦ୍ର ଭାବେ ପରିଚିତ ହେବ। ଏଠାରେ ନିୟମିତ ବୈଠକ, ଆଲୋଚନା, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମନୋରଞ୍ଜନର ସୁଯୋଗ ସୃଷ୍ଟି ହୋଇପାରିବ। ବୟସର ଅପରାହ୍ନରେ ଏକାକୀପଣ ଦୂର କରିବା ସହ ପରସ୍ପର ମଧ୍ୟରେ ଭାବ ଓ ଅନୁଭୂତି ବିନିମୟ ପାଇଁ ଏହି ଗୃହ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପାଲଟିବ ବୋଲି ଆଶା କରାଯାଉଛି। ସଂଘର ଦୀର୍ଘଦିନର ସ୍ୱପ୍ନକୁ ସାକାର କରିବା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ସଦସ୍ୟ ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସଂଘର କର୍ମକର୍ତ୍ତା, ଉପଦେଷ୍ଟା ଓ ବହୁ ସଂଖ୍ୟାରେ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ଉତ୍ସବକୁ ସଫଳ କରିଥିଲେ। ଶେଷରେ ସଂଘର ସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ଶ୍ରାବଣ ମାସର ଶେଷ ସୋମବାରରେ ଡାବୁଗାଁର ସମସ୍ତ ଶୈବ ପୀଠରେ କାଉଡିଆମାନଙ୍କ ଭିଡ:କେଲିଆ ଶୈବ ପୀଠରେ ପ୍ରବଳ ଭିଡ 

Sunil Chandra Nayak

କେଦାରନାଥ ପ୍ରଧାନଙ୍କ ସ୍ମୃତିଚାରଣ ସଭା 

masiha

ପଞ୍ଚମ ଦିନରେ ଜିଲ୍ଲା ଦାବୀ ନେଇ ଧାରଣା , ସମ୍ମାନ ଓ ସ୍ୱାଭିମାନ ପାଇଁ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଲଢେ଼ଇ ଜାରି ରହିବ : କ୍ରିୟାନୁଷ୍ଠାନ କମିଟି

masiha

Leave a Comment

error: Content is protected !!