ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଁ ମହାକାଳୀ ପୂଜାରେ ଜିଲ୍ଲା କିନ୍ନର ସଂଘ  ( ସାମାଜିକ ସମାନତା, ଏକତା ଓ ଭାଇଚାରାର ନିଆରା ପ୍ରୟାସ)

ମାଁ ମହାକାଳୀ ପୂଜାରେ ଜିଲ୍ଲା କିନ୍ନର ସଂଘ 
( ସାମାଜିକ ସମାନତା, ଏକତା ଓ ଭାଇଚାରାର ନିଆରା ପ୍ରୟାସ)

ନବରଙ୍ଗପୁର;(୧୭|୧୧)(ରବି ନାରାୟଣ ମହାନ୍ତି)ସାମାଜିକ ସମାନତା, ଏକତା, ଭାଇଚାରା ଓ ସମାବେଶୀ ଚିନ୍ତାଧାରାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି ଉମରକୋଟ ସହର ନିକଟସ୍ଥ ଗ୍ରାମ ନମ୍ବର ୫୨ର ଶ୍ରୀ ଶ୍ରୀ ଶ୍ରୀ ମାଁ ମହାକାଳୀ ପୂଜା କମିଟି। ଜିଲ୍ଲାର ସର୍ବବୃହତ୍ ପୂଜା ଭାବେ ପରିଚିତ ମାଁ ମହାକାଳୀଙ୍କ ପୂଜା ଅବସରରେ ପୂଜା କମିଟି ପକ୍ଷରୁ ଜିଲ୍ଲା କିନ୍ନର ସଂଘକୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇଥିଲା। ଏହି ନିମନ୍ତ୍ରଣକୁ ସମ୍ମାନର ସହ ଗ୍ରହଣ କରି ଜିଲ୍ଲା କିନ୍ନର ସଂଘର ସମସ୍ତ ସଦସ୍ୟ ମାଁ ମହାକାଳୀଙ୍କ ପୂଜା ମଣ୍ଡପରେ ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ। ଏଥିସହ ସେଠାରେ ଉପସ୍ଥିତ ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। କିନ୍ନର ସମାଜକୁ ଧାର୍ମିକ ଓ ସାଂସ୍କୃତିକ ଉତ୍ସବରେ ସାମିଲ କରିବାର ଏହି ପଦକ୍ଷେପ ଉପସ୍ଥିତ ମହଲରେ ବେଶ୍ ପ୍ରଶଂସା ସାଉଁଟିଛି।ପୂଜା କମିଟି ପକ୍ଷରୁ କୁହାଯାଇଛି ଯେ, ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କୁ ସମାନ ସମ୍ମାନ ଓ ମର୍ଯ୍ୟାଦା ଦେବା ସହ ଧାର୍ମିକ ଉତ୍ସବରେ ସମସ୍ତଙ୍କ ଅଂଶଗ୍ରହଣ ନିଶ୍ଚିତ କରିବା ଆମର ଲକ୍ଷ୍ୟ। ଜିଲ୍ଲା କିନ୍ନର ସଂଘକୁ ନିମନ୍ତ୍ରଣ କରିବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ।ଅନ୍ୟପକ୍ଷରେ, ପୂଜା କମିଟି ପକ୍ଷରୁ କମିଟିର ସଭାପତି ମାନସ କୁମାର ଭୌମିକ, ସମ୍ପାଦକ ସୁକୁମାର ସରକାର, ଶାନ୍ତି କମିଟି ସଭାପତି ମୁନା ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କିନ୍ନର ସଂଘ ର ସଦସ୍ୟଙ୍କୁ ସ୍ୱାଗତ କରିଥିଲେ। ଏହି ନିମନ୍ତ୍ରଣକୁ ଜିଲ୍ଲା କିନ୍ନର ସଂଘ ପକ୍ଷରୁ ଆନନ୍ଦର ସହ ସ୍ୱାଗତ କରାଯାଇଥିଲା। ସଂଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକଙ୍କ ସମେତ ମୁଖ୍ୟ ପରାମର୍ଶଦାତା ଜଗନ୍ନାଥ ମହାପାତ୍ର, ଉପଦେଷ୍ଟା ଅଧିବକ୍ତା ଶ୍ରୀନିବାସ ପଟ୍ଟନାୟକ, ପ୍ରୋଜେକ୍ଟ ଲିଡର ଏମ୍. ବାଲା କୃଷ୍ଣ ରାଓ, ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର, ମହିଳା ଉପଦେଷ୍ଟା ଶର୍ମିଷ୍ଠା ଦେଓ, ଅଧିବକ୍ତା କିଶୋରୀ ପଟ୍ଟନାୟକ, ଅଧ୍ୟାପିକା ଡକ୍ଟର ସଂଯୁକ୍ତା ପଣ୍ଡା, ପ୍ରିନ୍ସିପାଲ ସ୍ୱର୍ଣ୍ଣଲତା ପଟ୍ଟନାୟକ, ସମାଜସେବୀ ନୀନୀବାବୁ ତ୍ରିପାଠୀ, ଅଧ୍ୟାପକ ଅଖିଳ ଭଟ୍ଟ, ସମାଜସେବୀ ତଥା ଅଧିବକ୍ତା ଶ୍ରୀକାନ୍ତ ପଣ୍ଡା,ଦୁର୍ଗା ପାଢ଼ୀ, ଇଞ୍ଜିନିୟର ଚନ୍ଦନା ମଲ୍ଲିକ, ଉମରକୋଟ ର ସଭ୍ୟ ରବି ସୁନା ପ୍ରମୁଖ ପୂଜା କମିଟି ର ଏହି ନିମନ୍ତ୍ରଣ ପାଇଁ ଧନ୍ୟବାଦ୍ ଜଣାଇଛନ୍ତି। ମାଁ ଙ୍କ ପୂଜାରେ ସଂଘ ପକ୍ଷରୁ ସଭାପତି କାଜଲ , ସମ୍ପାଦକ ଚୁମୁକି , ସହ ସମ୍ପାଦକ ପ୍ରୀତି , ଶିବାନୀ , କବିତା, ଅନିତା, ତନୁଜା, ଶ୍ରୁତି, ବର୍ଷା, ରାଧା, ବୋଇଦି, ଇପ୍ସିତା ସମେତ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ରହି ପୂଜାରେ ଯୋଗ ଦେଇଥିଲେ। ସଂଘ ପକ୍ଷରୁ କୁହାଯାଇଛି ଯେ, କିନ୍ନର ସମାଜକୁ ସମାନ ସମ୍ମାନ ଓ ଅଧିକାର ଦେବା ସହ ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧିବାର ଏଭଳି ପ୍ରୟାସ ସାମାଜିକ ସଦ୍‌ଭାବନାକୁ ଆହୁରି ସୁଦୃଢ଼ କରିବ। ମାଁ ମହାକାଳୀଙ୍କ ପୂଜା ମଣ୍ଡପରେ କିନ୍ନର ସଂଘର ସଦସ୍ୟମାନଙ୍କ ଉପସ୍ଥିତି ଓ ଭକ୍ତମାନଙ୍କୁ ଆଶୀର୍ବାଦ ପ୍ରଦାନ ଏହି ଉତ୍ସବକୁ ଆହୁରି ସ୍ୱତନ୍ତ୍ର କରିଥିଲା। ଏଭଳି ଏକ ମହତ୍ ପଦକ୍ଷେପ ସମାଜରେ ମାନବିକତା, ସମାନତା ଓ ଭାଇଚାରାର ବାର୍ତ୍ତା ପ୍ରସାର କରିବା ସହ ଅନ୍ୟ ପୂଜା କମିଟିମାନଙ୍କ ପାଇଁ ମଧ୍ୟ ଏହା ଏକ ପ୍ରେରଣାଦାୟ ହେବ ବୋଲି ଲୋକେ ଆଶା କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଡାଲିମ୍ବ ପାଇକ ରହୁଛି ଛପର ଘରେ ,କିନ୍ତୁ ତା ନାମରେ ଆସିଥିବା ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଗୃହ 2021 ରୁ ଅନ୍ତିମ ହୋଇ ଗଲାଣି ! ସତ କଣ ?

Sunil Chandra Nayak

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଜାତୀୟ ଆଇନ୍ ସେବା ଦିବସ ପାଳିତ

masiha

ପ୍ରାଣୀ ସହାୟକ କେନ୍ଦ୍ରରେ ନାହାନ୍ତି କର୍ମଚାରୀ

masiha

Leave a Comment

error: Content is protected !!