ବନ୍ଧୁଗାଁ ବ୍ଲକସ୍ତରୀୟ ପରବ ପ୍ରସ୍ତୁତି ବୈଠକ
ବନ୍ଧୁଗାଁ ତା ୧୭/୧୧ ବନ୍ଧୁଗାଁ ବ୍ଲକ କାର୍ଯ୍ୟଳୟ ସମ୍ମିଳନୀ କକ୍ଷରେ ବ୍ଲକସ୍ତରୀୟ ପରବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଅସିତ କୁମାର ମହାନ୍ତି ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକା ଅଧ୍ୟକ୍ଷତା କରିଥିଲେ । ତହସିଲଦାର ସୋନାଲି ପାତ୍ର,ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ବାଘ, କଂଗ୍ରେସ ବ୍ଲକ ସଭାପତି ଡି ଏଙ୍କାଟି, ବିଜେଡି ବ୍ଲକ ସଭାପତି ଦୁର୍ଯ୍ୟୋ ନାଗ, ବ୍ଲକର ସମସ୍ତ ଯନ୍ତ୍ରୀ,ସରପଞ୍ଚ ଲକ୍ଷ୍ମୀ କାଡ୍ରାକା, ଭାସ୍କର ୱାଟାକା, ଶେଖର କଣ୍ଡାଗରି, ସୁନ୍ଦୁରୁ ପିଡିକା, ଗୌରୀ ମେଲେକା, ୱାଟାକା ଜାଗାନା, ମେଲେକା ଆକାମା, ସସ୍ମିତା ପିଡିକା ସମିତି ସଭ୍ୟ କିଶୋର ରାଉତ, ସିନାଜି ପୀଡିକା, ଜିପିଡିଓ ଅମିର ଅକ୍ଷୟ କୁମାର ପ୍ରଧାନ, ଏସିଓ ଦୀପକ କୁମାର ବେହୁରିଆ, ଏବି ଇ ଓ ବାସୁଦେବ ଦେବରପଲ୍ଲୀ, ଡାକ୍ତର, କୃଷି ଅଧିକାରୀ, ପ୍ରାଣୀ ଚିକିତ୍ସା ଅଧିକାରୀ, ସମସ୍ତ ପଞ୍ଚାୟତ ର ଜିପିଇଓ, ଏଡିଇଓ, ଉଦ୍ୟାନ କୃଷି ଅଧିକାରୀ , ସମସ୍ତ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଓ ସମସ୍ତ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ। ଡିସେମ୍ବର ୩ ଓ ୪ ତାରିଖରେ ବ୍ଲକ ସ୍ତରୀୟ ପରବ ଉତ୍ସବ ମିନି ଷ୍ଟାଡିୟମ୍ ପଡ଼ିଆ ରେ ପାଳନ କରାଯିବ। ଖେଳ ପାଇଁ ମିନି ଷ୍ଟାଡିୟମ ଓ ତହସିଲ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆ ରେ ଆୟୋଜନ କରାଯିବ। ଜଗନ୍ନାଥ ମନ୍ଦିରରେ ପୂଜା ଅର୍ଚ୍ଚନା ପରେ ପରବ ମଶାଲକୁ ଶୋଭାଯାତ୍ରା କରି ଅଣାଯିବା ପାଇଁ ସ୍ଥିର ହୋଇଛି। ଚଳିତ ବର୍ଷ ପରବ ପାଇଁ ପୂର୍ବରୁ ଯେଉଁ ସବୁ କମିଟି ଗଠିତ ହୋଇ ଥିଲା ସେଥିରୁ କିଛି ସଦସ୍ୟ ନୂତନ ସଦସ୍ୟ ଙ୍କୁ ଯୋଡ଼ିତ କରାଯାଇ ଦାୟିତ୍ବ ପ୍ରଦାନ କରାଯାଇଛି। ଏହି ଅବସରରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ବିଡିଓ ମହାନ୍ତି ।
ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

