ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ସୁବିଧାରୁ ବଞ୍ଚିତ ତରାପଦର ଗାଁ, ରାସ୍ତାଘାଟ ଅଭାବ,  ଯାତାୟତ ବାଧାପ୍ରାପ୍ତ, ବିଜୁଳି ଆଳୁଅ ସାତସପନ,  ପାନୀୟ ଜଳ ଘୋର ଅଭାବ

ବିଭିନ୍ନ ସୁବିଧାରୁ ବଞ୍ଚିତ ତରାପଦର ଗାଁ, ରାସ୍ତାଘାଟ ଅଭାବ, 

ଯାତାୟତ ବାଧାପ୍ରାପ୍ତ,

ବିଜୁଳି ଆଳୁଅ ସାତସପନ, 

ପାନୀୟ ଜଳ ଘୋର ଅଭାବ

ଥୁଆମୂଳ ରାମପୁର:୨୧/୧୧ – (ମନିସ) :- ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କାର ଯୋଜନା କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଦେଖିବାକୁ ମିଳୁଛି। ପ୍ରଶାସନିକ ଅବହେଳା ଓ ରାଜନୈତିକ ଇଛାଶକ୍ତିର ଅଭାବ ଯୋଗୁଁ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ତଲମପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ତରାପଦର ଗାଁ ଏବେ ବିଭିନ୍ନ ମୌଳିକ ସମସ୍ୟା ଘେରରେ ଛନ୍ଦି ହୋଇପଡିଛି।ରାସ୍ତାଘାଟ, ପାନୀୟ ଜଳ ଏବଂ ସ୍ବାଗତସେବା ଭଳି ଅତ୍ଯାବଶ୍ଯକ ସୁବିଧାରୁ ଗ୍ରାମବାସୀ ବଞ୍ଚିତ ହୋଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିପର୍ଯ୍ୟସ୍ତ ଗମନାଗମନ: ଗାଁକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଦୀର୍ଘ ଦିନ ହେଲା ମରାମତି ଅଭାବର ଶୋଚନୀୟ ହୋଇପଡିଛି। ବର୍ଷା ଦିନେ ରାସ୍ତାରେ ପାଣି କାଦୁଅ ଜମି ରହୁଥିବାରୁ ଯାତାୟାତ କରିବା ଅସମ୍ଭବ ହୋଇପଡୁଛି, ଫଳରେ ଆମ୍ବୁଲାନ୍ସ କିମ୍ବା ଅନ୍ଯାନ୍ଯ ଗାଡିମଟର ଭିତରକୁ ପସିପରୁନାହି। ଗ୍ରାମରେ ବିଶୁଦ୍ଧ ପାନୀୟ ଜଳ ଅଭାବରୁ ଲୋକମାନେ ନଈ, ନାଳ ଓ ଅନ୍ଯାନ୍ଯ ସ୍ଥାନରୁ ଦୁଷିତ ଜଳ ସଂଗ୍ରହ କରି ପାନୀୟ ଭାବରେ ବ୍ଯବହାର କରି ବିଭିନ୍ନ ସମୟରେ ଅଜଣା ରୋଗରେ ଶିକାର ହେଉଥିବା ନଜର ରହିଛି। ଗ୍ରାମରେ ସ୍ଥାୟୀ ରୋଜଗାରର କୌଣସି ପନ୍ଥା ନାହିଁ,ଶିଳ୍ପାଞ୍ଚଳର ଅଭାବ ଏବଂ କୃଷି କାର୍ଯ୍ୟ ପାଇଁ ଉପଯୁକ୍ତ ଜଳସେଚନ ସୁବିଧା ନଥିବାରୁ ଗାଁର ଯୁବକ ମାନେ କାମ ସନ୍ଧାନରେ ବାହାର ରାଜ୍ଯକୁ ଦାଦନ ଖଟିବା ପାଇଁ ବାଧ୍ୟ ହେଉଥିବା ଦେଖାଦେଇଛି। ଦେଶ ସ୍ବାଧୀନତାର ୮୦ ବର୍ଷରେ ପଦାର୍ପଣ କରିସାରିଛି ସତ, ହେଲେ ଏହି ଗାଁର ମାନଚିତ୍ର ବଦଳି ପାରିଲା ନାହିଁ। ଏଠାରେ ସମ୍ବେଦନଶୀଳ ବିଷୟ ଏହା ଯେ, ଏହି ଗାଁରେ ବର୍ତ୍ତମାନ ସୁଦ୍ଧା ବିଦ୍ଵ୍ଯତ ଯୋଗାଣ ଏପର୍ଯ୍ୟନ୍ତ ହୋଇପାରିନାହିଁ। ଲୋକମାନେ ଅନ୍ଧାର ରାତିରେ କଷ୍ଟେମଣ୍ଟେ ଜୀବନ ଅତିବାହିତ କରୁଛନ୍ତି। ଏନେଇ ଗ୍ରାମବାସୀ ବିଭାଗୀୟ ଅଧିକାରୀଙ୍କୁ ଜଣେଇ ଆସୁଥିଲେ ମଧ୍ୟ ସୁଫଳ ମିଳୁନାହିଁ ବୋଲି ଗ୍ରାମବାସୀ କହୁଛନ୍ତି। ବର୍ଷା ଦିନରେ ରାସ୍ତାରେ ମାଟି ଅତଡା ଖସିଗଲେ ଗ୍ରାମବାସୀଙ୍କ ମଳିତ ଉଦ୍ୟମରେ ରାସ୍ତାଘାଟ ସଫାସୁତୁରା କରି ଯାତାୟତ ସୁବିଧା କରାଯାଉଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କଳାହାଣ୍ଡିରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓଡିଆ ଭାଷା ସାହିତ୍ୟ ଦିଗରେ ସଭ୍ଯ ଓ କର୍ମକର୍ତ୍ତା ଚୟନ

masiha

ପି ଏମ ଶ୍ରୀ ସରକାରୀ ହାଇସ୍କୁଲ, ଜୁନାଗଡ଼ ରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ 

Leave a Comment

error: Content is protected !!