ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଣା ଅଜଣା….

ବିଜୁଳିର ଆବିଷ୍କାର, ଜାଣନ୍ତୁ କେମିତି ଥିଲା ଇଲେକ୍ଟିସିଟିର ଇତିହାସ….

ଆଜିର ଦୁନିଆରେ ବିଜୁଳି ବିନା ଜୀବନ ଅସମ୍ଭବ ହୋଇପଡ଼ୁଛି । ବିଜୁଳି ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ତାହା ସମସ୍ତେ ଜାଣନ୍ତି । ଆଜି ଆମକୁ ପ୍ରତି ଛୋଟରୁ ଛୋଟ କାମ ପାଇଁ ବିଜୁଳିର ଆବଶ୍ୟକତା ପଡ଼ୁଛି । ମୋବାଇଲ ଚାର୍ଜ କରିବାଠାରୁ ଆରମ୍ଭ କରି ବଡ଼ ବଡ଼ ଫ୍ୟାକ୍ଟ୍ରି ଚଳାଇବା ପାଇଁ ବିଜୁଳିର ଆବଶ୍ୟକତା ରହିଛି । ଖାଦ୍ୟ, ବସ୍ତ୍ର ବାସଗୃହ ପରି ବିଜୁଳି ଆମ ପାଇଁ ଏକ ଜରୁରୀ ସାଧନ ହୋଇପଡ଼ିଛି । କିନ୍ତୁ କ’ଣ ଆପଣ ଜାଣନ୍ତି ବିଜୁଳିର ଆବିଷ୍କାର କେବେ ଓ କିପରି ହୋଇଥିଲା ? ଏବଂ ଏହାକୁ କିଏ ଆବିଷ୍କାର କରିଥଲେ ତାହା ଜାଣିବା…

ପ୍ରଥମେ ୬୦୦ ବିସିରେ ଥେଲ୍ସ ନାମକ ଜଣେ ବୈଜ୍ଞାନିକ ବିଜୁଳି ବା ଇଲେକ୍ଟ୍ରିସିଟିର ଖୋଜ୍ କରିଥିଲେ । କିନ୍ତୁ ତାଙ୍କ କଥାକୁ କେହି ବିଶ୍ୱାସ କରିନଥିଲେ । ଏହାପରେ ୧୭୫୨ ରେ ବେଞ୍ଜାମିନ୍ ଫ୍ରାଙ୍କଲିନ ନାମକ ଜଣେ ବୈଜ୍ଞାନିକ ଏହା ପ୍ରମାଣ କରିଥିଲେ ଯେ ଆକାଶରେ ଗରଜୁଥିବା ବିଜୁଳି ଆଉ ଇଲେକ୍ଟ୍ରିସିଟି ସମାନ ।

ଏହାପରେ ଜଣେ ଇଟାଲି ବୈଜ୍ଞାନିକ ଆଲେଜାଣ୍ଡ୍ରୋ ଭୋଲ୍ଟା କେମିକାଲ ରିଆକ୍ସନରୁ ବିଜୁଳି ଉତ୍ପନ୍ନ ହେବା ନେଇ ଖୋଜ୍ କରିଥିଲେ, ଏବଂ ଏହି ପ୍ରକ୍ରିୟାରେ ସେ ଇଲେକ୍ଟ୍ରିକ ସେଲର ଆବିଷ୍କାର କରିଥିଲେ, ଯାହାଦ୍ୱାରା ବିଜୁଳି ପ୍ରାପ୍ତ କରାଯାଇପାରିବ । ଆଉ ଏହି ବୈଜ୍ଞାନକଙ୍କ ନାମରେ ଭୋଲ୍ଟ ୟୁନିଟ୍ ରଖାଯାଇଥିଲା । ତାଙ୍କ ଦ୍ୱାରା ଆବିଷ୍କାର ହୋଇଥିଲା ଡିସି ବ୍ୟାଟେରୀ ।

ବ୍ୟାଟେରୀର ଆବିଷ୍କାର ପରେ ୧୮୩୧ ରେ ମାଇକେଲ ଫାରାଡ଼େ ବିଜୁଳିର ଆବିଷ୍କାରରେ ସବୁଠୁ କ୍ରାନ୍ତିକାରୀ କାମ କରିଥିଲେ ସେ କହିଥିଲେ ଯଦି ତମ୍ବାର କଏଲରେ ଚୁମ୍ବକକୁ ଆଗ ପଛ ବୁଲାଯିବା ଦ୍ୱାରା ବିଜୁଳି ଉତ୍ପନ୍ନ କରିହେବ । ଆଉ ଏହି ପ୍ରୟୋଗର ବ୍ୟବହାର କରି ୧୮୭୮ ରେ ଆମେରିକାର ବୈଜ୍ଞାନିକ ଥମାସ ଏଡିସନ ଏବଂ ବ୍ରିଟିଶ ବୈଜ୍ଞାନିକ ଜୋସେଫ୍ ସ୍ୱାନ ଫିଲାମେଣ୍ଟ ବଲ୍ୱର ଆବିଷ୍କାର କରିଥିଲେ । ଏଥିପାଇଁ ଆଜିବି ଇଲେକ୍ଟ୍ରିକ ବଲ୍ୱର ଆବିଷ୍କାରକ ଭାବେ ଏଡିସନଙ୍କୁ ଜଣାଯାଏ ।

କିନ୍ତୁ ଏବେବି ଡିସି କରେଣ୍ଟର ବ୍ୟବହାର ହେଉଥିଲେ । ଯେଉଁଥିରେ ଅଧିକ ବିପଦ ରହୁଥିଲା । ଆଉ ତା’ପରେ ପୁଣି ଏହାର ରେଞ୍ଜ ମଧ୍ୟ କମ୍ ଥିଲା । ଫଳରେ ପ୍ରତି ୩ କିଲୋମିଟର ରେଞ୍ଜ ମଧ୍ୟରେ ଉତ୍ପାଦନ ଫ୍ୟାକ୍ଟ୍ରି ତିଆରି କରିବାକୁ ପଡ଼ୁଥିଲା ।

ଏଡିସନଙ୍କ କମ୍ପାନୀରେ କାମ କରୁଥିବା ନିକୋଲ ଟେସଲାଙ୍କୁ ଡିସି କରେଣ୍ଟର ଦୁର୍ବଳତା ଜଣା ଥିଲା ଏବଂ ସେ ଏସି କରେଣ୍ଟ ଉପରେ କାମ କରୁଥିଲେ । ଏସି ଅର୍ଥାତ୍ ଅଲ୍ଟରନେଟ୍ କରେଣ୍ଟ ସେ ଚାହୁଥିଲେ ଏପରି କରେଣ୍ଟ ତିଆରି ହେଉ ଯାହ ସୁରକ୍ଷିତ ହେବ ଏବଂ ଅଧିକ ଦୂର ପର୍ଯ୍ୟନ୍ତ ଯାଇପାରିବ । ଯେତେବେଳେ ଟେସଲା ନିଜର ସମସ୍ତ ପରୀକ୍ଷଣ ଏଡିସନଙ୍କୁ କହିଥିଲେ, ଏଡିସନ ଏସି କରେଣ୍ଟକୁ ଆପଣାଇବାକୁ ସ୍ପଷ୍ଟ ମନା କରିଦେଇଥିଲେ ଏବଂ ତାଙ୍କୁ କେବଳ ଡିସି କରେଣ୍ଟ ଜେନେରେଟରେ ପ୍ରୟୋଗ କରିବାକୁ କହିଥିଲେ । ଯାହାପରେ ଟେସଲା ଏଡିସନଙ୍କ କମ୍ପାନୀ ଛାଡ଼ିଦେଇଥିଲେ ଏବଂ ଏସି ଜେନେରେଟର ଏବଂ ଏସି କରେଣ୍ଟ ଉପରେ କାମ କରିବା ଆରମ୍ଭ କରିଦେଇଥିଲେ।ଶେଷରେ ୧୮୮୭ରେ ନିକୋଲା ଟେସଲା ଏସି କରେଣ୍ଟର ଆବିଷ୍କାର କରିଥିଲେ । ଏହାକୁ ଅନେକ ଦୂର ପର୍ଯ୍ୟନ୍ତ ନିଆଯାଇପାରିଲା । ଏହିଭଳି ଭାବରେ ହୋଇଥିଲା ବିଜୁଳିର ଅବିଷ୍କାର ଯେଉଁଥିରେ ଅନେକ ବୈଜ୍ଞାନିକ ପରିଶ୍ରମ ରହିଥିଲା ଏବଂ ଏହି ବୈଜ୍ଞାନିକମାନଙ୍କ ଯାଗୁଁ ଆଜି ଆମକୁ ବିଜୁଳି ମିଳୁଛି ଏବଂ ଆଜି ଆମର ଜୀବନଯାପନ ର ଶୈଳୀ ବଦଳିଛି।

ତେବେ ଭାରତରେ ୧୮୭୯ ରେ କୋଲକାତାରେ ଆସିଥିଲା । ଆଉ ଭାରତରେ ସର୍ବପ୍ରଥମେ ବିଜୁଳି ଉତ୍ପାଦନ କରୁଥିବା ଫ୍ୟାକ୍ଟ୍ରି ମଧ୍ୟ କୋଲକାତାରେ ୧୮୯୯ ରେ ତିଆରିି ହୋଇଥିଲା । ଏହାପରେ ୧୯୦୫ ରେ ଦିଲ୍ଲୀରେ ଡିଜେଲରୁ ବିଜୁଳିର ଉତ୍ପାଦନ ହୋଇଥିଲା । ତେବେ ଆଜିର ମଡର୍ଣ୍ଣ ଦୁନିଆରେ ହାଇଡ୍ରୋ ପାୱାର ପ୍ଲାଣ୍ଟ, ଥର୍ମାଲ ପ୍ଲାଣ୍ଟ, ନ୍ୟୁକ୍ଲିୟର ପ୍ଲାଣ୍ଟ, ଏବଂ ଡିଜେଲ ପାୱାର ପ୍ଲାଣ୍ଟରୁ ଅଧିକ ମାତ୍ରାରେ ବିଜୁଳି ଉତ୍ପାଦନ କରାଯାଉଛି ।

କଳାହାଣ୍ଡି ରୁ ଵିଦ୍ୟାଧର ସାହୁଙ୍କ ସଂଗୃହୀତ ତଥ୍ୟ….

Related posts

ନୂଆପଡା–ସଟ ସର୍କିଟ ଯୋଗୁଁ ଘରେ ଲାଗିଲା ନିଆଁ

Sunil Chandra Nayak

ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ରେ ଥିବା ଆଦିବାସୀ ହଷ୍ଟେଲ ରୁ ବର୍ଷା ପାଣି ଝରୁଛି, କେନ୍ଦ୍ରୀୟ ବିଦ୍ୟାଳୟ ପରିଚାଳିତ ବନ୍ଦ କରି ଥିବା ବେଳେ ତୁରନ୍ତ ମରାମତି ନେଇ ଦାବୀ ହୋଇଛି

Sunil Chandra Nayak

ସରୋଜ କୁମାର ସାହୁ ଙ୍କ କବିତା ମିଠା ଦରଦ

Sunil Chandra Nayak

Leave a Comment

error: Content is protected !!