ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡିରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଶିବିର ଅଦାଲତ ଅନୁଷ୍ଠିତ

କଳାହାଣ୍ଡିରେ ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ଶିବିର ଅଦାଲତ ଅନୁଷ୍ଠିତ

୨୧ଟି ମାମଲାରେ ନୋଟିସ୍, ୧୬ଟି ମାମଲାର ଶୁଣାଣି

ଭବାନୀପାଟଣା ତା ୨୦.୧୧.୨୦୨୬:ଓଡ଼ିଶା ରାଜ୍ୟ ମହିଳା କମିଶନ ଏବଂ ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଏକ ଶିବିର ଅଦାଲତ ଅନୁଷ୍ଠିତ ହୋଇଥିଲା।

ଏହି ଶିବିର ଅଦାଲତରେ କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟ ୨୧ଟି ମାମଲାରେ ନୋଟିସ୍ ଜାରି କରାଯାଇଥିଲା। ସେଥିମଧ୍ୟରୁ ୧୬ଟି ମାମଲାର ପକ୍ଷମାନେ ଉପସ୍ଥିତ ରହି ଶୁଣାଣିରେ ଭାଗ ନେଇଥିଲେ। ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଥିଲା।

ଏହି ଶିବିର ଅଦାଲତ ମାଧ୍ୟମରେ ମହିଳାମାନେ ଘରୋଇ ହିଂସା, କାର୍ଯ୍ୟସ୍ଥଳରେ ଯୌନ ଉତ୍ପୀଡ଼ନ, ଯୌତୁକ ଦାବି, ସମ୍ପତ୍ତି ବିବାଦ, ସାଇବର ଅପରାଧ, ବୈବାହିକ ସମସ୍ୟା ତଥା ଅନ୍ୟାନ୍ୟ ଅଧିକାର ଉଲ୍ଲଂଘନ ସମ୍ପର୍କିତ ଅଭିଯୋଗ ଉପସ୍ଥାପନ କରିବା ଓ ନ୍ୟାୟ ପାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପାଇଥିଲେ।

ଓଡ଼ିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତି ଏହି ଶିବିର ଅଦାଲତରେ ଅଧ୍ୟକ୍ଷତା କରିଥିଲେ। କମିଶନର ସଦସ୍ୟା ଶ୍ରୀମତୀ ମୁକ୍ତା ସାହୁଙ୍କ ସମେତ ଲିଗାଲ ଆସିଷ୍ଟାଣ୍ଟ ଅରବିନ୍ଦ ପଟ୍ଟନାୟକ, କାର୍ଯ୍ୟଲୟ କର୍ମଚାରି ଦିବାକର ବିଶ୍ୱାଳ, ତ୍ରିଲୋଚନ ନାୟକ ଓ ଚିତ୍ତରଞ୍ଜନ ସାହୁ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୋଟେକ୍ସନ ଅଫିସର ଶ୍ରୀମତୀ ସନ୍ଧ୍ୟାରାଣୀ ନାୟକ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।

ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀମତୀ ତାରା ଜସ୍ମିନ୍ ଗୋରିଆ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ମୁଜିବୁନ ନିଶା, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବିବେକାନନ୍ଦ ମହାନନ୍ଦ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଶ୍ରୀମତୀ ସ୍ୱର୍ଣ୍ଣଲତା ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଶୈଳେନ୍ଦୁ ଶେଖର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋଜ କୁମାର ବେହେରା ଏବଂ ଜିଲ୍ଲା ମହିଳା ହବ୍ ସଂଯୋଜକ ଶ୍ରୀ ଯୋଗେଶ୍ୱର ବୁଦ୍ଧିଆଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ଠିକାଦାର ଓ ଅଧିକାରୀ ମଧୁଚନ୍ଦ୍ରିକା , ଜାତୀୟ ରାଜପଥ ଖାଲଖମା ନିମ୍ନମାନର ପିଚୁକାମ

Sunil Chandra Nayak

ଦେବଦୂତ ସାଜିଲେ କିନ୍ନର ସଂଘର ରାଧିକା 

Sunil Chandra Nayak

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡର ଅବ୍ୟବସ୍ଥା ନେଇ ରୋଗୀଙ୍କ ଧାରଣା

Sunil Chandra Nayak

Leave a Comment

error: Content is protected !!