ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ ବ୍ଲକରେ ବାତ୍ୟା ଅକଭାନ ପ୍ରଭାବ ଦେଖିବାକୁ ମିଳିଛି ଭୁର୍ତ୍ତିଗଡ଼ ପଞ୍ଚାୟତରେ 

ଲାଞ୍ଜିଗଡ ବ୍ଲକରେ ବାତ୍ୟା ଅକଭାନ ପ୍ରଭାବ ଦେଖିବାକୁ ମିଳିଛି ଭୁର୍ତ୍ତିଗଡ଼ ପଞ୍ଚାୟତରେ 

କଳାହାଣ୍ଡି,୨୦/୧୧ କଳାହାଣ୍ଡି ଜିଲ୍ଲା,ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଭୁର୍ତ୍ତିଗଡ଼ ପଞ୍ଚାୟତ ଅଧିନସ୍ଥ ଥିବା ଜାନକୀପଦର ଗ୍ରାମରେ ବାତ୍ୟା ଅକଭାନ ଯୋଗୁଁ ପ୍ରବଳ ମାତ୍ରା ବର୍ଷା ଓ ପବନରେ ପ୍ରଭାବିତ ହୋଇଛି I ଏହି ଖବର ପାଇ ଯଥାଶୀଘ୍ର ଲାଞ୍ଜିଗଡ ଗୋଷ୍ଠୀ ଉନୟନ ଅଧିକାରୀ ଶଶIଙ୍କ ପାତ୍ର ଗତକାଲି ଗୁରୁବାର ଦିନ ସକାଳୁ ସେହି ଗ୍ରାମକୁ ଯାଇଥିଲେ ସେଠାରେ କିଛି ଲୋକଙ୍କ ଶୋଚନୀୟ ଅବସ୍ଥା ଦେଖି ଭୁର୍ତ୍ତିଗଡ଼ ପଞ୍ଚାୟତର ସରପଞ୍ଚ ଓ ପି.ଇ.ଓଙ୍କୁ ବିଡ଼ିଓ ଶ୍ରୀ ପାତ୍ର ତୁରନ୍ତ ନିର୍ଦେଶ ଦେଇଥିଲେ ସେହି ଭୁର୍ତ୍ତିଗଡ଼ ଗ୍ରାମର ଲୋକଙ୍କୁ ଆଣି ସୁରକ୍ଷିତ ସ୍ଥାନୀୟ ଆଶ୍ରୟସ୍ଥଳୀରେ ରଖିବା ପାଇଁ I ତାପରେ ତତ୍ପର ହୋଇ ସରପଞ୍ଚ ଓ ପି.ଇ.ଓ ସେହି ଗ୍ରାମର ପୁରୁଷ ୦୮ ଜଣ,ମହିଳା ୦୬ ଜଣ, ଶିଶୁ ୦୧ ଜଣ, ବୃଦ୍ଧବସ୍ଥା ପୁରୁଷ ଓ ମହିଳା ୦୨ ସର୍ବ ମୋଟ ୧୭ ଜଣକୁ ଆଣି କଦମାସ୍କା ପ୍ରାଏମେରୀ ବିଦ୍ୟାଳୟରେ ଆଶ୍ରୟସ୍ଥଳୀରେ ୧୭ ଜଣଙ୍କୁ ଆଣି ସୁରକ୍ଷିତ ଭାବେ ରଖି ଖାଦ୍ୟ ପେଅ ଓ ଔଷଧ ପତ୍ର ଦେଇ ରଖିଥିଲେ I ଏହି ସମସ୍ତ କଥା ଦିନ ସାରା ବୁଝିଥିଲେ ଶ୍ରୀ ପାତ୍ର ଆଜି ଶୁକ୍ରବାର ସକାଳୁ ସକାଳୁ ଯାଇ ଭୁର୍ତ୍ତିଗଡ଼ ପଞ୍ଚାୟତରେ କଦମାସ୍କା ପ୍ରାଇମେରୀ ବିଦ୍ୟାଳୟ ଆଶ୍ରୟସ୍ଥଳୀରେ ପହଞ୍ଚି ଯାଇଥିଲେ I ସେଠାରେ ପହଞ୍ଚି ଆଶ୍ରୟସ୍ଥଳୀରେ ଥିବା ପ୍ରତେକ ବ୍ୟକ୍ତିଙ୍କୁ ତାଙ୍କର ଭଲ-ମନ୍ଦ ପଚାରି ବୁଝିଥିଲେ I ସେହି ଆଶ୍ରୟସ୍ଥଳୀରେ ଥିବା ସମସ୍ତ ବ୍ୟକ୍ତି ଓ ଭୁର୍ତ୍ତିଗୁଡା ପଞ୍ଚାୟତ ସଙ୍ଗେସଙ୍ଗେ ଲାଞ୍ଜିଗଡ ବ୍ଲକର ସମସ୍ତ ଜନସାଧାରଣ ଵି.ଡି.ଓ ଶ୍ରୀ ପାତ୍ରଙ୍କ ଭୁରି-ଭୁରି ପ୍ରଶଂସା କରିଥିଲେ I

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ସରିଆଁରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଆୟୋଜିତ

masiha

ରଞ୍ଜିତ ଦାସଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଶୋକ ସଭା

ସିଲ ହେଲା କାମାକ୍ଷାନଗର ରେଙ୍ଗାଳି ବାମ ବନ୍ଧ କେନାଲ କାର୍ଯ୍ୟାଳୟ

Sunil Chandra Nayak

Leave a Comment

error: Content is protected !!