ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନଗଣନା-୨୦୨୭ର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ନୂଆପଡ଼ାରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଆରମ୍ଭ

ଜନଗଣନା-୨୦୨୭ର ଦ୍ୱିତୀୟ ପର୍ଯ୍ୟାୟ ନିମନ୍ତେ ନୂଆପଡ଼ାରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଆରମ୍ଭ

ନୂଆପଡ଼ା,୨୫.୧୧. ଭାରତର ଜନଗଣନା-୨୦୨୭ର ଦ୍ୱିତୀୟ ପର୍ଯ୍ୟାୟ ସମ୍ପର୍କରେ ଜିଲ୍ଲା ଏବଂ ଚାର୍ଜ ସ୍ତରୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ନିମନ୍ତେ ଏକ ଦୁଇଦିନିଆ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଆଜି ସ୍ଥାନୀୟ ସଦଭାବନା ସଭାଗୃହଠାରେ ଜିଲ୍ଲାପାଳ ତଥା ପ୍ରମୁଖ ଜନଗଣନା ଅଧିକାରୀ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଯାଇଛି। ପ୍ରଶିକ୍ଷଣାର୍ଥୀମାନଙ୍କୁ ଉଦ୍‌ବୋଧନ ଦେଇ ଜିଲ୍ଲାପାଳ ଜନଗଣନା କାର୍ଯ୍ୟର ସଫଳ ଓ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ସମସ୍ତ ଜନଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀମାନଙ୍କର ପ୍ରଭାବଶାଳୀ ପ୍ରଶିକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଜନସାଧାରଣଙ୍କଠାରୁ ତଥ୍ୟ ସଂଗ୍ରହ ସମୟରେ ବିଶେଷକରି ସମ୍ବେଦନଶୀଳ ପ୍ରଶ୍ନ ପଚାରିବା ବେଳେ ସମସ୍ତ ଜନଗନାକାରୀ ଯେପରି ଭଦ୍ର, ଶାଳୀନ ଓ ସମ୍ବେଦନଶୀଳ ଆଚରଣ ପ୍ରଦର୍ଶନ କରିବେ, ସେଥିପ୍ରତି ସେ ଗୁରୁତ୍ୱ ଦେଇଥିଲେ। କୌଣସି ପ୍ରଶ୍ନ ଦ୍ୱାରା ଯେପରି କୌଣସି ନାଗରିକଙ୍କ ଭାବନା ଆହତ ନ ହୁଏ କିମ୍ବା ସେମାନେ ଅସହଜ ଅନୁଭବ ନ କରନ୍ତି, ସେଥିପ୍ରତି ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ଏଥିସହିତ, ସ୍ୱୟଂ ଜନଗଣନା (Self-Enumeration) ପ୍ରତି ସ୍ୱତନ୍ତ୍ର ଗୁରୁତ୍ୱ ଦେବା ସହ ଏହା ସମ୍ପର୍କରେ ଜନସଚେତନତା ସୃଷ୍ଟି କରି ନାଗରିକମାନଙ୍କୁ ଅଧିକରୁ ଅଧିକ ଅଂଶଗ୍ରହଣ ପାଇଁ ଉତ୍ସାହିତ କରିବାକୁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ସେ ଅନୁରୋଧ କରିଥିଲେ।

ପ୍ରଶିକ୍ଷଣ ଶିବିରରେ ଅଭୟ ନାରାୟଣ ନାୟକ, ଯୁଗ୍ମ ନିର୍ଦ୍ଦେଶକ, ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶା, ପ୍ରଶିକ୍ଷକ ଭାବେ ଯୋଗଦେଇ ଜନଗଣନା ସମ୍ବନ୍ଧୀୟ ବିଭିନ୍ନ ପ୍ରକ୍ରିୟା, ନିୟମାବଳୀ ଓ ଦାୟିତ୍ୱ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ।

ଏହି ଅବସରରେ ସୁବାଷ ଚନ୍ଦ୍ର ରଇତ, ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ଜନଗଣନା ଅଧିକାରୀ, ନୂଆପଡ଼ାଙ୍କ ସମେତ ସମସ୍ତ ଚାର୍ଜ ଅଧିକାରୀ, ଅତିରିକ୍ତ ଚାର୍ଜ ଅଧିକାରୀ, ସମ୍ପୃକ୍ତ ସହାୟକ ଏବଂ ବୈଷୟିକ ସହାୟକ ଯୋଗଦେଇଥିଲେ।

ବିଜୟ କୁମାର ଛତ୍ରିଆ, ସହକାରୀ ଜିଲ୍ଲାପାଳ ତଥା ଉପଜିଲ୍ଲା ଜନଗଣନା ଅଧିକାରୀ, ନୂଆପଡ଼ା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହି ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆସନ୍ତା ୨୬.୧୧.୨୦୨୬ ତାରିଖରେ ମଧ୍ୟ ଜାରି ରହିବ।

Related posts

ରାଇରଙ୍ଗପୁରସ୍ଥ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତ୍ରୀଦିଵସୀୟ ବାର୍ଷିକ କ୍ରୀଡା ଉତ୍ସଵ ଶୁଭ ଉଦ୍ଘାଟନ

Sunil Chandra Nayak

ଜେକେ ପେପର୍ ମିଲ୍ସ ତରଫରୁ ଛାତ୍ରୀ ଙ୍କୁ ପଠନ ସାମଗ୍ରୀ ବଣ୍ଟନ

Sunil Chandra Nayak

ତେନ୍ତୁଳୀଖୁଣ୍ଟି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୪

masiha

Leave a Comment

error: Content is protected !!