ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମାଗଣା ମେଗା ହାଇଡ୍ରୋସିଲ୍‌ (Hydrocele) ଅସ୍ତ୍ରୋପଚାର ଶିବିର

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମାଗଣା ମେଗା ହାଇଡ୍ରୋସିଲ୍‌ (Hydrocele) ଅସ୍ତ୍ରୋପଚାର ଶିବିର .

ରାଇରଙ୍ଗପୁର  ତା: ୨୭.୧୧.୨୦୨୬  ଆଜି ରାଇରଙ୍ଗପୁର ଉପଖଣ୍ଡ ହସ୍ପିଟାଲ୍‌ ଠାରେ  ଫାଇଲେରିଆ (ବାତଜ୍ୱର/ଗୋଦର) ରୋଗର ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ମାଗଣା ମେଗା ହାଇଡ୍ରୋସିଲ୍‌ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି,ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଏବଂ ଲେପ୍ରା ସୋସାଇଟି, କାଇଣ୍ଡି କେୟାରର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି । ଏହି ଶିବିରରେ ତିରିଂ ବହଳଦା ଓ ରାଇରଙ୍ଗପୁର ବ୍ଲକର ୧୫ ଜଣ ହାଇଡ୍ରୋସିଲ୍‌ ରୋଗୀଙ୍କର ମାଗଣାରେ ସଫଳ ଅସ୍ତ୍ରୋପଚାର କରାଯାଇଛି ।ସାମିଲ ହୋଇଥିବା ପ୍ରମୁଖ ବ୍ୟକ୍ତିବିଶେଷ ଓ ଡାକ୍ତରୀ ଦଳ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ଦାସ ଏବଂ ହସ୍ପିଟାଲ୍ ଅଧୀକ୍ଷକ ଡା. ରବୀନ୍ଦ୍ରନାଥ ମାରାଣ୍ଡି ସାମିଲ ହୋଇଥିଲେ । ଅଭିଜ୍ଞ ସର୍ଜରୀ ବିଶେଷଜ୍ଞ ଡା. ସତ୍ୟପ୍ରକାଶ ଧଳ ଆନାସ୍ଥେସିଆ ବିଶେଷଜ୍ଞ ଡା. ସତ୍ୟଜିତ ସିଂ ଓ ମେଡିକାଲ ଅଫିସର ଡ଼ା. ଦେବେନ୍ଦ୍ର ନାଥ ଟୁଡୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅସ୍ତ୍ରପଚାର କରାଯାଇଥିବାବେଳେ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ତପନ କୁମାର ସାହୁ, ଲେପ୍ରା ସୋସାଇଟି ପ୍ରକଳ୍ପ ର *ଏମ.ଇ.ଏଫ. ସି.(MEFC)* ପ୍ରହଲ୍ଲାଦ ମଙ୍ଗରାଜ,ହସ୍ପିଟାଲ୍ ପରିଚାଳକ ଆଲୋକ କୁମାର ଗୋଚ୍ଛାୟତ, ନର୍ସିଙ୍ଗ ଅଫିସର ସବିତା ଶତପଥୀ, ଫାର୍ମାସିଷ୍ଟ ନିରଜ ମହାନ୍ତ ସମେତ ଲେପ୍ରl ସୋସାଇଟିର ଆମ୍ବୁବତୀ ଦଳେଇ, ସୁକୁମତୀ ହେମ୍ବ୍ରମ, ମଧୁସୂଦନ ହେମ୍ବ୍ରମ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।.

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ସାବିତ୍ରୀ ପାଇଁ ଫଳ ବଜାରରେ ନିଆଁ

“ସେବା ପାଇଁ ଖୋଲିଲା ଆରୋଗ୍ୟ ମନ୍ଦିର, କିନ୍ତୁ ଚିକିତ୍ସା ପାଇଁ ଘୁରୁଛନ୍ତି ଲୋକ”

Sunil Chandra Nayak

ମନରେଗା ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର

Sunil Chandra Nayak

Leave a Comment

error: Content is protected !!