PIB & I&PR GOVT INDIA ପକ୍ଷରୁ ଆଞ୍ଚଳିକ ମିଡିଆ ୱାର୍କସପ୍ ‘ବାର୍ତ୍ତାଳାପ’
ଭବାନୀପାଟଣା ଠାରେ PIB ପକ୍ଷରୁ ଆୟୋଜିତ ହୋଇଛି ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’। ଏଥିରେ କଳାହାଣ୍ଡି କିଭଳି ନକ୍ସଲମୁକ୍ତ ହେଲା, ସେନେଇ ତଥ୍ୟ ରଖିଛନ୍ତି ଜିଲ୍ଲା ଏସ୍ପି ନାଗରାଜ ଦେବରକୋଣ୍ଡା। ୩,୫୦୦ରୁ ଅଧିକ ଅପରେସନ୍, ୧୫ ମାଓବାଦୀ ନିହତ ଓ ୨୦ ଜଣଙ୍କ ଆତ୍ମସମର୍ପଣ। ସୁରକ୍ଷା, ବିକାଶ ଓ ଜନବିଶ୍ୱାସକୁ ସଫଳତାର ମନ୍ତ୍ର କହିଛନ୍ତି ଏସ୍ପି। ଆୟୋଜିତ କର୍ମଶାଳା ରେ PIB ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଲ କୁମାର ମିଶ୍ର ଉପସ୍ଥିତ ରହିଥିଲେ ।
ଦିନେ ମାଓବାଦୀଙ୍କ ଭୟରେ ଥରହର ହେଉଥିଲା କଳାହାଣ୍ଡିର ଦୁର୍ଗମ ଅଞ୍ଚଳ। ହେଲେ ସୁରକ୍ଷା ବାହିନୀର ଅଭିଯାନ ଓ ବିକାଶମୂଳକ କାର୍ଯ୍ୟ ଯୋଗୁଁ ୨୦୨୬ ମାର୍ଚ୍ଚ ସୁଦ୍ଧା ଜିଲ୍ଲା ନକ୍ସଲମୁକ୍ତ ହୋଇଥିବା କହିଛନ୍ତି ଏସ୍ପି।
ଭବାନୀପାଟଣାରେ PIBର ‘ବାର୍ତ୍ତାଳାପ’ କର୍ମଶାଳାରେ ଯୋଗଦେଇ ଏସ୍ପି କହିଛନ୍ତି, ଜିଲ୍ଲାରେ ୩,୫୦୦ରୁ ଅଧିକ ଆଣ୍ଟି-ନକ୍ସଲ ଅପରେସନ୍ ହୋଇଛି। ୧୫ ମାଓବାଦୀ ନିହତ ହୋଇଥିବା ବେଳେ ୨୦ ଜଣ ଆତ୍ମସମର୍ପଣ କରିଛନ୍ତି। ଦୁର୍ଗମ ଅଞ୍ଚଳରେ ୫୪୨ କିଲୋମିଟର ରାସ୍ତା, ୭୫ଟି ସେତୁ ଓ ୬୫ଟି ମୋବାଇଲ୍ ଟାୱାର ସ୍ଥାପନ ହୋଇଛି।
ନକ୍ସଲମୁକ୍ତ କଳାହାଣ୍ଡିର ସଫଳତା ପଛରେ ସହିଦ ଯବାନଙ୍କ ବଳିଦାନ, ସୁରକ୍ଷା ଅଭିଯାନ ଓ ଜନସାଧାରଣଙ୍କ ସହଯୋଗ ରହିଥିବା କହିଛନ୍ତି ଏସ୍ପି।
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍

