ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ବିଜେଡି ଦଳର ଜନସମ୍ପର୍କ ପଦଯାତ୍ରା ଅଭିଯାନ ଓ ଦୁଇ ଶହ ରୁ ଉର୍ଦ୍ଧ କଂଗ୍ରେସ ଓ ବିଜେପି ର ଟାଣୁଆ କର୍ମୀ ବିଜେଡ଼ିରେ ସାମିଲ 

ବନ୍ଧୁଗାଁ ବ୍ଲକରେ ବିଜେଡି ଦଳର ଜନସମ୍ପର୍କ ପଦଯାତ୍ରା ଅଭିଯାନ ଓ ଦୁଇ ଶହ ରୁ ଉର୍ଦ୍ଧ କଂଗ୍ରେସ ଓ ବିଜେପି ର ଟାଣୁଆ କର୍ମୀ ବିଜେଡ଼ିରେ ସାମିଲ 

ବନ୍ଧୁଗାଁ ତା ୨୭/୧୧/୨୬, ବନ୍ଧୁଗାଁ ବ୍ଲକରେ ବିଜେଡି ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ଅଭିଯାନ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟୁତ ବିଭାଗ ସବଷ୍ଟେସନ ରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆକୁ ପ୍ରାୟ ୨ କି:ମି ପର୍ଯ୍ୟନ୍ତ ଦୁଇ ହଜାରରୁ ଉର୍ଦ୍ଧ କର୍ମୀଙ୍କୁ ନେଇ ସ୍ଲୋଗାନ ଦେଇ ଓ ଗୀତ ବାଦ୍ୟର ତାଳେ ତାଳେ ଢେମଶା ନାଚ ମଧ୍ୟରେ ଜନସମ୍ପର୍କ ପଦଯାତ୍ରା କରାଯାଇଥିଲା। ବ୍ଲକ ବିଜେଡି ସଭାପତି ଦୁର୍ଯ୍ୟ ନାଗଙ୍କ ସଭାପତିତ୍ବ ରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ଝିନ ହିକକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ପୂର୍ବତନ କୋରାପୁଟ ବିଧାୟକ ରଘୁରାମ ପାଡ଼ାଲ,ପୂର୍ବତନ ସାଂସଦ ପର୍ଥିନୀ /ରାଜ୍ୟ ଏ ଟି ସେଲ ଅଧ୍ୟକ୍ଷା କୌଶଲ୍ୟା ହିକକା, ରାଜ୍ଯ ଯୁବ ସମ୍ପାଦକ ଶଙ୍କର ସାଉନ୍ତା,ପଟାଙ୍ଗି ବ୍ଲକ ସଭାପତି ଜୟସିଂହ ପଡାସେଠୀ, ଲକ୍ଷ୍ମୀପୁର ବ୍ଲକ ସଭାପତି ବିପିନ ମାଣ୍ଡିଙ୍ଗି, ବ୍ଲକ ମହିଳା ସଭାନେତ୍ରୀ ଲକ୍ଷ୍ମୀ କାଡ୍ରାକା,ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକା, ପୂର୍ବତନ ବିଜେଡି ସଭାପତି ବାଲା ନାଗ, ଏସ ନାଗାରାଜୁ, ଭି ଗଣପତି ରାଓ, ଉପ ସଭାପତି ମୁକୁନ୍ଦ ବେବରା, ଯୁବ ବିଜେଡି ସଭାପତି କାହୁଁ ବେହେରା, ଛାତ୍ର ଯୁବ ସଭାପତି ସିନାଜି ପିଡିକା, ବରିଷ୍ଟ କର୍ମୀ ସୁବାଷ ସାରାକା, ସରପଞ୍ଚ ଗୌରୀ ମେଲେକା, ଜାଗାନା କାଡ୍ରାକା, ବରିଷ୍ଟ କର୍ମୀ ଗୋପୀନାଥ ବିଡିକା, ବ୍ଲକ ବିଜେଡି ଜେନେରାଲ ସମ୍ପାଦକ ସାରଥୀ ଶଶି , ପୂର୍ବତନ ଆଦିବାସୀ ସେଲ ସଦସ୍ୟ ଲଡୁ ହୁଲୁଲକା ଓ ପ୍ରତି ପଞ୍ଚାୟତ ରୁ ଆସିଥିବା ପଞ୍ଚାୟତ, ଯୁବ ଓ ଛାତ୍ର ସଭାପତି ପ୍ରମୁଖ ଉପସ୍ଥିତ ରହି ଥିଲେ। ପଦଯାତ୍ରା ରେ ଆଜି ଶତାଧିକ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବୃଦ୍ଧବୃଦ୍ଧା, ବିଧବା ଓ ଅବିବାହିତ ମହିଳା ମାନେ ହାତରେ ଭତ୍ତା କାର୍ଡ ଧରି ଭତ୍ତା ଟଙ୍କା ୬ ମାସ ଧରି ମିଳୁ ନ ଥିବା କୁ ନେଇ ସାମିଲ ହୋଇ ଥିଲେ। ମଞ୍ଚରେ ମୁଖ୍ୟ ଅତିଥି ମାନେ ବର୍ତ୍ତମାନ ପ୍ରଶାସନ ପକ୍ଷପାତୀ କରି, ଏକଚ୍ଛତ୍ରବାଦୀ ଶାସନ କରୁଛି, ବର୍ତ୍ତମାନ ପଞ୍ଚାୟତ ନିର୍ଵାଚନ ରେ ଭୋଟ ଦେଇ ଜିତାଇବା,୨୪ ବର୍ଷ ଶାସନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ଥିଲେ, ପୂର୍ବ ବିଜେଡି ସରକାରଙ୍କ କାମ କୁ ରଙ୍ଗ ମରା କାମ କରି ଚାଲିଛି, ଆମ ଲକ୍ଷ୍ମୀପୁର ନିର୍ଵାଚନ ମଣ୍ଡଳୀର ବିଧାୟକ ମଦ ଦୋକାନରେ ବଟୀ ମାଗିବାକୁ ଯାଇ ମଦ ଦକାନ ବନ୍ଦ, ବିଜେଡି ଅନୁଦାନ ରେ ତିଆରି ରାସ୍ତା ଓ ବସ ଷ୍ଟାଣ୍ଡ କୁ ଭୂମି ପୂଜା କରି ଉଦଘାଟନ କରୁଛନ୍ତି । ବିଜେପି ଭୋଟ ଚରି କରି ଶାସନ କରୁଛି, ଓଡ଼ିଆ ଅସ୍ମିତା କହି ଶାସନ କୁ ଆସି ଆଜି ପର୍ଯ୍ୟନ୍ତ ପ୍ରତିଶ୍ରୁତି ପାଳନ କରୁ ନାହାନ୍ତି , ସ୍ଥାନୀୟ କଂଗ୍ରେସ ବିଧାୟକ ବିଜେପିର ପ୍ରତିଶ୍ରୁତି ଦେଇ ଭତ୍ତା ୩ ହଜାର ୫ ଶହ ଟଙ୍କା ବିଧାନସଭା ରେ ଉଠାଉ ନାହାନ୍ତି, ଆନ୍ଧ୍ରପ୍ରଦେଶ ଚାଲି ଯାଇଛନ୍ତି, ଆମ ପାଣି, ପବନ, ଜଙ୍ଗଲ ଖଣିକୁ ପାଇଁ ଆନ୍ଧ୍ର ନେବାକୁ ଚେଷ୍ଟା କରୁଛି ଆମ ବିଜେଡି ଦଳ ତୀବ୍ର ବିରୋଧ କରିବୁ, ଦିନେ କଳାହାଣ୍ଡି ର ଲୋକେ ଭକରେ ମରି ଯାଇଥିଲେ ନବୀନ ପଟ୍ଟନାୟକ ମୋ ରଜ୍ୟର ଲୋକ କିଏ ମଧ୍ୟ ଭୋକରେ ମରିବେ ନାହିଁ ତେଣୁ ବିନା ମୂଲ୍ୟରେ ସମସ୍ତଙ୍କୁ ଚାଉଳ ଦେଲେ, ଡିଗ୍ରୀ କଲେଜ ପାଇଁ ୧୩୦ କୋଟି ଟଙ୍କା ଦେଇ ଶୁଭା ଆରମ୍ଭ କରିଥିଲେ, ଆଜି ପର୍ଯ୍ୟନ୍ତ ସେହି ଡିଗ୍ରୀ କଲେଜ କୁ ବର୍ତ୍ତମାନ ର ସରକାର ଆରମ୍ଭ କରି ନାହାନ୍ତି। ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଡିଗ୍ରୀ କଲେଜ ନିର୍ବାଚନରେ ସଭାପତି ବିଜେଡି ଦଳର ଅଛନ୍ତି । ଅଙ୍ଗନୱାଡ଼ି ମାନଙ୍କୁ ଦରମା ଦେଇ ପାରୁ ନାହିଁ । ନିର୍ମାଣଧୀନ ରାସ୍ତାକୁ ଉଦଘାଟନ କରୁଛି, ଗରିବ ଆଦିବାସୀ ହରିଜନ ପାଠ ପଢ଼ିବା ଥିବା ଅନେୱାସା ସ୍କୁଲ ବନ୍ଦ କରୁଛନ୍ତି । ଆଗାମୀ ନିର୍ବାଚନରେ ଆମେ ସହିଦ ଲକ୍ଷ୍ମଣ ନାୟକ ମାଟିର ଜଣେ ଜଣେ ସନ୍ତାନ ଭାବେ ଲଢ଼େଇ କରି ଶାସନ ଛଡ଼ାଇ ନେବୁ ଓ ରାଜ୍ୟକୁ ଆମ ବିଜେଡି ଶାସନ କରିବୁ। ଏହି ପଦଯାତ୍ରାରେ ବଡସରପଲ୍ଲୀ , କୁମ୍ଭାରୀପୁଟ, ନିଲାବାଡ଼ି, କାନାଗାଁ, କେ ଜାଗୁଗୁଡା, କୁଟ୍ରାବେଡା, କାବ୍ରିବାଡି ଓ ବନ୍ଧୁଗାଁ ପଞ୍ଚାୟତର ୨୦୦ ରୁ ଉର୍ଦ୍ଧ କଂଗ୍ରେସ ଓ ବିଜେପି ଦଳର କର୍ମୀ ଓ ନେତା କୁଟ୍ରାବେଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ବାରିକା ମିଣ୍ୟାକା, ବଡସରପଲ୍ଲୀ ପଞ୍ଚାୟତ ର ସମେୟା କାଡ୍ରାକା, ରାମ ସ୍ୱାମୀ ପିଡିକା, ଲାଚେୟା କାଡ୍ରାକା ଓ ବନ୍ଧୁଗାଁ ପଞ୍ଚାୟତର ରୂପଚନ୍ଦ୍ର ଲିମା, ଏନଗୁଲା ରାମଚନ୍ଦ୍ର, ସମେୟା କାଡ୍ରାକା, ନାଗେଶ କାଡ୍ରାକା ପ୍ରମୁଖ ବିଜେଡି ଦଳରେ ସାମିଲ ହୋଇ ଥିଲେ। ଜିଲ୍ଲା ସଭାପତି ଓ ଅତିଥି ମାନଙ୍କ ଦ୍ଵାରା ସମସ୍ତଙ୍କୁ ଫୁଲମାଳ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା। ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

 ସଞ୍ଜିବ କୁମାର ବାଙ୍ଗାରି ରିପୋର୍ଟର 

Related posts

ଶିଶୁ ଅଧିକାର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଗାନ୍ଧୀ ମଣିଷ ମହାନ୍ ଜନନାୟକ ଦୋଳ ଗୋବିନ୍ଦ ପ୍ରଧାନଙ୍କ ଜନ୍ମ ଶତ ବାର୍ଷିକ ଉତ୍ସବ ପାଳିତ 

Sunil Chandra Nayak

ବରିଷ୍ଠ ଚିତ୍ରକାର ଓ ସମାଜସେବୀ ଅମୂଲ୍ୟ ମହାପାତ୍ରଙ୍କ ବିୟୋଗରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସ୍ମୃତିସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!