ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷୀମାନଙ୍କୁ ଆଳୁ ବିହନ ବଣ୍ଟନ କଲେ ବିଧାୟକ ଓ ସମ୍ମାନୀତ ଅତିଥି ବୃନ୍ଦ 

ଚାଷୀମାନଙ୍କୁ ଆଳୁ ବିହନ ବଣ୍ଟନ କଲେ ବିଧାୟକ ଓ ସମ୍ମାନୀତ ଅତିଥି ବୃନ୍ଦ 

ନବରଙ୍ଗପୁର:(୨୯|୧୧)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଳା କୋଷାଗୁମୁଡ଼ା ସହକାରୀ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ପରିସରରେ ଚାଷୀମାନଙ୍କୁ ଆଳୁ ବିହନ ବଣ୍ଟନ କଲେ ବିଧାୟକ ଓ ସମ୍ମାନୀତ ଅତିଥି ବୃନ୍ଦ ll ଆଜି ଅପରାହ୍ନରେ ସହକାରୀ ଉଦ୍ୟାନ ଅଧିକାରୀ ରବି ଶଙ୍କର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ, ସମ୍ମାନୀତ ଅତିଥି ରାଜୋଡ଼ା ସରପଞ୍ଚ ବନମାଳୀ ଭତ୍ରl, କ୍ଷେତ୍ର କର୍ମଚାରୀ ଜଳନ୍ଧର ଅମାନତ୍ୟ,ବିଜେପି କର୍ମୀ ସମରେନ୍ଦ୍ର ପଟ୍ଟନାୟକ ପ୍ରମୁଖ ମଞ୍ଚ ଉପରେ ଉପବେଶନ କରିଥିବା ବେଳେ ଡାବୁଗାଁ ବ୍ଳକ ର ବିଭିନ୍ନ ପଞ୍ଚାୟତରୁ ଆସିଥିବା ଚାଷୀବୃନ୍ଦ ଉପସ୍ଥିତ ରହିଥିଲେ l ଚାଷୀମାନେ କୃଷକ ଓଡିଶା ପୋର୍ଟାଲରେ ନାମ ରେଜିଷ୍ଟ୍ରେସନ୍ କରାଇ ବ୍ୟାଙ୍କ୍ ଖାତା ସହିତ ଆଧାର କାର୍ଡ ଲିଙ୍କ କରାଇ ସାରିବା ପରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ମିଶନ ଯୋଜନା ମାଧ୍ୟମରେ ବ୍ଳକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ସହଯୋଗରେ ଆଳୁ ବିହନ ବଣ୍ଟନ କାର୍ଯ୍ୟକ୍ରମରେ ପ୍ରତି ଚାଷୀ ଅଧା ଏକର ପାଇଁ ୩ କ୍ୱିଣ୍ଟାଲ ଆଳୁ ବିହନ ନେଇ ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ ୧୮୭୫ ଟଙ୍କା ବାନ୍ଧି ବିହନ ନେଇ ଚାଷ କରିବେ, ଚାଷିଙ୍କୁ ସବସିଡି ତାଙ୍କର ବ୍ୟାଙ୍କ୍ ଖାତାକୁ ୧୩ ହଜାର ସାତ ଶହ ପଚସ୍ତରୀ ଟଙ୍କା ଆସିବ l ଏପରି ୧୦୦ ରୁ ଉର୍ଦ୍ଧ୍ବ ଚାଷୀଙ୍କୁ ୩୦୦ କ୍ୱିଣ୍ଟାଲ ଆଳୁ ବିହନ ପ୍ରଦାନ କରାଯାଇଥିଲା l ଉଦ୍ୟାନ ବିଭାଗ କର୍ମଚାରୀ ମାନେ ପୂର୍ଣ୍ଣ ପ୍ରାଣରେ ସହଯୋଗ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲା ଶିଳ୍ପ କେନ୍ଦ୍ର ତରଫରୁ ଖାଦ୍ୟ ପ୍ରକ୍ରିୟାକରଣ କର୍ମଶାଳୀ

masiha

ଶିକ୍ଷାବିତ୍ ଚନ୍ଦ୍ରମଣି ମିଶ୍ରଙ୍କ ପରଲୋକ

masiha

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ମାନବ ଅଧିକାର ଦିବସ ପାଳିତ

masiha

Leave a Comment

error: Content is protected !!