ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇସ୍ପାତ କଳା ପରିଷଦର ୪୪ତମ ବାର୍ଷିକୋତ୍ସବ ସଂପନ୍ନ

ରାଉରକେଲା/ ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଇସ୍ପାତ କଳା ପରିଷଦର ୪୪ତମ ବାର୍ଷିକୋତ୍ସବ ସଂପନ୍ନ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା। ପ୍ରଥମ ଦିନ ସେକ୍ଟର ୨୦ସ୍ଥିତ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଭାପତି ହୀରାଲାଲ ମହାପାତ୍ରଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ପ୍ରକାଶ କୁମାର ରାଉଳଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କ୍ଲାସିକାଲ,ନନ କ୍ଲାସିକାଲ, ଡୁଏଟ ଓ ଗୃପ ଡ୍ୟାନ୍ସ ପ୍ରତିଯୋଗିତା କରାଯାଇଥିଲା। ସବ ଜୁନିଅର,ଜୁନିଅର ଓ ସିନିୟର ବିଭାଗରେ ବହୁ ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତା ଗୁଡିକର ବିଚାରକ ଦାୟିତ୍ୱ ତୁଲାଇଥିଲେ ସର୍ବଶ୍ରୀ ଚିନ୍ମୟ ବେହେରା,ସ୍ବାତୀ ମିଶ୍ର,ସନ୍ଦିପ ରଥ,ସନ୍ତୋଷ ଦଳେଇ ଓ ସୋନାଲୀ ବିଶ୍ବାଳ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ମୀନକେତନ ରାଉତ,ବସନ୍ତ କୁମାର ସ୍ବାଇଁ,ଉପସଭାପତି ଚନ୍ଦ୍ରଶେଖର ଶତପଥୀ,କଳ୍ପନା ଶତପଥୀ,ମମତା ନାୟକ,କୋମଳରାଣୀ ସୂତାର, ଦେବୀପ୍ରସାଦ ସ୍ବାଇଁ,ପ୍ରବୀଣ ସାମଲ, କୁନାଳ ସୂତାର,ଆୟୁଶି ରାଉଳ,ଶ୍ରଦ୍ଧା ମହାନ୍ତି,ବିଶ୍ବବନ୍ଦିତା ଦାସ ପ୍ରମୁଖ ସହଯୋଗ କରିଥିଲେ। ତୀୟ ଦିନ ସିଭିକ ସେଣ୍ଟର ଠାରେ ଅନିଲ ମଲ୍ଲିକ ଓ ସୁଶ୍ରୀ ସଂଗୀତା ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇଜିଏଚ ର ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ବି.କେ.ହୋତା, ସମ୍ମାନିତ ଅତିଥି ଭାବେ ସମାଜସେବୀ କମଲ ଅଗ୍ରୱାଲ,ଆରଏସପି ଅଫିସର ଆସୋସିଏସନ୍ ର ସଭାପତି ଅନିକେତ ଚନ୍ଦ୍ର,ଡାକ୍ତର ଆର.ସି.ମେହେର ଓ ଡଃ ଘନଶ୍ୟାମ ପଟ୍ଟନାୟକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଅନୁଷ୍ଠାନର ସାଂସ୍କୃତିକ କାର୍ଯ୍ୟକ୍ରମ ଜନସାଧାରଣଙ୍କୁ ଆନନ୍ଦ ଯୋଗାଉଥିବାରୁ ଖୁସି ବ୍ୟକ୍ତ କରିଥିଲେ। ଏହି ଅବସରରେ ଭାସ୍କର ପୁହାଣଙ୍କୁ ଗୁରୁ କାଶୀନାଥ ରାଉଳ ସାରସ୍ବତ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାପତି ଶ୍ରୀ ମହାପାତ୍ର ସଭାପତିତ୍ବ ଅଭିଭାଷଣ ସହ କାର୍ଯ୍ୟକ୍ରମର ସଫଳତା ପାଇଁ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କୁ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଶିବ ପଞ୍ଚମ, ଓଡିଶୀ,ଅର୍ଦ୍ଧେକ ନାରୀଶ୍ବର,ଗରବା ଓ ମାତୃଭୂମି ନୃତ୍ୟ ପରିବେଷଣ କରାଯାଇଥିଲା। ଏହି ଅବସରରେ ଅତିଥିମାନେ ପ୍ରଥମଦିନ ପ୍ରତିଯୋଗିତା ରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀ ଓ ବିଚାରକ ମଣ୍ଡଳୀଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ମୀନ ରାଉତ, ବସନ୍ତ ସ୍ବାଇଁ ଓ ଅନୁଷ୍ଠାନର କର୍ମକର୍ତ୍ତାଗଣ ସହଯୋଗ କରିଥିବା ବେଳେ ସଂପାଦକ ଶ୍ରୀ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ପୋଖରୀ ରେ ବୁଡି ନାବାଳକ ମୃତ

Sunil Chandra Nayak

କଳାହାଣ୍ଡି ଜିଲ୍ଲାର ୨- ନମ୍ବର ଜୋନରେ ଆଜି ରାତ୍ର ୧୦ ଘଣ୍ଟା ସୁଦ୍ଧା ଜିଲ୍ଲାପରିଷଦ ଭୋଟ ଗଣନା

Sunil Chandra Nayak

କୌଶଲ୍ୟା ଶିକ୍ଷା ପକ୍ଷରୁ ମହିଳା ଦିବସରେ ସଚେତନତା କଲେ ଛାତ୍ରଛାତ୍ରୀ

Sunil Chandra Nayak

Leave a Comment

error: Content is protected !!