ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ଅଞ୍ଚଳ ରୁ ଧାନ କ୍ରୟ ଆରମ୍ଭ

ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କଲେ ଶୁଭାରମ୍ଭ

ଧର୍ମଗଡ:୨୪/୫/୨୨:  କଳାହାଣ୍ଡି ଜିଲ୍ଲାରେ ଚଳିତ ବର୍ଷ ରବି ଋତୁ ଧାନକ୍ରୟ ଗତ ୨୦ ତାରିଖ ରୁ ଆରମ୍ଭ ହୋଇ ଥିବା ବେଳେ ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ଅଞ୍ଚଳ ରୁ ଧାନ କ୍ରୟ ଶୁଭାରମ୍ଭ ଆଜି ହୋଈ ଯାଇଛି । ନିୟନ୍ତ୍ରିତ ବଜାର କମିଟି ଅଧିନସ୍ତ ନାନ୍ଦୋଲ ମଣ୍ଡି ରେ ଗୃହ ରାଷ୍ଟ୍ର ତଥା ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମୂଖ୍ୟ ଅତିଥି ଭାବେ ଯୋଗଦେଇ ଧାନ କ୍ରୟ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ଯ କ୍ରମ ରେ ଧର୍ମଗଡ ଏଆରସିଏସ ଭିକାରୀ ଚରଣ ସେଠ, ଆରଏମସି ଆକାଉଣ୍ଟାଣ୍ଟ ବସନ୍ତ ସେଠୀ, ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାପ୍ତ ସୂଚନା ଅନୁଯାୟୀ ନାନ୍ଦୋଲ ମଣ୍ଡି ରେ ଚଳିତ ରବି ଋତୁ ରେ ଧାନ ବିକ୍ରୀ ପାଈ ମୋଟ ୨୯୧ ଜଣ ଚାଷୀ ଅନ ଲାଇନ ପଞ୍ଜିକରଣ କରିଛନ୍ତି । ଆଜି ପ୍ରଥମ ଦିନ ରେ ୭ ଜଣ ଚାଷୀ ଙ୍କ ଧାନ ଏଠାରେ କ୍ରୟ କରାଯାଇ ଥିଲା । ମଣ୍ଡି ସହିତ ରବିନ ଫୁଡ୍ ବନମାଳୀ ପୁର ଏବଂ ଆରକେ ଉଦ୍ୟୋଗ କେସିଙ୍ଗା ଧାନ ଉଠାଣ ପାଇଁ ଟ୍ୟାଗ ହୋଈଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ଅଞ୍ଚଳ ରେ ଚଳିତ ରବି ଋତୁ ରେ ଜୁନାଗଡ ବ୍ଲକ ରେ ମୋଟ ୨୬ ଟି ମଣ୍ଡି, ଧର୍ମଗଡ ବ୍ଲକ ରେ ୪ ଟି ମଣ୍ଡି ଏବଂ ଗୋଲାମୁଣ୍ଡା ବ୍ଲକ ରେ ୫ ଟି ମଣ୍ଡି ଏହି ପରି ମୋଟ ୩୫ ଟି ମଣ୍ଡି ରେ ଅନ ଲାଇନ ପଞ୍ଜିକରଣ କରିଥିବା ୪୫୨୬ ଜଣ ଚାଷୀ ଙ୍କ ଠାରୁ ଧାନ କ୍ରୟ କରାଯିବ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

Related posts

ପାପଡାହାଣ୍ଡି ବ୍ଲକ ସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା କାଶତଣ୍ଡୀ ଶୋଭା

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ପ୍ରେମ ବେପାର

Sunil Chandra Nayak

Leave a Comment

error: Content is protected !!