ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନ୍ମରୁ ଦୃଷ୍ଟିହୀନ ଜଗତ ରାମ, ମିଳୁନି ସରକାରୀ ସହାୟତା

ନୂଆପଡା: ଅସହାୟଙ୍କ ପାଇଁ ସରକାରଙ୍କ କାହିଁ କେତେ ଯୋଜନା । କିନ୍ତୁ ଏଥିରୁ ବଞ୍ଚିତ ପ୍ରକୃତ ହିତାଧିକାରୀ।ନୂଆପଡା ରାଜାମୁଣ୍ଡା ଗାଁ ଝାଙ୍କରପଡାର ଘନଶ୍ୟାମ ମାଝୀଙ୍କ ପୁଅ ଜଗତ ରାମ । ବୟସ ମାତ୍ର ୫ ବର୍ଷ, ଜଗତ ରାମ ଜନ୍ମରୁ ଦୃଷ୍ଟିହୀନ ହୋଇଥିବା ବେଳେ ତାଙ୍କୁ ଦୃଷ୍ଟି ହୀନର ଶତପ୍ରତିଶତ ପ୍ରମାଣପତ୍ର ମଧ୍ୟ ମିଳିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇନି । ଘନଶ୍ୟାମ ମାଝୀଙ୍କ ପରିବାର କହିଲେ ସ୍ତ୍ରୀ ରୁକ୍ମଣୀ ମାଝୀ, ୨ ଝିଅ ସସ୍ମିତା, ବନିତା ଏବଂ ଏକମାତ୍ର କୁନି ପୁଅ ଜଗତ ରାମ । ପୁଅ ଜନ୍ମ ହେବା ପରେ ବାପା ମାଆ ଅନେକ ସ୍ବପ୍ନ ଦେଖିଥିଲେ । ପୁଅ ବଡ ହେବ ଚାକିରି କରିବ ଓ ଆମକୁ ସାହାରା ଦେବ । କିନ୍ତୁ ସେ ସ୍ବପ୍ନ ଯେମିତି ପାଣି ଫଟକା ପରି ମିଳାଇଯାଇଛି । ଜନ୍ମରୁ ପୁଅ ଅନ୍ଧ ହୋଇଥିବା ଜାଣି ଏ ହସ୍ପିଟାଲରୁ ସେ ହସ୍ପିଚାଲ ଦୌଡି ଦୌଡି ନୟାନ୍ତ ହେଲେଣି ପରିବାର ଲୋକେ, କିନ୍ତୁ ପୁଅର ଦୃଷ୍ଟି ଶକ୍ତି ଫେରିବ କଣ ବରଂ ପାଇଛନ୍ତି ଶତ ପ୍ରତିଶତ ଦୃଷ୍ଟିହୀନ ପ୍ରମାଣପତ୍ର । ତେବେ କୁନି ପୁଅଟିକୁ ଭତ୍ତା ଓ ତାର ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ନିବେଦନ କରିଛନ୍ତି । ଅନ୍ୟପଟେ ଅସହାୟଙ୍କୁ ସହାୟତା ଏବଂ ସୁରକ୍ଷା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି । ଯୋଜନାକୁ ଠିକ ଭାବରେ ପରିଚାଳନା କରିବାକୁ ବ୍ଲକ ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ସ୍ୱତନ୍ତ୍ର ଅଧିକାରୀ ମଧ୍ୟ ରହିଛନ୍ତି । ମାତ୍ର ଦୁର୍ଭାଗ୍ୟ ଯେ, ରାଜାମୁଣ୍ଡା ଗାଁର ଜଗତରାମ ପ୍ରତି କାହାରି ଦୃଷ୍ଟି ନାହିଁ । ଫଳରେ ଜଗତରାମ ସରକାରୀ ସହାୟତାରୁ ବଞ୍ଚିତ ।ଏ ସମ୍ପର୍କରେ ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁ ଙ୍କୁ ଯୋଗାଯୋଗ କରିଥିଲୁ । ତେବେ ଅନ୍ଧ ପିଲାଙ୍କୁ ଜନ୍ମରୁ ଭତ୍ତା ଦେବା ନିୟମ ଥିବାଜାଣିବା ପରେ ତଦନ୍ତ କରି ଖୁବଶୀଘ୍ର ଭତ୍ତା ଯୋଗାଇ ଦିଆଯିବା ନେଇ ପ୍ରତିଶୃତି ଦେଇଥିଲେ । ନୂଆପଡାରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ନିଶାଗ୍ରସ୍ତ ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Sunil Chandra Nayak

ବ୍ଲକସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଚୋର,ଡକାୟତ ଙ୍କ ନା ରେ ଅଂଚଳ ବାସୀ ଭୟଭୀତ, ଯୁବ ଗୋଷ୍ଟି ଦେଉଛନ୍ତି ଗାଁରେ ରାତ୍ର ପହରା

Sunil Chandra Nayak

Leave a Comment

error: Content is protected !!