ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆରମ୍ଭ

 ୧୨ଟି ଶୃଙ୍ଖଳା ଲାଗି ହେବ ବ୍ଲକ ସ୍ତରୀୟ ପ୍ରତିଭା ଚୟନ….

କ୍ରୀଡ଼ା ଓ ଯୁବସେବା ବିଭାଗ, ଓଡ଼ିଶା ତ୍ରିସ୍ତରୀୟ ବା ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରରେ ୧୦ ରୁ ୧୫ ବର୍ଷ ବୟସର ବାଳକବାଳିକାଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆରମ୍ଭ ହେଉଛିI ବ୍ଲକ ସ୍ତରରେ ସାରା ରାଜ୍ୟରେ ଆଜିଠୁ ନେଇ ଜୁନ ୩ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବI

କାର୍ଯ୍ୟକ୍ରମ ପାଇଁ ବିଭାଗୀୟ ପୋର୍ଟାଲ ମାଧ୍ୟମରେ ୩୦ ଗୋଟି କ୍ରୀଡ଼ା ଶୃଙ୍ଖଳାରେ ୬୦,୯୫୪ ବାଳକବାଳିକା ଆଗ୍ରହ ପ୍ରକାଶ କରି ଅନଲାଇନ ଦରଖାସ୍ତ କରିଥିଲେ। ରାଜ୍ୟର କ୍ରୀଡ଼ା ଛାତ୍ରାବାସରେ ଖାଲି ଥିବା ସ୍ଥାନ ପୂରଣ ପାଇଁ ୧୨ଟି ଶୃଙ୍ଖଳରେ ୧୦ ରୁ ୧୫ ବର୍ଷ ବୟସ ମଧ୍ୟରେ ବ୍ଲକ ସ୍ତରରେ ୩୧,୭୭୪ ଜଣ ବାଳକବାଳିକାଙ୍କୁ ଆହ୍ବାନ କରାଯାଇଛି। ଏହି ଶୃଙ୍ଖଳା ଗୁଡିକ ହେଲା; ତୀରନ୍ଦାଜ, ଦୌଡ଼କୁଦ, ସାଇକେଲ ଚାଳନା, ବାସ୍କେଟ ବଲ, ଫୁଟବଲ, ଜିମନାଷ୍ଟିକ, ହକି, ଜୁଡୋ, କବାଡି, ଖୋ-ଖୋ, ଭଲିବଲ ଓ କୁସ୍ତି। ଏହା ବ୍ୟତୀତ ସନ୍ତରଣ ଓ ଭାରୋତ୍ତଳନ କ୍ରୀଡ଼ା ପାଇଁ ପୃଥକ ଭାବରେ ପ୍ରତିଭା ଚୟନ କାର୍ଯ୍ୟ ଆରମ୍ଭ ହେବ।

ରାଜ୍ୟର ୩୦ ଗୋଟି ଜିଲ୍ଲାରେ ବ୍ଲକ ସ୍ତରରେ ୧୬୫ଟି ପରୀକ୍ଷଣ କେନ୍ଦ୍ର ନିର୍ଦ୍ଧାରିତ ହୋଇଛି। ପ୍ରତ୍ୟେକ କେନ୍ଦ୍ର ଦାୟିତ୍ୱରେ ଜଣେ ଲେଖାଏ ବରିଷ୍ଠ କ୍ରୀଡ଼ା ଶିକ୍ଷକ କେନ୍ଦ୍ର ମୁଖ୍ୟ ଦାୟିତ୍ୱ ନିର୍ବାହ କରିବେ। ଏହା ସହ ଅନ୍ୟାନ୍ୟ କର୍ମଚାରୀ ବିଭିନ୍ନ ଦାୟିତ୍ୱ ତୁଲାଇବେ। ରାଜ୍ୟ ସ୍ତରରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଓ କେନ୍ଦ୍ର ମୁଖ୍ୟମାନଙ୍କର ବୈଷୟିକ ପ୍ରଶିକ୍ଷଣ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହିତ ଅନୁଷ୍ଠିତ ହୋଇସାରିଛି। ଏହି କାର୍ଯ୍ୟକ୍ରମରେ ନିୟୋଜିତ ତଥ୍ୟ ସଞ୍ଚାଳକମାନଙ୍କର ପ୍ରଶିକ୍ଷଣ ମଧ୍ୟ ଶେଷ ହୋଇଛି।

ଜିଲ୍ଲାପାଳମାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବ୍ଲକ ଓ ଜିଲ୍ଲା ସ୍ତରରେ କାର୍ଯ୍ୟକ୍ରମ କରାଯିବ। ପ୍ରତି ଜିଲ୍ଲାରେ ଏଥିପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ନୋଡ଼ାଲ ଅଫିସର ଭାବରେ ଦାୟିତ୍ୱ ଦିଆଯାଇଛି। ଜିଲ୍ଲା କ୍ରୀଡ଼ା ଅଧିକାରୀ ସମସ୍ତଙ୍କ ସହିତ ଉପଯୁକ୍ତ ସମନ୍ବୟ ରକ୍ଷା କରି ଏହି କାର୍ଯ୍ୟ ପରିଚାଳନା କରିବେ। ପରୀକ୍ଷଣ କେନ୍ଦ୍ରରେ ବାଳକବାଳିକା ତଥା ଅନ୍ୟମାନଙ୍କ ପାଇଁ ଆବଶ୍ୟକୀୟ ସର୍ବନିମ୍ନ ସୁବିଧା ଉପଲବ୍ଧ କରାଇବା ପାଇଁ ପଦକ୍ଷେପ ନିଆଯାଇଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଭବାନୀପାଟଣା ଠାରେ ଦ୍ଵିତୀୟ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

Sunil Chandra Nayak

ଢେଙ୍କାନାଳ NH-55 ବଳଦିଆବନ୍ଧ ଗ୍ରାମରୁ ୪୨ ଗ୍ରାମ୍ ବ୍ରାଉନ୍‌ ସୁଗାର ଜବତ

Sunil Chandra Nayak

ମହାମହର୍ଷି ବ୍ୟାସଦେବଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସ୍ବାଗତ କଲା ସଚେତନ ନାଗରିକ ମଞ୍ଚ

Sunil Chandra Nayak

Leave a Comment

error: Content is protected !!