ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବାପା

ବାପା

ଉପେନ୍ଦ୍ର କୁମାର ବସ୍ତିଆ

 

ବାପା •ବାପା •ବୋଲି ••••

ଚହଳ ପଡ଼ୁଛି ସାରା ଦୁନିଆ 

ହେଲେ ବାପା ସତେ ଯେମିତି 

ଗୋଟିଏ ଶଗଡ଼ ଗାଡ଼ି ।ଗୋଟିଏ 

ଗଧର ଚମଡା ଲାଗି ଯାଇଛି 

ବାପାର ପିଠିରେ ସବୁ କିଛି 

ଝଡଝଂଜା ସହିଯିବା ପାଇଁ ।

ଗୋଟିଏ ବିରାଟ ପଥର ଲଦା 

ଯାଇଛି ତାର ଛାତିରେ ।

ସ୍ନେହ ଦେଇଛି ଶ୍ରଦ୍ଧା କରିଛି 

ତା ବଦଳରେ କଣ ପାଇଛି ?

ପାଇଛି କେବଳ ଘୃଣାର ଚାଦର ।

ସାରା ଜୀବନଟା ସମର୍ପି ଦେଇଛି 

ହେଲେ ,ପାଇନାହିଁ ଟିକେ ଆଦର।

 

ଦେଖାଇ ହୁଏନା ଅଜାଗା ଘା ,

ଦୁଃଖରେ ଜୀବନ ଯାଉଛି ଜଳି 

ବଡହେଲେ ତୁମେ ବାପ ହେବ 

ଦିନେ ,ଆଜି ମଲମ ବଦଳେ 

ବୋଳୁଛ କାଳି ।ବୁଝି ପାରୁନ 

ପିଲେ !ସ୍ନେହ ସମୁଦ୍ରର ବାପାକୁ ,

ଦିନେନା ଦିନେ ଖୋଜିବ ହେଲେ ••

ସମୟ ସ୍ରୋତରେ ଭାସି ଯାଇ ଥିବ 

ସେତେବେଳକୁ ।

 

ହସ ବଦଳରେ ହସ ମିଳିଥାଏ 

ସ୍ନେହ ବଦଳରେ ସମ୍ମାନ ,

ବାପାର ମନକୁ ବୁଝେନା ପୁଅ 

ଲୋପ ପାଇଯାଏ ମଣିଷ ପଣ ।

ଜୀବନରେ କାହାପ୍ରତି କରନାହିଁ 

ଘୃଣା ,ପ୍ରେମ ବାଣ୍ଟିବାକୁ ଶିଖ ,

ମମତାର ଗୁଣ ଅନେକ ମିଠା 

ଅନ୍ୟକୁ ଖୁଆଇ ନିଜେ ବି ଚାଖ ।

 

ପୁଅ ଜନ୍ମ କଲି ଦୁଃଖ ଯିବ ବୋଲି 

 ହେଲି ଦୁଃଖର କାରଣ,ସହିବାର 

ବୋଝ ଟପି ଟପି ଯାଏ ଧିକ ଧିକ

ମୋର ବାପ ହେବା ପଣ ।

ତୁହି ଦିନେ ପୁଅ ହୋଇବୁରେ ବାପ 

ସେଦିନ ବୁଝିବୁ ମମତାର ମୂଲ 

ଅମୃତ ବଦଳେ ଗ୍ରାସ କରି ଚାଲୁ  

ଥିବୁ କେବଳ ଖାଲି ଗରଳ ।

ରାଉରକେଲା

 

Related posts

ମୃତ୍ୟୁ ପ୍ରମାଣ ପତ୍ର କରାଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଥୁଆମୂଳ ରାମପୁର ସିଏଚସି ର ଜୁନିୟର ଆସିଷ୍ଟାଣ୍ଟ ଏମ ଦିବ୍ଯଜ୍ଯୋତି ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ

Sunil Chandra Nayak

ନୁଆଁ ଖାଇଲେ ମହିମା ଧର୍ମାବଲମ୍ବୀ

Sunil Chandra Nayak

ସହଦେବ ପରିଡ଼ା ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!