ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟପାଟଣା ରେ ଶୀତଳ ଷଷ୍ଠୀ ପାଇଁ ମାତା ପାର୍ବତୀ ଙ୍କ ନିର୍ବନ୍ଧ ସମ୍ପନ୍ନ

ଜୟପାଟଣା ମାଉଲେଶ୍ୱର୍ ଶିବା ମନ୍ଦିର ପରିଚାଳନା କମିଟି ପକ୍ଷ ରୁ ଶୀତଳ ଷଷ୍ଠୀ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ରେ ପହଞ୍ଚି ଥିବା ବେଳେ ଆଜି ମାତା ପାର୍ବତୀ ଙ୍କ ନିର୍ବନ୍ଧ ଉତ୍ସବ ପାଇଁ ଜୟପାଟଣା ସହର ଉତ୍ସବମୁଖର ହୋଇଛନ୍ତି। ମହାଦେବ ଙ୍କ ପିତା ମାତା ଭାବେ ଚକ୍ରବର୍ତ୍ତୀ ବଇଠାରୁ ଓ ତାଙ୍କ ଧର୍ମପତ୍ନୀ ଅନୁରାଧା ବଇଠାରୁ ଭୂମିକା ସଂପାଦନ କରୁଛନ୍ତି। ସେଭଳି ମାତା ପାର୍ବତୀ ଙ୍କ ପିତା ମାତା ଭାବେ ଗୋପାଳଚନ୍ଦ୍ର ଠାକୁର ଓ ତାଙ୍କ ଧର୍ମପତ୍ନୀ ଜ୍ୟୋତି ମଞ୍ଜରୀ ଠାକୁର ଭୂମିକା ନିର୍ବାହ କରୁଛନ୍ତି। ବର ପିତାଙ୍କ ଘରୁ ଆଜି ସନ୍ଧ୍ୟା ରେ କନ୍ୟା ପିତାଙ୍କ ଘର କୁ ଯାଇ ସେଠାରେ ମାତା ପାର୍ବତୀ ଙ୍କ ନିର୍ବନ୍ଧ କାର୍ଯ ରୀତି ନୀତି ଅନୁଯାୟୀ ଧୁମଧାମ ରେ ପାଳନ କରିଛନ୍ତି। ନିର୍ବନ୍ଧ ପରେ ସମସ୍ତଙ୍କ ପାଇଁ ଭୋଜି ଭାତ ର ମଧ୍ୟ ଆୟୋଜନ ହୋଇ ଥିଲା।

ଜୟପାଟଣା ରୁ ହୃଷୀକେଶ ମୁଣ୍ଡ ଙ୍କ ରିପୋର୍ଟ।

Related posts

ଜୟ କୁମାର ମିଶ୍ର ଙ୍କ କବିତା ବାପୁ ସଦବୁଦ୍ଧି ଦିଅ

Sunil Chandra Nayak

ତୃପ୍ତି ରାଣୀ ପାତ୍ର ଙ୍କ ସ୍ତୁତି ତୁମେ ମୋ ବନ୍ଧୁ ତୁମେ ମୋ ସଖା

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଚିନ୍ତନ

Sunil Chandra Nayak

Leave a Comment

error: Content is protected !!