ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଣ୍ଡୁରୀ ଚରଣ ନାୟକ ଙ୍କ କବିତା ମୁଁ ଫୁଲ

ମୁଁ ଫୁଲ

 

କଣ୍ଡୁରୀ ଚରଣ ନାୟକ

 

ବିଧାତା ସର୍ଜିଲା କେତେ ଯତନରେ 

ନାମ କିସମ କିସମ 

ସ୍ୱର୍ଗେ ପାରିଜାତ ମର୍ତ୍ତ୍ଯ ମଣ୍ଡଳରେ 

ଜାତି ଜାତି ମୁଁ କୁସୁମ। 

 

ସୁକୋମଳ ତନୁ ଶର ମୁଁ ଅତନୁ 

ସୁଧାରେ ମୁଁ ପରିପୂର୍ଣ୍ଣ 

ବର୍ଣ୍ଣ ତ ମୋହର ରକମ ରକମ 

ପାଶେ ମୋର ନ୍ଯୁନ ସ୍ୱର୍ଣ୍ଣ। 

 

ମୋ ରୂପରେ ଆକର୍ଷିତ ହୋଇ କରି 

ମଧୁପ ଓ ପ୍ରଜାପତି 

ସଙ୍ଗୀତ ଗାନରେ ଘୁରି ବୁଲୁଥାନ୍ତି 

ଛୁଇଁ ତନୁ ଚଉକତି ।

 

କବି କି ଭାବୁକ ଉପମାରେ ମୋତେ 

କରିଥାନ୍ତି ବିମଣ୍ଡିତ 

ନିଶି ଦିବସରେ ପ୍ରସ୍ଫୁଟିତ ହୋଇ 

କରଇ ମୁଁ ଆମୋଦିତ। 

 

ଋଷି ହେଉ ପଛେ ମୋ ରୂପ ଗନ୍ଧରେ 

ହୋଇଥାଏ ଧୈର୍ଯ୍ଯଚ୍ଯୁତ 

କାମୁକ ମାନଙ୍କ କାମନା ବାସନା 

ମୋ ପାଇଁ ଯେ ଦ୍ବିଗୁଣିତ। 

 

ଏତେ ସୌନ୍ଦର୍ଯ୍ୟ କୁ ଦାନକଲେ ମଧ୍ଯ 

ଅଟଇ ଅନ୍ଧ ମାନବ 

ବୁଝେନାହିଁ ମୋର ମହତ କର୍ମକୁ 

ଦେଇଥାଏ ପରାଭବ। 

 

ବୃନ୍ତ ମଧ୍ଯେ ଥିଲେ କଳି ସମୟରେ 

ହତ୍ଯା ମୋତେ କରିଥାଏ 

ପାଖୁଡା ମେଲାଇ ହସୁଥିବା ବେଳେ 

ଜୀବନରୁ ମାରିଦିଏ। 

 

ତୋଳି ଆଣିକରି କାଷ୍ଠ ପାଷାଣ ରେ 

ସଜାଇ ହୁଅଇ ଖୁସି 

ପ୍ରକୃତି ନିୟମ ବିରୁଦ୍ଧରେ ଗତି 

ମୋତେ ଦେଇଥାନ୍ତି ଧ୍ୱଂସି। 

 

କଢ ବା ଫୁଟିବା ସମୟରେ ମୋତେ

 ଦେଇଥାନ୍ତି ନିର୍ଯ୍ୟାତନା 

ଅକାଳରେ ମୋର ଜୀବନ ନିଅନ୍ତି 

ମେଣ୍ଟାନ୍ତି ତାଙ୍କ ବାସନା। 

 

ମୋ ଧର୍ମକୁ ମୋତେ ପାଳନ ପଥରେ 

କରିଥାନ୍ତି ପଥଚ୍ଯୁତ 

ଅନ୍ଧ ମାନବର ଅନ୍ଧ ବାସନାରେ 

ମୋତେ କରିଥାନ୍ତି ହତ। 

 

ତଥାପି ମୁଁ ଫୁଲ ଧର୍ମ ଟି ମୋହର 

ସର୍ବଦା କରେ ପାଳନ 

ସ୍ୱଳ୍ପ ଆୟୁଷ ରେ ପ୍ରକୃତି ହିତରେ 

ଶ୍ରେଷ୍ଠ ମୋର ଅବଦାନ। 

ଗଙ୍ଗନଗର ପଲ୍ଲୀ ,
ଭୁବନେଶ୍ବର।

 

Related posts

ଥୁଆମୂଳ ରାମପୁର ବ୍ଲକ ସ୍ୱଚ୍ଛ ଭାରତ ମିଶନ ର ସ୍ଵଚ୍ଛାଗ୍ରହୀ (ମାଷ୍ଟର ଟ୍ରେନର ) ସଂଘ ଗଠନ

Sunil Chandra Nayak

ଗଞ୍ଜେଇ ସହ ଅଟୋ ଜବତ, ଅଟୋ ଚାଳକ ଫେରାର  

Sunil Chandra Nayak

ମରଣ ଯନ୍ତା ପାଲଟିଛି ପୂର୍ତ୍ତ ବିଭାଗ ର ଦୁଇ ରାସ୍ତା

Sunil Chandra Nayak

Leave a Comment

error: Content is protected !!