ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ଅଭିମାନ ଓ ତାର ଫେସନ 

ଅଭିମାନ ଓ ତାର ଫେସନ 

 

ଜୟ କୁମାର ମିଶ୍ର, ବୁଦୁରା, ଗଜପତି 

 

ସ୍ୱାର୍ଥରେ ନିହିତ, ଅଭିମାନ ପଥ

ପ୍ରତି ହାବଭାବ ଗତି, 

କିଛିବି ପାଇବା, ହାତ ହାତେଇବା 

ମନ ଗହନର ସ୍ଥିତି ll

କିଏ କରେ ସେବା, ସମର୍ଥନ ଅବା 

ସେନେହ, ସମ୍ପର୍କ ଗଢ଼େ, 

କୁମାରୀ କନ୍ୟାର , ନବ ଯଉବନ 

ପାଗଳାମି ମନେ ବାଢ଼େ ll

କିଏ ଧନପାଇଁ, ହୋଇ ସେହି ବାଇ 

ବୃଥା ଅଭିମାନ ଠଣି, 

ନାଟକର ଦୃଶ୍ୟ, ରଚଇ ଅବଶ୍ୟ 

ସଂଳାପ ଚାତୁରୀ ବାଣୀ, ll

ଧୋଇ ପୋଛି ନେବା, ବଡ଼ଲୋକ ହେବା  

ମନ ଗହନରେ ବସା, 

ପାଉଁଶ ତଳର, ନିଆଁଟିଏ ହୋଇ 

ଦହେ ସେହି ଆଶା ତୃଷା ll

ବୃଥା ଅଭିମାନ,ଦୁନିଆଁ ସପନ 

କଳ୍ପନା ଯୋଜନା ବହୁ, 

ଆଶା, ଅସୁମାରୀ, ମନେ ଉଙ୍କିମାରି 

ଖାଉଛି ବିବେକ ରାହୁ ll

ବନ୍ଧୁ ସାଥେ ବନ୍ଧୁ, ଦଳମତ ବିନ୍ଦୁ 

ସହଯୋଗ ଆଣି ଥୁଏ, 

ହୁଏ ଖେଳଘର, ସେତ ବହୁବାର 

ନିରୀହଟି ବୋକା ହୁଏ ll

ପୁରୁଣା ବନ୍ଧୁକୁ, କେହି ଖୋଜିବାକୁ 

କେତେ ଯେ ମlରଗ ଖୋଜେ, 

ଅଖୋଜା ଅଲୋଡ଼ା, ଦୀନହୀନ ଛଡା 

ରାତାରାତି ଖୋଜାଲୋଡ଼ା, 

କ୍ଷମତା, ମମତା, ପ୍ରାଚୁର୍ଯ୍ୟର ଛିଟା 

ସାତଶତ୍ରୁ ଦାଣ୍ଡେ ଛିଡା ll

ବିଛିନ୍ନ, ବନ୍ଧନ, ଯୋଡିବାକୁ ମନ 

କରିଥlଏ ନିବେଦନ, 

ଅଭିମାନ ଝର, ବହେ ନିରନ୍ତର 

ଥୋଇ କେତେ ଅବଦାନ ll

ଲାଭ ଲୋଭ କଳି, ଗଲେ ସେ ମଉଳି 

ନିରାଶାର ଝଞ୍ଜା ଖାଇ 

ମାଳିର ସରାଗ, ଅଭିମାନ ବେଗ 

ଯତନଟି ରୁହେନାହିଁ ll

ଆଜି ଅଭିମାନ, ସ୍ୱାର୍ଥେ ସେ ମଗନ 

ଦିଆନିଆଁ ପାଶେ ବନ୍ଧା, 

ପାଗଯୋଗ ଦେଖି, ସୁବିଧା ପରଖି 

ହେଉଥାଏ ମଧୁଛନ୍ଦା ll

ଦେହେ ନବରଙ୍ଗ, ବୋଳି ପ୍ରତିଅଙ୍ଗ 

ସହଜେ ନଦିଏ ଧରା 

ଚହଟ ଚିକଣ, ଦୂରୁ ଆକର୍ଷଣ,

ସେତ ମାୟାମରୁ ଭରା ll

 

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗର,

ଜିଲ୍ଲା -ଗଜପତି, ଓଡିଶା, 761206, 

Related posts

ରଶ୍ମି ରଂଜନ ଙ୍କ କବିତା ସ୍ବପ୍ନ ସୁନ୍ଦରୀ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ରବୀନ୍ଦ୍ର କୁମାର ବେହେରା ଙ୍କ କବିତା – ପ୍ରତିବାଦ

Sunil Chandra Nayak

Leave a Comment

error: Content is protected !!