ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଲୁନା ଚାହିଁଥିଲା ବାଟକୁ

ଲୁନା ଚାହିଁଥିଲା ବାଟକୁ

  ଜ୍ୟୋତ୍ସ୍ନା ରାଣୀ ଦେବୀ

 

ଅଜା ଯାଇଥିଲେ ହାଟକୁ 

     ଲୁନା ଚାହିଁଥିଲା ବାଟକୁ

ଅଜା ଆଣିଦେଲେ ପିଆଜି ପକୁଡି

     ଖାଇଦେଇ ଯିବ ମଠକୁ ।

 

ଆଈ ସାଥେସାଥେ ଆଗରେ

    ଚାଲୁଥିଲା ବଡ଼ ବାଗରେ

ହାତକୁ ହଲାଇ ବାହା ଦୋହଲାଇ

     ତା’ ସହ ତାହାର ସାଙ୍ଗରେ ।

 

ହେଉଥିଲେ ଦୁହେଁ ଚଗଲା

   ଦେଖିଲେ ଯାଉଛି ପାଗଳା

ଟେକା ଛାଡିଦେଲେ ,ଆଈ ଡାକଦେଲେ

   କି କରୁଛ ଆରେ ବଗୁଲା ।

 

ପାଗଳା ଆସିଲା ଗୋଡେଇ

    ଲୁନାକୁ ନେଲା ତ ଛଡେଇ

ଧାଇଁଲେ ପଛରେ ଯେ ଯାହା ଇଛାରେ

  ଆଈ ଗଲେ ହଡ଼ବଡେଇ ।

   

କି କରିବି ବୋଲି ଭାଳିରେ

     କାନ୍ଦିଲେ ମୋ ଗଳାମାଳିରେ

ହାତ ଯୋଡିଦେଲେ ପାଗଳା ଆଗରେ

       ଦେଇଦେଏ ସୁନାଥାଳିରେ ।

 

ହସୁଥିଲା ସେଠି ପାଗଳ 

      ଦେଖିଲା ଆଈର ବିକଳ

ଫିଙ୍ଗିଲା ଲୁନାକୁ ଆଈ ଉପରକୁ

       ଦେଖୁଥିଲେ ଲୋକ ସକଳ ।

 

କହିଲେ ଏଡିକି ବାତରା

   ଟୋକାଟା ହବ କି ଛତରା ?

ବେଳହୁଁ ଏହାକୁ ନ ଆକଟିଲେ

   କାନ୍ଦୁଥିବ ହୋଇ କୋତରା ।

 

ମଠ ବୁଲିବାଟା ନୋହିଲା

     ଆଈ କାନ୍ଦିକାନ୍ଦି କହିଲା

ଭଲବାଟେ ଗଲେ ମଣିଷ ହୋଇବୁ

   ଏ କଥା କି ମନେ ରହିଲା ?

 

ବିନୟୀ ହୋଇଲେ ମହୀରେ

    ସବୁ ଦୁଃଖ ଯିବୁ ସହିରେ

ହଟିଯିବ ଯେତେ ଝଡଝଞ୍ଜା ବାବୁ

     ଯଶ ଥିବ ତୋର ରହିରେ ।

 

ଲୁନା କାନ୍ଦୁଥିଲା ବିକଳେ

    ଭିଡି ଧରିଥିଲା ଆକୁଳେ

କହୁଥିଲା ଧୀରେ ଭଲପିଲା ହେବି

      ପଢି ପାଠ ସଂଜସକାଳେ ।

 ବ୍ରହ୍ମପୁର, ଗଂଜାମ

Related posts

କଳାହାଣ୍ଡିର ଯୁବ ଚିତ୍ରଶିଳ୍ପୀ କ୍ଷୀରସିନ୍ଧୁ ଭୋଇଙ୍କୁ ମିଳିଲା “ଇଣ୍ଟରନ୍ୟାସନାଲ ସୋସିଆଲ୍ ଅନରେବୁଲ୍ ଆୱାର୍ଡ୍” 

Sunil Chandra Nayak

ସର୍ବଭାରତୀୟ ସ୍ବାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ

Sunil Chandra Nayak

କଙ୍ଗାଳୀ ଚରଣ ସେଠୀ ଙ୍କ କବିତା ସୁନୟନା

Sunil Chandra Nayak

Leave a Comment

error: Content is protected !!