ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ବଡ଼ଦାଣ୍ଡ ହାଟ ଭକତ ଗହଳି

    ବଜାର ଭକ୍ତି ସଉଦା

କିଏ କେତେ ଜନ କିଣି ନେଇ ଗଲେ

    ଚନ୍ଦନ ଧୂପ ପାଦୁକା।

ଫୁଲର ଗଜରା ପଡ଼ିଥିଲା ମାଳା

    ଶ୍ରଦ୍ଧା ପାଇ ନେଲି କିଣି

ପ୍ରଭୁଙ୍କ ଗଳାରେ ପକାଇ କହିବି

    ସଂସାର ଦୁଃଖ କାହାଣୀ।

ବଡ଼ଦାଣ୍ଡ ହାଟ ଭିଡ଼ ଲାଗିଅଛି

    ଉଛୁଳି ପଡୁଛି ଦାଣ୍ଡ

ହରି ବୋଲ ଧ୍ବନି କଂପିତ ହେଉଛି

    ଆପେ ନଇଁ ଯାଇ ମୁଣ୍ଡ।

ରଥରେ ନଡ଼ିଆ ଭଙ୍ଗା ଯାଉ ଅଛି

    ମନ୍ତ୍ର ଉଚ୍ଚାରଣ ପାଠ

ଡାହୁକ ଡାକରେ ରଥ ଘିଡିଘିଡି

     ଭକ୍ତ ଚାଲେ ପ୍ରଭୁ ବାଟ।

ବଡ଼ଦାଣ୍ଡ ଧୂଳି ଚନ୍ଦନ ମହକ

  ସୁବାସିତ ବଡ଼ଦାଣ୍ଡ

ବାସନା ତାହାର ପବିତ୍ର କରୁଛି

    ଭକ୍ତି ରେ ଭକତ ମୁଣ୍ଡ।

 

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ର ପୋଷାକ ଶୃଙ୍ଖଳା

Sunil Chandra Nayak

କବି ରାମ ଚନ୍ଦ୍ର ମହାନ୍ତି ଙ୍କ କବିତା – ଭକ୍ତର ବାନ୍ଧବ ବୋଲି

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଭାବାନ୍ତର

Sunil Chandra Nayak

Leave a Comment

error: Content is protected !!