ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢ଼େଙ୍କାନାଳ – ନଗାରୀ ସ୍ଥିତ ବୈଷୟିକ ଉଚ୍ଚ ବିଦ୍ୟାପୀଠ ରେ ୫ଟି କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ

 ଢ଼େଙ୍କାନାଳ -:   ଗତ କାଲି ତା ୦୩.୦୬.୨୨ ରିଖ ଶୁକ୍ରବାର ଦିନ ଓଡ଼ପଡ଼ା ବ୍ଲକ୍ ଅନ୍ତର୍ଗତ ନଗାରୀ ଗ୍ରାମ ସ୍ଥିତ ବୈଷୟିକ ଉଚ୍ଚ ବିଦ୍ୟାପୀଠ, ମୋଟଙ୍ଗା ହାଇସ୍କୁଲର ରାଜ୍ୟ ସରକାରଙ୍କ ୫ଟି ଯୋଜନା ରେ ନିର୍ବାହୀ ଯନ୍ତ୍ରୀ ଅନ୍ତର୍ଯ୍ୟାମୀ ବିଶ୍ଵାଳ ଙ୍କ ଜରିଆରେ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହ, ସୁଲଭ ଶୌଚାଳୟ, ଉତ୍ତମ ପାନୀୟ ଜଳର ବ୍ୟବସ୍ଥା, ସୃଦୃଢ଼ ପାଚେରି ନିର୍ମାଣ, ସ୍ମାର୍ଟ କ୍ଲାସ ଗୃହ, ଇ_ପାଠାଗାର, ବିଜ୍ଞାନ କକ୍ଷ, ମନଲୋଭା ଉଦ୍ୟାନ ତଥା ବିଦ୍ୟାଳୟ ର ଆନୁଷଙ୍ଗିକ ବ୍ୟବସ୍ଥା ଲୋକାର୍ପିତ ହୋଇ ଯାଇଅଛି।ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲାର ୧୦୫ଟି ସ୍କୁଲ ର ୫ଟି କାର୍ଯ୍ୟକ୍ରମ କୁ ଭିଡିଓ କନଫରନ୍ସ ମାଧ୍ୟମରେ ଶୁଭାରମ୍ଭ କରିଛନ୍ତି।ଉକ୍ତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ପୁଷ୍ପଲତା ବେହେରା, ପୂର୍ବତନ ସମିତି ସଭ୍ୟ ବିରଞ୍ଚି ନାରାୟଣ ରଥ, ସମାଜସେବୀ ମାଳାଞ୍ଜଳି ସାହୁ,ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ରିତା କବି, ବିଜ୍ଞାନ ଶିକ୍ଷୟତ୍ରୀ ସୋନାଲି ପ୍ରଧାନ, ଲୀନା ବେହେରା, ବିଜୟା ଲକ୍ଷ୍ମୀ ଚୌଧୁରୀ, ବିଜୟ କୁମାର ମଲ୍ଲିକ, କ୍ରୀଡା ଶିକ୍ଷକ ଜୟ ଗୋପାଳ ମହନ୍ତ, ପୂଜା ପ୍ରିୟ ଦର୍ଶନି ସମେତ ବିଦ୍ୟାଳୟ ର ସମସ୍ତ କର୍ମଚାରୀ, ଛାତ୍ର ଛାତ୍ରୀ ଓ ପରିଚାଳନା କମିଟି ସଦସ୍ୟ ସମୁହ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଛନ୍ତି । ଏହି ୫ଟି ବିଦ୍ୟାଳୟ ର ନୂତନ ପରିବେଶ ଛାତ୍ର ଛାତ୍ରୀ, ଅଭିଭାବକ ସମେତ ଅଂଚଳ ର ବୁଦ୍ଧିଜୀବୀ ମହଲରେ ଆନନ୍ଦ ଭରି ଦେଇଛି।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ।

Related posts

ଭୋଟର ପରିଚୟ ପତ୍ର ସହିତ ଆଧାର ନମ୍ବର କୁ ସ୍ଵେଛାକୃତ ସଂଯଗୀକରଣ ପାଇଁ ଭୋଟ ଦାତାଙ୍କୁ ନିବେଦନ

Sunil Chandra Nayak

ଭଗ୍ନ ଅବସ୍ଥାରେ ବାବା ସୁବର୍ଣ୍ଣ ସମ୍ଭୁ ଙ୍କ ମନ୍ଦିର!ଦେବତ୍ତର ବିଭାଗ ସାଜିଛି ନିରବ ଦ୍ରଷ୍ଟା

Sunil Chandra Nayak

ବିନା ସୂଚନା ଫଳକରେ ଚାଲିଛି କୋଟି କୋଟି ଟଙ୍କାର ମେଘା ପ୍ରକଳ୍ପ 

Sunil Chandra Nayak

Leave a Comment

error: Content is protected !!