ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବୀନଙ୍କ ନୂଆ ଟିମ୍‌ରେ ସାମିଲ୍ ହେବେ ନୂଆ ଓ ପୁରୁଣା ମୁହଁ

 ନବୀନ ନିବାସ ରୁ ଗଲା ଫୋନ୍‌ କଲ୍…

ବିକ୍ରମ କେଶରୀ ଆରୁଖ ହୋଇ ପାରନ୍ତି ବାଚସ୍ପତି

ପ୍ରଶାନ୍ତ ମୁଦୁଲି ହୋଇପାରନ୍ତି ଶାସକ ଦଳର ମୁଖ୍ୟ ସଚେତକ ଓ ସରୋଜ ମେହେର ଉପମୁଖ୍ୟ ସଚେତକ ହେବେ ବୋଲି ସୂଚନା….

 ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ପୁରୁଣା ମନ୍ତ୍ରିମଣ୍ଡଳରୁ କିଏ ରହିବେ ଓ ନୂଆ କିଏ ସାମିଲ ହେବେ ତାହାକୁ ନେଇ ସମସ୍ତଙ୍କ ମଧ୍ୟରେ ଜାରି ରହିଛି ଉତ୍ସୁକତା। ଇତିମଧ୍ୟରେ ଉଭୟ ନୂଆ ମୁହଁ ଓ ପୁରୁଣା ମନ୍ତ୍ରୀଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ ଆସିଥିବା ଜଣାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମ୍‌ରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ଭୁବନେଶ୍ବର (ଏକାମ୍ର) ବିଧାୟକ ଅଶୋକ ପଣ୍ଡା, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ନିମାପଡ଼ା ବିଧାୟକ ସମୀର ରଂଜନ ଦାଶ, କାମାକ୍ଷାନଗର ବିଧାୟକ ପ୍ରଫୁୁଲ୍ଲ ମଲ୍ଲିକ, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଷମକଟକ ବିଧାୟକ ଜଗନ୍ନାଥ ସାରକା ଓ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ସାମିଲ ହେବେ ବୋଲି ଜଣାପଡ଼ିଛି। ନିଜର ଏହି ପୁରୁଣା ସହଯୋଗୀଙ୍କ ଉପରେ ନବୀନଙ୍କ ଭରସା ପୂର୍ବ ଭଳି ରହିଛି।  ଆଜି ସନ୍ଧ୍ୟାରେ ଏମାନଙ୍କୁ ମନ୍ତ୍ରିତ୍ବ ନେଇ ଫୋନ୍‌ ଜରିଆରେ ଜଣାଇ ଦିଆଯାଇଛି।

ଏହାବାଦ୍ ନବୀନ ନିଜର ମନ୍ତ୍ରିମଣ୍ଡଳରେ ନବାଗତ ଓ ପୂର୍ବ ପାଳିରେ ମନ୍ତ୍ରୀ ଥିବା ବିଧାୟକଙ୍କୁ  ସୁଯୋଗ ଦେଇଛନ୍ତି। ଏହି କ୍ରମରେ ସେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡେଇ, ବିଜେପୁର ବିଧାୟିକା ରୀତା ସାହୁ,  ଆଳି ବିଧାୟକ ପ୍ରତାପ ଦେବ, ବିଞ୍ଛାରପୁର ବିଧାୟିକା ପ୍ରମିଳା ମଲ୍ଲିକ,ଚିକିଟି ବିଧାୟିକା ଉଷା ଦେବୀ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରୀ ପଦ ମିଳିଥିବା ନେଇ ସୂଚନା ଫୋନ ଯୋଗେ ଆସିଛି।

ଏଥିପାଇଁ ଲୋକସେବା ଭବନରେ ପୂର୍ବାହ୍ନ ୧୧ଟା ୪୫ରେ ରାଜ୍ୟପାଳ ଗଣେଶୀ ଲାଲ ଏକ ସ୍ବତନ୍ତ୍ର ଉତ୍ସବରେ ମନ୍ତ୍ରୀମାନଙ୍କୁ ଶପଥ ଗ୍ରହଣ କରାଇବେ। ମୁଖ୍ୟମନ୍ତ୍ରୀ ନବୀନଙ୍କ ଟିମ୍‌ରେ କିଛି ପୁରୁଣା ମନ୍ତ୍ରୀଙ୍କୁ ସ୍ଥାନ ମିଳିଥିବା ‌ବେଳେ ନବାଗତଙ୍କୁ ମଧ୍ୟ ସୁଯୋଗ ମିଳିଛି। ଯେଉଁମାନେ ଆସନ୍ତାକାଲି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଆଜି ସନ୍ଧ୍ୟାରେ ସେମାନଙ୍କ ପାଖକୁ ଫୋନ୍‌ ଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଡାବୁଗାଁ ରେ ଭୀମଭୋଇ ଭୀମଭୋଇ ସାମର୍ଥ୍ୟ ଶିବିର

Sunil Chandra Nayak

ଭୁର୍ଟିଗଡ଼ରେ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକର ଶହେରୁ ଉର୍ଦ୍ଧ୍ବ ବିଜେଡି କର୍ମୀ କଂଗ୍ରେସ ଦଳରେ ସାମିଲ

Sunil Chandra Nayak

Leave a Comment

error: Content is protected !!