ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସନ୍ତୋଷ କୁମାର ପଣ୍ଡା ଙ୍କ କବିତା ବଢ଼ି ବାତ୍ୟାର ପିଲାଟିଏ

ବଢ଼ି ବାତ୍ୟାର ପିଲାଟିଏ

 

ଭାର୍ଗବୀ ନଦୀର କୂଳେ,

 ଜନମି ବ୍ରାହ୍ମଣ କୁଳେ,

ସାରା ସଂସାରରେ ପରିଚିତ ହେଲେ,

ନିଜର ସୁଗୁଣ ବଳେ। ।୦।

ଶିକ୍ଷା ସହ ସେବା କାମ,

ପୁରୀରୁ ହେଲା ଆରମ୍ଭ,

‘ପୁରୀ ସେବା ସମିତି’ କରି ପ୍ରତିଷ୍ଠା,

ରୋଗୀ ସେବାର ପ୍ରାରମ୍ଭ। ।୧।

ବନ୍ୟା, ଦୁର୍ଭିକ୍ଷ, ମରୁଡ଼ି,

ଅନାବୃଷ୍ଟି ଆସେ ମାଡ଼ି,

ଦାସ ଆପଣେ ଚୁଡା, ଚାଉଳ ଧରି,

ସେବାରେ ଯାଆନ୍ତି ଭିଡ଼ି। ।୨।

ବଢ଼ି, ବାତ୍ୟାର ସେ ସାଥୀ,

ନ ଥାଏ ମନରେ ଭୀତି,

ଆଗୁସାର ହୋଇ ପହଞ୍ଚି ଯାଆନ୍ତି;

ଦିନ ହେଉ ଅବା ରାତି। ।୩।

ଦେଖି ତାଙ୍କ କର୍ମ ମାନ,

ବିଶ୍ଵ କଲା ଗୁଣଗାନ,

ସେଥିପାଇଁ ଜାତି ଭେଟିଦେଲା ତାଙ୍କୁ

ଉତ୍କଳ ମଣି ସମ୍ମାନ। ।୪।

 

ସନ୍ତୋଷ କୁମାର ପଣ୍ଡା

ଗତିରାଉତପାଟଣା, କଟକ

Related posts

ରାଇରଙ୍ଗପୁର ଆଇଟିଡିଏ ସମ୍ମିଳନୀ କକ୍ଷରେ ସିଫା,ଜିଲ୍ଲା ମତ୍ସ୍ଯ ବିଭାଗ ଏବଂ’ ‘ ପ୍ରଦାନ ‘ ସ୍ବେଛାସେବୀ ସଂଗଠନ ମିଳିତ ଆନୁକୂଲ୍ୟରେ ମତ୍ସ୍ୟଚାଷ ସମ୍ବନ୍ଧରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ ପ୍ରାର୍ଥନା

Sunil Chandra Nayak

ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା

Sunil Chandra Nayak

Leave a Comment

error: Content is protected !!