ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଙ୍କ କବିତା ନିଦାଘ

ନିଦାଘ

 

ଚନ୍ଦ୍ରକଳା, କୋରାପୁଟ

 

ବସନ୍ତର ଅନ୍ତେ ନିଦାଘ ପ୍ରବେଶ

ଧରା ପୃଷ୍ଠରେ କରଇ,

ସୂର୍ଯ୍ୟଙ୍କର ତେଜ ପ୍ରଖର ହୁଅଇ

ଅସ୍ତଵ୍ୟସ୍ତ କରିଥାଇ ||

ପ୍ରଚଣ୍ଡ ଉତ୍ତ|ପେ ପୃଥିବୀ ତପତ

ଗମ ଗମ ବହେ ଝାଳ,

ପଶୁପକ୍ଷୀ ସ୍ଥଳଚର ଜଳଚର

ସରବେ ହ୍ଵନ୍ତି ବିକଳ ||

ନଈ ନାଳ ଆଉ ତଟିନୀ ତଡ଼ାଗ

ଜଳରାଶି ହୁଏ ବାଷ୍ପ,

ଉତ୍ତପ୍ତ ଜଳରେ ଜଳଚର ପ୍ରାଣୀ

ହୋଇଥାନ୍ତି ଛଟପଟ ||

ଖରା ଟାଇଁଟାଇଁ କରେ ଝାଇଁଝାଇଁ

ଦେହକୁ ଲାଗେ ଅବଶ,

କୌଣସି କାର୍ଯ୍ୟରେ ମନଲାଗେ ନାହିଁ

ହୋଇଥାଉ ହନ୍ତସନ୍ତ ||

ସନ୍ଧ୍ୟା ସମୟରେ ନଈର କୂଳରେ

ଭିଡ଼ ଜମେ ଲୋକଙ୍କର,

ଗାଆଁ ତୋଟାମାଳ ବହୁ ଲୋକଙ୍କର

ସାଜିଥାଏ କ୍ରୀଡାସ୍ଥଳ ||

ସନ୍ଧ୍ୟା ସମୟରେ ମଲ୍ଲୀଫୁଲ ବାସ

ସଭିଙ୍କର ପ୍ରିୟ ଅତି,

ଜୁଇ ଯାଇ ହେନା ଓ ରଜନୀଗନ୍ଧା

ତାସଙ୍ଗେ ଥାଆନ୍ତି ମାତି ||

ସପୁରୀ ଖଜୁରୀ ଆମ୍ବ ଓ ପଣସ

ନିଦାଘରେ ଥାଏ ପାଚି,

ଲାଲ ତରଭୁଜ ଲେମ୍ବୁ ସରବତ

ପିଇଣ ଲଭନ୍ତି ତୃପ୍ତି ||

ଅକ୍ଷୟ ତୃତୀୟା, ସାବିତ୍ରୀ ଓ ରଜ

ହୁଅଇ ଚନ୍ଦନ ଯାତ,

ଅଂଶୁଘାତପାଇଁ ଠାବେଠାବେ ପୁଣି

ଖୋଲିଥାଏ ଜଳଛତ୍ର ||

ନିଦାଘ ସମୟ ହେଲେହେଁ ଦାରୁଣ

ଅଟେ ଜଗତର ମିତ,

ସୃଷ୍ଟି କରେ ମେଘ ସାଧେ ପ୍ରାଣୀହିତ

ସଭିଙ୍କୁ କରଇ ପ୍ରୀତ ||

 

Related posts

ନୂଆପଡା ଜିଲ୍ଲା ସାମ୍ବାଦିକ ସମନ୍ଵୟ ସମିତି ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

ଦାଦନ ଶ୍ରମିକ ସମସ୍ୟା ଦୁର ପାଇଁ ଯୁବକ ଙ୍କ ପଦ ଯାତ୍ରା

Sunil Chandra Nayak

ଯୌତୁକ ଜନିତ ହତ୍ୟା ,ଜଣେ କୋର୍ଟ ଚାଲାଣ

Leave a Comment

error: Content is protected !!