ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଁମ କାରେଶ୍ଵର ମହାଦେବ ମନ୍ଦିର ନୂତନ କମିଟି ଚୟନ ପ୍ରକିୟା ହୋଇଯାଇଛି

କଲମପୁର – (ମସିହା) କଲମପୁର ବ୍ଲକ ଅନ୍ତର୍ଗତ ହାରାମାଲ ଓଁମ କାରେଶ୍ଵର ମହାଦେବ ମନ୍ଦିର କମିଟି ର କାର୍ଯ୍ୟକାଳ ର ତିନିବର୍ଷ ପୁରିଗଲା ପରେ ଆଉ ଥରେ ନୂତନକମିଟି ମନୋନୀତ କରିବା ପାଇଁ ବନ୍ଧକନା ପଞ୍ଚାୟତ ଓ ହାରାମାଲ ପଞ୍ଚାୟତ ର ବୁଦ୍ଧିଜୀବୀ ଙ୍କ ମଧ୍ୟରେ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ନିକୁଞ୍ଜ ସିଂହ ଙ୍କ ସଭାପତିତ୍ୱରେ ଏକ ସାଧାରଣସଭା ଆୟୋଜନ କରାଯାଇ ନୂତନ ସଭାପତି ଭାବେ ଶ୍ରୀ ପଙ୍କଜକୁମାର ପଟେଲ , ଉପସଭାପତି ନିରଞ୍ଜନ ପାଢ଼ୀ, କାର୍ଯ୍ୟକାରୀ ସଭାପତି ନକୁଳଚନ୍ଦ୍ର ଶବର , ସମ୍ପାଦକ ଭାବେ ବିଭୁତିଭୂଷଣ ପଣ୍ଡା ,ସହସମ୍ପାଦକ ଭାବେ ଦିତିକୃଷ୍ଟ ଖର୍ସେଲ, କାର୍ଯ୍ୟକାରୀ ସମ୍ପାଦକ ଭାବେ ସୁବୋଧ ଖମାରୀ ,କୋଷାଦକ୍ଷ ଭାବେ, ମାର୍କଣ୍ଡ ଠାକୁର ଙ୍କୁ ମନୋନୀତ କରାଯାଇଛି ।ଉକ୍ତ ସଭାରେ ଆଗାମୀ ଦିନରେ କେମିତି ୩୬୫ ଦିନ ପାଇଁ ୩୬୫ ସଦସ୍ୟ ଆଜୀବନ ସଦସ୍ୟ ରହିବେ ତାହା ପାଇଁ ୨୧୦୦ ଟଙ୍କା ଧାର୍ଯ୍ୟକରିବା ସହ ମନ୍ଦିର ର ଉନ୍ନତି ଓ ବିକାଶ ସହ ଶ୍ରଦ୍ଧାଳୁ ଭକ୍ତ ଙ୍କ ଦର୍ଶନ ଓ ଅଭିଷେକ ଆଦି କିପରି ସୁଚାରୁ ରୁପେ କରିପାରିବେ ତାହାର ଗତିବିଧି ଲକ୍ଷକରିବା ସହ ମନ୍ଦିର ବିଭିନ୍ନ ଆୟ ବ୍ୟୟ ଉପରେ ଆକଳନ କରି ଆଗାମୀ ଦିନରେ ମନ୍ଦିର ର କିପରି ଉନ୍ନତି କରଣ କରାଯାଇପାରିବ ସେହି ବିଷୟରେ ଆଲୋପ ଆଲୋଚନା କରାଯାଇଥିଲା ଏଥିରେ ବୁଦ୍ଧିଯିବି ସୁବାସଚନ୍ଦ୍ର ପଣ୍ଡା , କ୍ଷେତ୍ରମୋହନ ମାଝୀ , ବିନୟକୁମାର ପଣ୍ଡା , ସୁଶାନ୍ତ ରାଉତ, ବିକାଶଚନ୍ଦ୍ର ପଣ୍ଡା ,ପାର୍ଥସାରଥୀ ପଣ୍ଡା ,ଜୟଶଙ୍କର ଭୋଇ , ବୈକୁଣ୍ଠ ନାଏକ ,ବ୍ରଜବନ୍ଧୁ ମୁଣ୍ଡ , ବିରଞ୍ଚି ନାରାୟଣ ପଣ୍ଡା ,ସୁଦର୍ଶନ ପଟେଲ ,ବିଶ୍ୱରଂଜନ ପଣ୍ଡା,ଶରତ ଚନ୍ଦ୍ର ପଣ୍ଡା , ଲାଲମୋହନ ପଣ୍ଡା ଆଦି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।

କଲମପୁର ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ

Related posts

ଶ୍ରୀ ଅରବିନ୍ଦ ଯୋଗମନ୍ଦିର ଆନୁକୂଲ୍ୟରେ “ଶିକ୍ଷା କ୍ଷେତ୍ରରେ ବିବର୍ତ୍ତନ, ଜାତୀୟ ଶିକ୍ଷାନୀତି ଓ ଶ୍ରୀ ଅରବିନ୍ଦ” ଶୀର୍ଷକ ମଣ୍ଡଳ ସ୍ତରୀୟ ସମ୍ପlନ ଆୟୋଜିତ

Sunil Chandra Nayak

ଏନପିଏସ ଶିକ୍ଷକ ସଂଘ ପକ୍ଷରୁ ଏବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା

ପିଲାଙ୍କୁ ସ୍କୁଲରେ ଜଗିବ ସିସି କ୍ୟାମେରା….

Sunil Chandra Nayak

Leave a Comment

error: Content is protected !!