ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ବୃକ୍ଷରେପଣ କଲେ ସମାଜସେବୀ

ବାଲେଶ୍ବର,୦୫/୬/୨୨- ଆଜି ଅର୍ଥାତ୍ ତା ୦୫/୬/୨୦୨୨ ରିଖ ହେଉଛି ବିଶ୍ବ ପରିବେଶ ଦିବସ । ଏହି ଉପଲକ୍ଷେ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ସମାଜସେବୀ ମାନଙ୍କ ଦ୍ବାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେଥିମଧ୍ୟରୁ ଖଇରା ବ୍ଲକ ଶ୍ଯାମସୁନ୍ଦରପୁର ପଞ୍ଚାୟତର ବିଭିନ୍ନ ସଙ୍ଗଠନ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଓ ସମାଜସେବୀ ମାନଙ୍କ ଦ୍ବାରା ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ପରିବେଶକୁ ସ୍ବଚ୍ଛ, ନିର୍ମଳ ଓ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଆଜିର ବିଶ୍ବପରିବେଶ ଦିବସରେ ବୃକ୍ଷ ରୋପଣ ହୋଇଥିଲା । ପଞ୍ଚାୟତର ବିଭିନ୍ନ ଅଞ୍ଚଳ ବୁଲି ବୁଲି ସ୍ଥାନ ନିରୂପଣ କରି ବୃକ୍ଷ ରୋପଣ କରିଥିଲେ ସମାଜସେବୀ ମାନେ । ଏଥିରେ ମଧୁସୂଦନ ଜେନା, ପଦ୍ମଲୋଚନ ଯେନା, ସନାତନ ଯେନା, ଭରତ ମହାରଣା, ଶିବାନୀ ପ୍ରଧାନ ଓ ବିଶ୍ବ ଭୂଷଣ ପ୍ରଧାନ ପ୍ରମୁଖ ସମାଜସେବୀ ବୃକ୍ଷ ରୋପଣକାରୀଙ୍କୁ ବୃକ୍ଷ ରୋପଣ କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଡାବୁଗାଁ ରେ ମହାତ୍ମା ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

Sunil Chandra Nayak

କାଭାଲିଆ ଶିକ୍ଷା ଫାଉଣ୍ଡେସନ୍ ର କର୍ମଶାଳା

Sunil Chandra Nayak

ଜାମଦା ଓ ବେଲପୋଷି ଗ୍ରାମରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା

Sunil Chandra Nayak

Leave a Comment

error: Content is protected !!