ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୈଶାଖୀ କବିତା ଆସର ଓ ଉନ୍ମୋଚନ ପର୍ବ

 ଅ’ପତ୍ରିକା ଓ ପେଞ୍ଜୋରାଣୀର ଉନ୍ମୋଚନ

ମ.ରାମପୁର :୦୫/୬(ମସୀହା): ପ୍ରାକୃତିକ ପରିବେଶ ଭରା ଶାନ୍ତିବନରେ ଅ’ପତ୍ରିକା ଦ୍ୱାରା ବୈଶାଖୀ କବିତା ଆସର ଓ ପତ୍ରିକା ଉନ୍ମୋଚିତ ପର୍ବ ଯୁଗ୍ମ ଭାବେ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ବିଶିଷ୍ଟ ସାହିତ୍ୟିକ ତଥା ସାମ୍ବାଦିକ ହେମନ୍ତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗାଦେଇ ଅଁ ଲାଇନ ପତ୍ରିକାର ପ୍ରଭାବ, ପାଠକ ହ୍ରାସ ଉପରେ ନିଜର ବକ୍ତବ୍ୟ ରଖିଥିଲେ l ଆଗାମୀ ପିଢ଼ିକୁ ସାହିତ୍ୟରେ ଅଫଲାଇନ ପଠନ ଉପରେ ଗୁରୁତ୍ୱ ଦେବାକୁ ସେ କହିଥିବା ବେଳେ କଳାହାଣ୍ଡି ସାହିତ୍ୟରେ ଅ’ପତ୍ରିକା ଏବେ ଗୁରୁତ୍ବ ପୂର୍ଣ୍ଣ ଅଙ୍ଗ ବୋଲି ମଧ୍ୟ ନିଜ ମତ ପ୍ରକାଶ କରିଥିଲେ l ଅନ୍ୟତମ ଅତିଥି ପ୍ରତାପ କେଶରୀ ସାହୁ ସାହିତ୍ୟରେ ଆଜିର ଯୁବ ପୀଢ଼ି ଏବଂ ଅ’ପତ୍ରିକା ତଥା ଏହାର ସଫଳତା ଉପରେ ନିଜ ମନ୍ତବ୍ୟ ରଖିଥିଲେ l ସଭାପତି ନରେଶ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ଏମିତି ଆଗକୁ ଆହୁରି ଏମିତି କବିତା ମୟ ପାରିବେଶ କେମିତି ସୃଷ୍ଟି ହୋଇ ସେଥିରେ ନବ ପ୍ରତିଭାଙ୍କର ବିଶେଷ ଯୋଗଦାନ ହୋଇ ପରିବ ସେଥିପାଇଁ ସେ ଧ୍ୟାନ ଦେବା ସମସ୍ତଙ୍କୁ ଆଗ୍ରହ କରିଥିଲେ l ଅ’ପତ୍ରିକାର ସମ୍ପାଦକ ବିଶ୍ୱନାଥ, ସାହୁ ମଧ୍ୟ ନିଜ ବକ୍ତବ୍ୟରେ ଆଗାମୀ ମୌସୁମୀ କବିତା ଆସରରେ ଅନେକ ନବ ପ୍ରତିଭାଙ୍କୁ କେମିତି ଯୋଡିବା ସେ ଦିଗରେ ନିଜର ମତ ପ୍ରଦାନ କରିଥିଲେ l ପତ୍ରିକାର ଯୁଗ୍ମ ସମ୍ପାଦକ କାହ୍ନୁ ଚରଣ ସାହୁ ଲେଖା ଗୁଡିକ କେମିତି ଡିଜିଟାଳି କରଣ କରାଯାଇପାରିବ ସେ ବିଷୟରେ ମତ ପ୍ରଦାନ କରିଥିଲେ l ଉକ୍ତ ସଭାଟିକୁ ଭବାନୀ ଶଙ୍କର ସାହୁ ପରିଚାଳନା କରିଥିବା ବେଳେ ଡୁଲେଶ୍ୱର କୁମାର ସାହୁଙ୍କ ସଂଯୋଜନାରେ ବିନୋଦ ନାଗ,ଦସ୍ମିତା ସାହୁ, ଅଞ୍ଜନା ମାଝୀ, କର୍ଣ୍ଣ ଗହୀର,ପ୍ରଶାନ୍ତ କୁମାର ଦାଶ, କରୁଣା ସାହୁ, ଅଗ୍ନି କୁମାର ସାହୁ, ଅନ୍ତର୍ଯ୍ୟାମୀ ସାହୁ, ସୁରିଆ ସାହୁ, ମମୀ ମାଝୀ, ସ୍ୱପ୍ନା ବାରିକ, ସୁଜିତ କୁମାର ସାହୁ, ବଲ୍ଳଭ ବାଗ, ଆଦି କବିତା ପଠନ କରିଥିଲେ l ଏହି କାର୍ଯ୍ୟକ୍ରମରେ ନବୀନ ଡିଜିଟାଲ ଓ ଶରତ ଭାଇ ବିଶେଷ ସହଯୋଗର ହାତ ବଢ଼େଇ ଥିଲେ l ଶେଷରେ ପତ୍ରିକାର ମୁଖ୍ୟ ସମ୍ପାଦକ ସମସ୍ତଙ୍କୁ ସାହିତ୍ୟ ମୁଖ୍ୟ ଧାରା ତଥା ଆଗାମୀ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇ ଧନ୍ୟବାଦ ଅର୍ପଣ କରିଥିଲେ l

ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ମଶାରି ଭିତରେ ପଶି ଯୁବକର ପ୍ରାଣ ନେଲା ଚିତି ସାପ

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା : ୨ ଏ ଡି ଏମ ଓ ଆସିଲେ ଖାଲି ମେଞ୍ଚାଏଁ ପ୍ରତିଶୃତି : ଫଳ ଶୂନ

Sunil Chandra Nayak

ନାଳ ମଧ୍ୟରୁ ମାନସିକ ଅନଗ୍ରସର ଯୁବକ ଉଦ୍ଧାର : ଅଳ୍ପକେ ବଞ୍ଚିଗଲା ଜୀବନ

Sunil Chandra Nayak

Leave a Comment

error: Content is protected !!