ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବ ନିର୍ମିତ ଶିବ ମନ୍ଦିର ଉଦଘାଟିତ

ନୂଆପଡା : ପବିତ୍ର ଶିତଳ ଶଷ୍ଠିର ଶୁଭ ଅବସରରେ ଖଡିଆଳ ବ୍ଲକ ଅନ୍ତର୍ଗତ ଦାବ୍ରୀ ଗ୍ରାମ ଠାରେ ନବ ନିର୍ମିତ ଶିବ ମନ୍ଦିର ର ଶୁଭ ଉଦଘାଟନ ଓ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପାଣ୍ଠିରୁ ନବ ନିର୍ମିତ ଶିବ ମନ୍ଦିରକୁ ଆଜି ମୁଖ୍ଯ ଅତିଥି ଭାବରେ ଯୋଗଦାନ କରି ଜିଲ୍ଲା ବିଜେଡ଼ି ସମ୍ପାଦକ ଶ୍ରୀଯୁକ୍ତ ଲମ୍ବୋଦର ନିଆଲ ଉଦଘାଟନ କରିଥିଲେ । ଏହି ଅବସରରେ ପୂଜକ କୁବେର ମାଝୀ, ସରପଞ୍ଚ ଅମ୍ବିକା ମାଝୀ, ସମିତି ସଭ୍ୟା ଲୋଚନେ ମାଝୀ, ପୂର୍ବତନ ସମିତି କୈଳାସ ତାଣ୍ଡି, ତୁଳସୀ ରାମ ଜଗତ, ଡୋଳାମଣି ଭୋଇ, ଅମୂଲ୍ୟ ହାତୀ, ଜିତେନ୍ଦ୍ର ମାଝୀ, ଭୁଜବଲ ମାଝୀ, ତୁଲାରମ ମାଝୀ, ରାମ ମାଝୀ, ପ୍ରଭାଷ ମାଝୀ, ହରିସିଂ ମାଝୀ, ଜଗୁରାମ ମାଝୀ, ଗଗନେ ଜଗତ, ଗଣନାଥ ଜଗତ, ପୁସ୍ତମ ଲୁହାର, ସନ୍ତୋଷ ରାଉତରାୟ, ଅଜୟ ହେର୍ଣ୍ଣା, ଗରେଖଲାଲ ମାଝୀ, ଦେଵସିଂ ହଂସ, ଜଗତରାମ ମାଝୀଙ୍କ ସମେତ ସ୍ଥାନୀୟ ନେତୃବର୍ଗ ଓ ଜନସାଧାରଣ ଉପସ୍ଥିତ ରହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରୋଜଗାର ନ ପାଇ ଦାଦନ ଯାଇଥିବା ଯୁବକ ପାଳଟୁଛି ଶବ

ମାଷ୍ଟର ସେଣ୍ଟର ଉଦଘାଟ

Sunil Chandra Nayak

ତେନ୍ତୁଳିଖୁଣ୍ଟି ଗଛ ଗଣ୍ଡି ପଡି ପରିବାର ବାସହରା

Sunil Chandra Nayak

Leave a Comment

error: Content is protected !!