ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜ୍ୟ ସରକାରଙ୍କ ‘୫-ଟି’ ରେ ଯୋଡ଼ି ହେଲା ଆଉ ଏକ ‘ ଟି’..

ରାଜ୍ୟ ସରକାର ‘୫-ଟି’ (ଟିମ୍‌ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପେରିନ୍ସି, ଟ୍ରାନ୍ସଫରମେସନ ଓ ଟାଇମ୍‌ ଲିମିଟ୍‌)କୁ ଗୁରୁତ୍ବ ଦେଇଆସୁଥିବା ବେଳେ, ଏବେ ନିଜ ସରକାର ସପକ୍ଷରେ ପ୍ରଚାର କରିବା ସହ ବିକାଶମୂଳକ କାମ କରୁଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହା ହେଉଛି ବଡ଼ ଅସ୍ତ୍ର, ଯାହାର ମାଧ୍ୟମରେ ଲୋକଙ୍କର ସମସ୍ୟାଗୁଡ଼ିକ ସହଜରେ ସମାଧାନ ହୋଇପାରିବ। ମୁଖ୍ୟମନ୍ତ୍ରୀ ନବୀନ ‘୫-ଟି’ ସ୍ଥାନରେ ‘୬-ଟି’କୁ ଗୁରୁତ୍ୱ ଦେଇଛନ୍ତି। ଅତିରିକ୍ତ ‘ଟି’ ହେଲା ଟୁର୍‌ ଅଥବା ଗସ୍ତ। ‘ମୋ ସରକାର’ କାର୍ଯ୍ୟକ୍ରମରେ ମନ୍ତ୍ରୀମାନଙ୍କୁ ରାଜ୍ୟର ବିଭିନ୍ନ ଅଞ୍ଚଳ ଟୁର କରି ଲୋକଙ୍କ ସମସ୍ୟା ବୁଝିବା ଓ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କାର୍ଯ୍ୟରେ ସ୍ଵଛତା ବଜାୟ ରଖିବାକୁ ମଧ୍ୟ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତକାଲି ନବୀନ ସରକାରଙ୍କ ନୂଆ ମନ୍ତ୍ରିମଣ୍ଡଳ ଗଠନ ହୋଇଛି। ଲୋକସେବା ଭବନରେ ନୂଆ ମନ୍ତ୍ରୀମାନେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଠାରୁ ଶପଥ ଗ୍ରହଣ କରିଥିଲେ। ସନ୍ଧ୍ୟା ୫ଟାରେ ନୂଆ ମନ୍ତ୍ରୀମାନେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀଙ୍କୁ ୬ଟି ମନ୍ତ୍ର ଦେଥିଲେ। ମୁଖ୍ୟମନ୍ତ୍ରୀ ନବୀନ ନିଜର ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ମନ୍ତ୍ରୀମାନଙ୍କୁ କହିଥିଲେ ଯେ, ସେମାନେ ଅଧିକ ଟୁର୍ କରି ବିଭିନ୍ନ ଅଞ୍ଚଳ ଲୋକଙ୍କ ସମସ୍ୟା ସମାଧାନ କରନ୍ତୁ। ଏଥି ସହିତ ନିଜ କାମରେ ସ୍ୱଚ୍ଛତା ରଖନ୍ତୁ ବୋଲି ସେ ଶପଥ ନେଇଥିବା ନୂତନ ମନ୍ତ୍ରୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନବ ନିଯୁକ୍ତ ବାମନଘାଟୀ ଉପଖଣ୍ଡ ପୋଲିସ ପ୍ରଶାସକଙ୍କୁ ଵାମନଘାଟୀ ପ୍ରେସ କ୍ଲବର‌ ସ୍ବାଗତ ଓ ସମ୍ବର୍ଦ୍ଧନା

Sunil Chandra Nayak

ଗୋଟିଏ ରାତିରେ ଉଠା ଜଳସେଚନର ଦୁଇ ଦୁଇଟି ମଟର ଚୋରି ଚାଷୀ ହନ୍ତସନ୍ତ

Sunil Chandra Nayak

ବ୍ଲକସ୍ତରୀୟ ମିଶନଶକ୍ତି ଋଣ ମେଳା

Sunil Chandra Nayak

Leave a Comment

error: Content is protected !!