ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ପାଳିତା ଝିଅର ବିବାହ କଲେ ହେମଲତାଙ୍କ ପରିବାର

ବାଲେଶ୍ବର,୦୬ /୬/୨୨- ପାଳିତା ଝିଅର ବିବାହ କଲେ ହେମଲତା ଦାସଙ୍କ ପରିବାର । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଶ୍ଯାମସୁନ୍ଦରପୁର ପଞ୍ଚାୟତରେ । ଉକ୍ତ ପଞ୍ଚାୟତର ପାର୍ବତୀପୁର ଗ୍ରାମର ହେମଲତାଙ୍କ ପରିବାର ଦୀର୍ଘ ଦିନ ହେବ ଏକ ଅସହାୟ ଝିଅ ମିନାକ୍ଷୀ ଜେନାକୁ ଲାଳନପାଳନ କରିଆସୁଥିଲେ । ଉପଯୁକ୍ତ ବିବାହ ବୟସ ହେବାରୁ ଯାଜପୁର ଜିଲ୍ଲା ଷଠୀପୁର ଅଞ୍ଚଳର ଦୁଃଶାସନ ଦାସଙ୍କ ସହିତ ବିବାହ କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ଉକ୍ତ ବିବାହ କାର୍ଯ୍ୟ ଶ୍ଯାମସୁନ୍ଦରପୁର ପଞ୍ଚାୟତରେ ନୂତନ ଭାବେ ନିର୍ମିତ ହୋଇଥିବା କଲ୍ଯାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତର ସରପଞ୍ଚ ବନିତା ପ୍ରଧାନ ନିଜସ୍ୱ ହାତପାଣ୍ଠିରୁ କଲ୍ଯାଣୀ ମଣ୍ଡପ ଦେୟ ଭରଣା କରିଥିଲେ । ଏହା କଲ୍ଯାଣ ମଣ୍ଡପର ପ୍ରଥମ ବିବାହ ହୋଇଥିବାରୁ ଖୁବ୍ ଧୁମଧାମରେ ପାଳନ ହୋଇଥିଲା । ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ ବିଶ୍ବଭୂଷଣ ପ୍ରଧାନଙ୍କ ସମେତ ବଜାର କମିଟି ଏବଂ ଅନ୍ୟାନ୍ୟ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉକ୍ତ ଶୁଭ ପରିଣୟ କାର୍ଯ୍ୟକୁ ସହଯୋଗ କରିଥିଲେ ।ଅଞ୍ଚଳବାସୀଙ୍କ ଆଶୀର୍ବାଦରୁ ନବଦମ୍ପତ୍ତିଙ୍କ ମୁଖରେ ହସ ଫୁଟି ଉଠିଥିବାରୁ ନବଦମ୍ପତ୍ତି ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମୋଟରସାଇକେଲ ଓ ସାଇକେଲ ଦୁର୍ଘଟଣା ୨ଆହତ

Sunil Chandra Nayak

ଦୀପାବଳୀ ଓ ଶ୍ୟାମାକାଳୀ ଜନ୍ମ ମହୋତ୍ସବ ଉପଲକ୍ଷେ ଦକ୍ଷିଣ କାଳୀ ମନ୍ଦିରରେ ଚଣ୍ଡି ମହାଯଜ୍ଞ

Sunil Chandra Nayak

ଏଥର ଗାଁରୁ ଶୁଭିବ ସମାଜ ପରିବର୍ତ୍ତନର ସ୍ୱର, ଘରେଘରେ ପହଞ୍ଚିବ ବାବାସାହେବଙ୍କ ଚିନ୍ତାଧାରା

Leave a Comment

error: Content is protected !!