ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଥଯାତ୍ରା ପାଇଁ ପୁରୀ ରେ ବ୍ୟବସ୍ଥା…ଏଣିକି ସବୁ ଅଟୋ ପଛରେ ଲାଗିବ ଦର ତାଲିକା

ଅଟୋ ଚାଳକ ମନଇଚ୍ଛା ନେଇ ପାରିବେ ନାହିଁ ଭଡା

ଏଣିକି ସବୁ ଅଟୋ ପଛରେ ଲାଗିବ ଦର ତାଲିକା । ଯାହାଫଳରେ ଅଟୋ ଚାଳକମାନେ ମନମୁତାବକ ଦର ନେଇପାରିବେ ନାହିଁ । ଏନେଇ ପୁରୀ ପୁଲିସ ଅଟୋ ଚାଳକଙ୍କ ସହ ସମନ୍ୱୟ ବୈଠକ କରି ଦର ତାଲିକା ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛି । ସେପଟେ ଗୋଟିଏ ସ୍ଥାନରୁ ଭିନ୍ନ ଭିନ୍ନ ଅଟୋ ଚାଳକ ଭିନ୍ନ ଭିନ୍ନ ଦର ନେଉଥିବାବେଳେ ଯାତ୍ରୀମାନେ ଶୋଷଣର ଶିକାର ହେଉଥିଲେ । ଏପରିକି ଏନେଇ ବାରମ୍ବାର ଅଭିଯୋଗ ମଧ୍ୟ ସାମ୍ନାକୁ ଆସୁଥିଲା । ରଥଯାତ୍ରା ସମୟରେ ଯାତ୍ରୀଙ୍କୁ ଲୁଟପାତରୁ ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ରେଟ ଚାର୍ଟ ପ୍ରସ୍ତୁତ କରାଯାଇଛି । ତେବେ ରେଟ ଚାର୍ଟ ଅନୁଯାୟୀ ରେଳଷ୍ଟେଶନରୁ ବାଲିଘାଟ ଯିବା ପାଇଁ ୧୫୦ ଟଙ୍କା, ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯିବାକୁ ଶହେ ଟଙ୍କା ଓ ମଙ୍ଗଳାଘାଟକୁ ଯିବା ଲାଗି ୧୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହିଭଳି ୪୧ଟି ରୁଟ ନିର୍ଦ୍ଧାରିତ କରାଯାଇଛି । ନିଦ୍ଧାରିତ ଦର ଠାରୁ ଅଧିକ ଟଙ୍କା ନିଆଯାଇପାରିବ ନାହିଁ ବୋଲି ପୁଲିସ ପ୍ରଶାସନ ସ୍ପଷ୍ଟ କରିଛି ।

ପୁଲିସ ସହ ବୈଠଳରେ କୁହାଯାଇଛି ଯେ ପୁରୀକୁ ବହୁ ଭକ୍ତଙ୍କ ଆଗମନ ହେଉଛି । ଏହାକୁ ଦୃଷ୍ଟିରେ ରଖି ଦର ତାଲିକା ପ୍ରସ୍ତୁତ ହୋଇଛି । ସେହିଭଳି ଅଟୋ ଆସୋସିଏଶନ ପୁରୀ ଅଟୋଚାଳକଙ୍କୁ ଯାତ୍ରୀଙ୍କ ସହ ଉତ୍ତମ ବ୍ୟବହାର କରିବା ନେଇ ସଚେତନ କରାଇବ । ରଥଯାତ୍ରା ସମୟରେ ଯାତ୍ରୀଙ୍କୁ ସହଯୋଗ ମନୋଭାବ ନେଇ କାର୍ଯ୍ୟ କରିବ । ପୁରୀ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦ୍ୱାରା ଧାର୍ଯ୍ୟ ଅଟୋ ଭଡାଠାରୁ ଅଧିକ ଭଡା ଯାତ୍ରୀଙ୍କଠାରୁ ଆଦାୟ କରାଯିବ ନାହିଁ । ଦର ତାଲିକା ଅଟୋରେ ଲଗାଯିବ । ଫଳରେ ଯାତ୍ରୀମାନେ ତାଲିକା ଦେଖି ଅଟୋ ଭଡ଼ା ଦେଇପାରିବେ । ସବୁ ଅଟୋ ଆଗରେ ଷ୍ଟିକର ସହାୟତାରେ ପୁରୀ ପୁଲିସ ପକ୍ଷରୁ ଜାରି ଟୁରିଷ୍ଟ ହେଲ୍ପ ଲାଇନ ନମ୍ବର ଲଗାଯିବ । କୌଣସି ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଲେ ତୁରନ୍ତ ଏନେଇ ସୂଚନା ଦେଇପାରିବେ ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଉତ୍ସାହ ୨୦୨୨ ଅୟୋଜିତ

Sunil Chandra Nayak

ସଫଳା ଦାସ ଙ୍କ କବିତା ତୁମେ ଏମିତି କାହିଁକି ଆସ

Sunil Chandra Nayak

ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ରେ ସେବା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!