ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ପିଞ୍ଛାବଣିଆ ଗୁରୁକୁଳ ଆଶ୍ରମ ପାଇଲା ପ୍ରକୃତି ମିତ୍ର ପୁରସ୍କାର-୨୦୨୨

ବାଲେଶ୍ବର,୦୬/୬/୨୨- ବାଲେଶ୍ବର ଜିଲ୍ଲା ରୁପ୍ସା ଥାନା ସଦର ବ୍ଳକ ମହକୁମା ପିଞ୍ଛାବଣିଆ ବୈଦିକ ଗୁରୁକୁଳ ଆଶ୍ରମକୁ ପ୍ରକୃତି ମିତ୍ର ପୁରସ୍କାର ସହିତ ୨୦ହଜାର ଟଙ୍କାର ଚେକ୍ ଓଡିଶା ସରକାର ପକ୍ଷରୁ ପ୍ରଦାନ କରାଯାଇଛି । ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ବ୍ଲକ୍ ସ୍ତରରେ ବାଲେଶ୍ବର ଜିଲ୍ଲାର ସଦର ବ୍ଲକ୍ ତରଫରୁ ବୈଦିକ ଗୁରୁକୁଳ ଆଶ୍ରମ ପିଞ୍ଛାବଣିଆ ସର୍ବୋକୃଷ୍ଟ ବିବେଚିତ ହୋଇଥିବାରୁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ଭୁବନେଶ୍ୱର ସ୍ଥିତ ନବିନ୍ଦ୍ର ମଣ୍ଡପ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ଵ ପରିବେଶ ଦିବସରେ ଗୁରୁକୁଳ ଆଶ୍ରମକୁ ପ୍ରୋତ୍ସାହନ ସ୍ୱରୂପ ୨୦ ହଜାର ଟଙ୍କା ସହିତ ପ୍ରକୃତି ମିତ୍ର-୨୦୨୨ ସମ୍ମାନରେ ସମ୍ମାନିତ କରାଯାଇଛି । ଏହି ଅବସରରେ ଆଜି ଅର୍ଥାତ୍ ତା ୦୬/୬/୨୨ରିଖ ସୋମବାର ଅପରାହ୍ନରେ ବୈଦିକ ଗୁରୁକୁଳ ଆଶ୍ରମ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଆଶ୍ରମର ସମ୍ପାଦକ ତଥା ପ୍ରଧାନ ଆଚାର୍ଯ୍ଯ ବିଜୟ ଜି ତତ୍ବାବଧାନରେ ଅନୁଷ୍ଠିତ ସଭାରେ ବିରେନ୍ଦ୍ର କର ସଭାପତିତ୍ବ କରିଥିବାବେଳେ ନିଳମଣି ମହାବିଦ୍ଯାଳୟର ଅଧ୍ଯାପକ ଗୋରାଙ୍ଗ ପଣ୍ତା, ସମୟଚକ୍ର ସମ୍ପାଦକ ସର୍ବେଶ୍ବର ଜେନା, ଗୁରୁମା ପ୍ରମିଳା ନାୟକ, ସସ୍ମିତା ମଲ୍ଲିକ, ଗୁରୁଜୀ ଗଣେଶ ପାଢୀ, ଅନନ୍ତ କୁମାର ସାହୁ, କମଳଲୋଚନ ଆଚାର୍ଯ୍ଯ ସମେତ ରୁପ୍ସା ଆର୍ଯ୍ଯ ସେବାସଂଘ ଆଶ୍ରମର ବ୍ରହ୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ସରକାର ଏହି ଗୁରୁକୁଳ ଆଶ୍ରମ ପ୍ରତି ଦୃଷ୍ଟି ଦେଇଥିବାରୁ ଅଞ୍ଚଳବାସୀ ତଥା ଆଶ୍ରମ କର୍ମକର୍ତ୍ତାଙ୍କ ମଧ୍ଯରେ ଆନନ୍ଦର ଲହରି ଖେଳିଯାଇଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପୋଲିସ ଗୁଳି ରେ ଦୁଇ ମହିଳା ମାଓବାଦୀ ମୃତ୍ୟୁ , ବିପୁଳ ମାଓ ସାମଗ୍ରୀ ଜବତ

Sunil Chandra Nayak

ରାଇରଙ୍ଗପୁର ହାଇସ୍କୁଲରେ ଉନ୍ନୟନ କାର୍ଯ୍ୟକ୍ରମ ର ସମୀକ୍ଷା

Sunil Chandra Nayak

ବହୁଚରା ମାତାଙ୍କ ପୂଜାନୋତ୍ସଭ ଓ ଉତ୍କଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!