ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବ କୁମାର ଦାସ ଙ୍କ କବିତା  ଝଡ଼ ବତାସ

 ଝଡ଼ ବତାସ

 

କେହି କେହି

ଇପ୍ସିତ ଆଶାର ଇଟା ମାନଙ୍କୁ ନେଇ

ତୋଳିଥାନ୍ତି ସ୍ବପ୍ନର ମହଲ

ଜହ୍ନର ସୁନେଲି କିରଣକୁ

ରଙ୍ଗର ଚାଦର କରି

ଘୋଡେଇ ଥାନ୍ତି ମହଲ ଉପରେ

 ଚିକ ମିକ ତାରାର ଆଲୋକକୁ ନେଇ

ସଜେଇ ଥାନ୍ତି ରଙ୍ଗ ବେରଙ୍ଗର

ଇଲେକ୍ଟ୍ରି ବଲବ ପରି…….

ତେଣୁ ସେମାନେ ହସନ୍ତି

କେତେ ଦଶନ୍ଧି ଧରି 

ଦୁଃଖର ସନ୍ତର୍ପଣରେ

କେଉଁ ଏକ ସୁଖର ପିପାସାରେ…… Il

 

ଏଇ ସେଇ ଅନ୍ତରର ଆନ୍ତରିକତାରେ

ବୁଢୀମା ହସେ

ତା’ର ଲାଉ ଲାତରେ ଲାଉ ଫଳିଲେ

ବୁଢ଼ା ବାପା ହସନ୍ତି

ଗାଁ ପୋଖରୀର ଚୁନା ମାଛରେ  

ମାଆ ହସେ

ତା ଛୁଆ ପେଟର ଭୋକର ପୂର୍ଣ୍ଣଛେଦରେ

ଆଉ ବାପା ହସନ୍ତି

ସବୁ ମୁଖର ହସ ଦର୍ଶନରେ

ପରିପୂର୍ଣ୍ଣତାର ବିପ୍ଳବରେ

ନିଜ ଚତୁର୍ଯ୍ୟତାର ମାଟି କାନ୍ଥ ମୂଲକରେ….. Il

 

ତଥାପି

କେଉଁ ଏକ ଅପରିଚିତ ଶକ୍ତିରେ

ଖରା ତାତିର ଝାଞ୍ଜି ପବନର ଦହଗଞ୍ଜପରି

ବିଧି ଯେତେବେଳେ ବାମ ସାଜେ

ଭାଗ୍ୟ ସାଜେ ବଇରୀ

କାଳ ଆସେ ନିଦ୍ରା ନେଇ

କେଉଁ ଏକ ସମ୍ପର୍କର ବିଲୁପ୍ତିରେ

ଅଦିନିଆ ଝଡ ନେଇ, ବତାସ ନେଇ

ତାପରେ ତୁମେ କାନ୍ଦ, ଲୁହ ଗଡା଼ଅ

ଭୁଶୁଡି ପଡେ ତୁମ ସ୍ବପ୍ନର ମହଲ

ଆଶା ସବୁ ମରୀଚିକା ସାଜେ

କାହା ଜୀବନର ପୂର୍ଣ୍ଣ ଛେଦରେ

ହଠାତ, ଏଇ ଝଡ଼ ବତାସ ରେ……. Il

 

ନବ କୁମାର ଦାସ

ସୁରଡ଼ିହା, ବାଲିଆପାଳ, ବାଲେଶ୍ୱର

 

Related posts

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଚାରି ବୃକ୍ଷ କୋଳରେ ଭଗବାନଙ୍କ ବିଭିନ୍ନ ଛବି, ସୌନ୍ଦର୍ଯ୍ୟକୁ ବଢ଼ାଇ କଳାକାର ଦେଲେ ରଙ୍ଗର ଚlତୁର୍ଯ୍ୟ 

Sunil Chandra Nayak

Leave a Comment

error: Content is protected !!