ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ପାଷାଣ

      ପାଷାଣ

କାହାପାଇଁ ତୁମେ ପାଷାଣ ହୋଇଲ

ଗୁପତେ ବସିଛ ଏକା

କେଉଁ ଅପରାଧ କରିଅଛୁ ଆମେ

ଦିଅନାହିଁ ଥରେ ଦେଖା 

କାହାପାଇଁ ତୁମେ………………୧ 

 

ଗୁପ୍ତ ଲୀଳା ତୁମ କେମିତି ବୁଝିବୁ

ବୁଝାଇ କହିବ  କିଏ

ଅପଢା ପାଠକୁ କିଏ ପଢ଼ାଇବ 

ଜ୍ଞାନ ଦାତା ହେବ ସିଏ

ଚାରି ଦିଗ ଆଜି ଅନ୍ଧକାର ଦିଶେ

ତୁମ ବିନା ଏଠି ଏକା

କାହାପାଇଁ ତୁମେ………………୨ 

 

କି ବିଚାର ତୁମେ କରିଲ ଏଠାରେ

କାହାକୁ କହିଲ ନାହିଁ

ନିଜକୁ ତୁମେ ଯେ ଦୂରେଇ ତ ନେଲ

ଦୁଃଖରେ ରହିଚି ଚାହିଁ

ଏମିତିକା ଭକ୍ତ ପାଖରେ ରହିବି

ଏହିକି ଭାଗ୍ୟରେ ଲେଖା !

କାହାପାଇଁ ତୁମେ ପାଷାଣ ହୋଇଲ

ଗୁପତେ ବସିଛ ଏକା………….୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

 

Related posts

ଗଣହତ୍ୟା ଓ ଦୁଷ୍କର୍ମର ଶିକାର  ଛାତ୍ରୀ କନକ ନିଆଲର ମୃତଦେହକୁ  ଦାହ କଲେ ଡମ୍ବ ସମାଜ , କଂଗ୍ରେସ ଓ ଏଓଏସସିଏଫ କର୍ମକର୍ତ୍ତା

Sunil Chandra Nayak

ଏମ ରାମପୁର ବ୍ଳକ ଅଧ୍ୟକ୍ଷା ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥିନୀ ନିର୍ବାଚିତ

Sunil Chandra Nayak

ଟ୍ରକ୍ ଧକ୍କା ରେ ବାଛୁରୀ ଗୁରୁତର, ଉଧାର କଲେ ମୁସଲମାନ ଯୁବକ

Sunil Chandra Nayak

Leave a Comment

error: Content is protected !!