ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ପାଷାଣ

      ପାଷାଣ

କାହାପାଇଁ ତୁମେ ପାଷାଣ ହୋଇଲ

ଗୁପତେ ବସିଛ ଏକା

କେଉଁ ଅପରାଧ କରିଅଛୁ ଆମେ

ଦିଅନାହିଁ ଥରେ ଦେଖା 

କାହାପାଇଁ ତୁମେ………………୧ 

 

ଗୁପ୍ତ ଲୀଳା ତୁମ କେମିତି ବୁଝିବୁ

ବୁଝାଇ କହିବ  କିଏ

ଅପଢା ପାଠକୁ କିଏ ପଢ଼ାଇବ 

ଜ୍ଞାନ ଦାତା ହେବ ସିଏ

ଚାରି ଦିଗ ଆଜି ଅନ୍ଧକାର ଦିଶେ

ତୁମ ବିନା ଏଠି ଏକା

କାହାପାଇଁ ତୁମେ………………୨ 

 

କି ବିଚାର ତୁମେ କରିଲ ଏଠାରେ

କାହାକୁ କହିଲ ନାହିଁ

ନିଜକୁ ତୁମେ ଯେ ଦୂରେଇ ତ ନେଲ

ଦୁଃଖରେ ରହିଚି ଚାହିଁ

ଏମିତିକା ଭକ୍ତ ପାଖରେ ରହିବି

ଏହିକି ଭାଗ୍ୟରେ ଲେଖା !

କାହାପାଇଁ ତୁମେ ପାଷାଣ ହୋଇଲ

ଗୁପତେ ବସିଛ ଏକା………….୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

 

Related posts

ରଞ୍ଜିତ କୁ ସାହୁ ଙ୍କ କବିତା ଆତ୍ମା ର ସୁଖ

ଦାଦନ ଶ୍ରମିକଙ୍କ ମୃତ୍ୟୁ, ଗାଁକୁ ଫେରୁଛି ଶବ,ଗାଁରେ ଶୋକାକୁଳ ପରିବେଶ

Sunil Chandra Nayak

ଆମ୍ବେଦକର ଙ୍କ 131 ତମ ଜନ୍ମଜୟନ୍ତିରେ ସମାଜସେବୀ ଡ଼ଃ ବିବେକାନନ୍ଦ ମହାନନ୍ଦ ଆମ୍ବେଦକର ଫୁଲେ ପାଠଶାଳା କୁ 20,000 ଟଙ୍କା ଦେଇ ସାହାଯ୍ୟର ହାତ ବଢ଼ାଇଛନ୍ତି

Sunil Chandra Nayak

Leave a Comment

error: Content is protected !!