ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୀକ୍ଷିରାମ ମେହେର ଙ୍କ କବିତା ଆଜିବି ବଞ୍ଚିଛି ତୁମରି ପାଇଁ

ଆଜିବି ବଞ୍ଚିଛି ତୁମରି ପାଇଁ

 

ଆଖିରୁ ଝରୁଛି ଅସରାଏ ଲୁହ

କେବଳ ତୁମରି ପାଇଁ,

କଥା ଦେଇ ମୋତେ ଚାଲିଗଲ ତୁମେ

ଆଉ ଜମା ଫେର ନାହିଁ।

 

ଅଭୁଲା ସ୍ମୃତିକୁ ସାଉଁଟି ଆଜି ମୁଁ

ଯନ୍ତ୍ରଣାକୁ ଭୋଗୁ ଅଛି।

କେମିତି କହିବି ବଞ୍ଚିଛି କେମିତି

ଭାଷା ଆସୁ ନାହିଁ କିଛି।

 

ମନ ପ୍ରାଣ ଦେଇ ଭଲ ପାଇ ଥିଲି

କରିନି ପ୍ରେମରେ ଉଣା,

ମିଠା କଥା କହି ଛାଡି ଚାଳିଗଲ

କରି ଦେଇ ବାଟ ବଣା।

 

ମୁକ୍ତ ଆକାଶର ପକ୍ଷୀ ଟିଏ ଭାବି

ଡେଣା ମୋର କାଟିଦେଲ

ଭଲ ପାଇବାର ଏ କି ଉପହାର

ଜୀବନରେ ଭରିଦେଲ।

 

ଫେରି ଆସ ସାଥି ଅପେକ୍ଷା କରିଛି

ତୁମରି ପଥକୁ ଚାହିଁ,

ଅବୁଝା ହୁଅନା ହୃଦୟ ଗହଣା

ହୃଦ ଜମା ମାନୁ ନାହିଁ।

 

ଆଜିବି ବଞ୍ଚିଛି ତୁମ ଆଶ୍ରା ନେଇ

ଗଢିବି ନୂଆ ଦୁନିଆଁ,

ଭାଙ୍ଗି ଦିଅ ନାହିଁ ସପନ ମୋହର

କରିନିଅ ହେ କନିଆଁ।

 

ଆଜିବି ବଞ୍ଚିଛି ତୁମରି ପାଇଁ ମୁଁ

ସାଜିବି ତୁମ ସଙ୍ଗିନୀ,

ମନକଥା ମେନେ ସାଇତି ରଖିଛି

ହେବି ତୁମ ଅର୍ଦ୍ଧାଙ୍ଗିନୀ।

 

ରୀକ୍ଷିରାମ ମେହେର

ସାନପୋଡ଼ାଗୁଡା

Related posts

ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜ ମାହାସଭା ପ୍ରଥମ ଅଧିବେଶନ

Sunil Chandra Nayak

ବାମନଘାଟୀ କୋହ୍ଲ ଏବଂ ସାନ୍ତାଳୀ ସଂପ୍ରଦାୟ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ବାଧୀନତା ଦିବସ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବରଷା ରାଣୀ

Sunil Chandra Nayak

Leave a Comment

error: Content is protected !!