ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ପ୍ରେମ

ପ୍ରେମ

 

ପ୍ରେମ 

କଣ କେବେ ଦେଖାଇ ହୁଏ ..?

ନା,

କାରଣ

କିଛି ପ୍ରେମ 

ରହିଯାଏ ଆଖିର କୋଣରେ

କିଛି ପ୍ରେମ

ରହି ଯାଏ ବନ୍ଦ ଓଠରେ

କିଛି ପ୍ରେମ 

ରହିଯାଏ ଅକୁହା କଥାରେ

କିଛି ପ୍ରେମ 

ରହିଯାଏ ନୀରବ ପ୍ରତୀକ୍ଷାରେ

କିନ୍ତୁ 

ବେଶୀ ପ୍ରେମ 

ବୋଧେ ରହିଯାଏ

ଦୂରତା ଆଉ ଝଗଡାରେ 

କାରଣ

ଯେତେ ଦୂରତା 

ସେତେ ମନର ଅନୁଭବ

ଯେତେ ଝଗଡ଼ା 

ସେତେ ପ୍ରେମର ଗଭୀରତା ।।

ସସ୍ମିତେଶ ସାହୁ

ଶଙ୍ଖଚିଲା, ଯାଜପୁର

Related posts

ଅପର୍ତ୍ତି ସେଠୀ ଙ୍କ କବିତା ମୋ ଘରେ ହେରାପଞ୍ଚମୀ

ଆଶା ଦେଖାଇଲେ ଆଶା, ବିଜେଡି ଗଡରେ ହାତ

Sunil Chandra Nayak

ପିଡ଼ିଏସଚାଉଳ ଯୋଗାଣଗାଡି ଭାରସାମ୍ୟ ହରାଇବାରୁ ପଞ୍ଚାୟତ ଫାଟକ ନଷ୍ଟ

Sunil Chandra Nayak

Leave a Comment

error: Content is protected !!