ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

 

ସକାଳ ହୋଇଲେ ତୁମ ଛବି ଦୃଶ୍ୟ

   ମୋ ସମ୍ମୁଖେ ହସି ଉଠେ

ଗୁପ୍ତରେ କହଇ ମନ୍ତ୍ର ପାଠ ସବୁ

    ଜପ ହୁଏ ସବୁ ମଠେ।

କିଏ ଗାଇ ହୁଏ ନିଜ ଦୁଃଖ ବାଣୀ

    ପ୍ରଭୁ ଜଣା ଆରାଧନା

ମଜି ଯାଇଥାଏ ପ୍ରଭୁଙ୍କ ସେବାରେ

   ପାଇବା ନିଜ ସାଧନା।

ପ୍ରଭୁ କହି ରଖେ ଭାବି ଚିନ୍ତି ଚଳ

    ସଂଗ୍ରାମ ଆସିଛି ବେଳ

ପ୍ରକୃତି ସହିତ ଅନେକ ସଂର୍ଘଷ

   ଭାଗ୍ୟ ହୁଏ ମହାବଳ।

ସବୁ ସେ ଦେଖୁଛି ସବୁ ସେ ଶୁଣୁଛି

   ଧର୍ଯ୍ୟକୁ ଦେଇଛି ବଳ

ନିଳାଚଳ ନାଥ ଅନାଦର ନାଥ

   ଭାଗ୍ୟର ହୁଏ ସୁଫଳ।

ଜୀବନ ମରଣ ଏକା ସେ ନାବିକ

  ବିପଦକୁ କରେ ପାରି

ଦିବସ ରଜନୀ ନଉକା ବାହୁଛି

   ସେହି ଏକା ମୋର ହରି ।

ଗୋଜାବନ୍ଦ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ତ୍ରୁଟି ପୂର୍ଣ୍ଣ ପୋଲ ନିର୍ମାଣ ହେତୁ ଘରେ ଘରେ ପଶିଲା ବର୍ଷା ଜଳ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ବାରା ଆଇନ୍ ସଚେତନତା ଶିବିର

Sunil Chandra Nayak

ତ୍ରିଲୋଚନ ପାଢୀ ଙ୍କ କବିତା ପ୍ରଭୁ ଗୋବିନ୍ଦଙ୍କୁ ନିତ୍ୟ ଭଜ

Sunil Chandra Nayak

Leave a Comment

error: Content is protected !!