ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ଼ ବ୍ୟବସାୟୀ ଘରୁ ଡକାୟତି ମାମଲା !

୩୧ ଲକ୍ଷ ୪୫ ହଜାର ଟଙ୍କା ସହ ୪ ମୋଟର ସାଇକେଲ, ୬ ମୋବାଇଲ ଜବତ !

ଚାରି ଡ଼କାୟତ ଗିରଫ !

ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରେ ଗତ ୩୦ ତାରିଖ ରାତି ରେ ଧର୍ମଗଡ଼ ର ବ୍ୟବସାୟୀ ଦିନେସ ଅଗ୍ରୱାଲ ଙ୍କ ଘରୁ ମଧ୍ୟ ରାତ୍ରି ରେ ହୋଇଥିବା ଏକ ବଡ଼ ଧାରଣ ର ଡକାୟତି ଘଟଣା ର ପରଦା ଫାସ କରିଛି କଳାହାଣ୍ଡି ପୋଲିସ! ଆଜି ଧର୍ମଗଡ଼ ଏସଡ଼ିପିଓ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ପ୍ରେସମିଟ ରେ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଅଭିଳାଷ ଜି ! ପୁଲିସ ଏନେଇ ଟିଟିଲାଗଡ଼ ଅଞ୍ଚଳ ର ବାସୁ ପୁଟେଲ, ନେପାଳ ଆଡ଼ ଜୁଆଡ଼, ଯୁଗେନ ପଟେଲ, କୈଳାସ ହାତୀ ନାମକ ୪ ଜଣ ବ୍ୟକ୍ତି କୁ ଗିରଫ କରି ସେମାନଙ୍କ ଠାରୁ ୩୧ ଲକ୍ଷ ୪୫ ହଜାର ୬୮୦ ଟଙ୍କା, ୨ ଭରି ସୁନା ,୪ ମୋଟର ସାଇକେଲ,୬ ମୋବାଇଲ ଫୋନ ,୨ଟି ଫିଙ୍ଗର ଗ୍ଲୋବ ଓ ଗୋଟିଏ ଚୋରି ରେ ବ୍ୟବହୃତ କେମିକାଲ ବୋତଲ କୁ ପୁଲିସ ଜବତ କରିଛି । ଏହି ଚୋରି ରେ ସମ୍ପୃକ୍ତ ଥିବା ୨ ଜଣ ଫେରାର ଅଛନ୍ତି । ଗତ ୩୦ ତାରିଖକ ମଧ୍ୟ ରାତ୍ରି ରେ ଶ୍ରୀ ଅଗ୍ରୱାଲଙ୍କ ଘର କୁ ପଶି କେମିକାଲ ପ୍ରୟୋଗ କରିବା ସହ ବ୍ୟବସାୟୀ ଙ୍କ ମାଁ ଓ ଭଉଣୀ ସୋଇଥିବା କୋଠରୀ ରେ ପଶି ପ୍ରାୟ ୫୦ ଲକ୍ଷ ଟଙ୍କା ଭର୍ତି ୨ ଟି ବ୍ୟାଗ ଧରି ଚମ୍ପଟ ମାରିଥିଲେ । ବର୍ତ୍ତମାନ ଫେରାର ଥିବା ୨ ଅଭିଯୁକ୍ତ ଗିରଫ ହେବା ପରେ ଆହୁରି ଚୋରି ସାମଗ୍ରୀ ମିଳିବାର ଆଶା ଥିବା କହିଛନ୍ତି କଳାହାଣ୍ଡି ଏସପି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।

Related posts

ଆଜାଦି କୀ ଅମୃତମହୋତ୍ସଵ ଅବସରରେ ତେନ୍ତୁଳିଖୁଣ୍ଟି ବ୍ଲକ ରେ ଗଡ଼ିଲା ସ୍ୱଚ୍ଛତା ରଥ

Sunil Chandra Nayak

ଜିଲ୍ଲା ସଂସ୍କୃତି ପରିଷଦରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ସାମିଲ

Sunil Chandra Nayak

କବିତା – ଦାନ

Sunil Chandra Nayak

Leave a Comment

error: Content is protected !!