ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୁଭଶ୍ରୀ  ପ୍ରଧାନ ଙ୍କ କବିତା ସକାଳ  ଜଣାଣ

ସକାଳ  ଜଣାଣ

ଜଗତର ନାଥ ଈଶ୍ୱର

ତୁମରି କରୁଣା ଅପାର।।

 

ତୁମରି ଆଶିଷେ ଜଗତେ

ହୁଏ ଦିନ ରାତି ନିରତେ।।

 

ଅନ୍ତର୍ଯ୍ୟାମୀ ତୁମେ ବୋଲାଇ

ବସିଛ ଭୂଜକୁ ମେଲାଇ।।

 

ଷାଠିଏ ପଉଟି ଖାଉଛ

ରତ୍ନ ଖଟେ ପୁଣି ଶୋଉଛ।।

 

ଭକ୍ତ ପ୍ରିୟ ଚକାନୟନ

ମନକୁ ମୋ ବୁଝି ପାରୁନ।।

 

ମାଗୁ ନାହିଁ ଧନ ରତନ

ଝୁରେ ତୁମ ଛନ୍ଦା ଚରଣ।।

 

ଦୁଃଖୀଟିଏ ବୋଲି ଆସିଛି

ବଡ଼ଦାଣ୍ଡେ ତୋର ବସିଛି।।

 

ଅଭଡ଼ାକୁ ତୋର ଚାହିଁଛି

ତୋ ଛଡ଼ା ତୁଳସୀ ଖୋଜୁଛି।।

 

କରୁଣା ଟିକିଏ ତୋହର

ଖୋଜୁଛି ଏମନ ମୋହର।।

 

ସାହା ହୁଅ ଦୀନ ବାନ୍ଧବ

ତୋ ଚରଣେ କୋଟି ପ୍ରଣାମ।।

 

 ଶୁଭଶ୍ରୀ  ପ୍ରଧାନ

 କୋଣାର୍କ , ପୁରୀ

 

Related posts

ବିଧାୟିକା ସୀମାରାଣୀ ଙ୍କ ହିନ୍ଦୋଳ ଏନ୍ ଏ ସି ଗସ୍ତ କାର୍ଯ୍ୟକ୍ରମ

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଜୀବନଟା ଦୁଇ ଦିନ

Sunil Chandra Nayak

କନକ ନିଆଲ ସନ୍ଦେହଜନକ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି ଜୋର ଧରିଲା, ରାସ୍ତାକୁ ଓହ୍ଲାଇଲା ବହୁଜନ ଜଷ୍ଟିସ୍ ଫୋରମ୍

Sunil Chandra Nayak

Leave a Comment

error: Content is protected !!