ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ନିମ୍ନ ମାନର ଅଭିଯୋଗ

ବର୍ଷକରେ ରାସ୍ତା ଫାଟି ଆଁ,ବିଭାଗ ପାଖରେ ଖବର ନାହିଁ

କଲମପୁର-୧୦/୬(ମସିହା) ବିଭାଗୀୟ କର୍ମଚାରୀ ମାନଙ୍କ ଦାୟିତ୍ୱ ହିନତା କାରଣରୁ ସରକାରଙ୍କ ରାଜକୋଷରୁ ବିପୁଳ ଅର୍ଥ ଶ୍ରାଦ୍ଧ ହୋଇ ଚାଲିଥିଲେ ବି ଏହାର ସୁଫଳ ଲୋକେ ପାଇପାରୁନାହାନ୍ତି ।ଏଭଲି ଜ୍ୱଳନ୍ତ ଉଦାହରଣ ପାଲଟିଛି ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଜନ ବିଭାଗ ମାଧ୍ୟମରେ ସଂପାଦିତ କଲମପୁର ବ୍ଳକ ଧନପୁର ମାଲପଡା ଭାୟା ମଣ୍ଡଳ ନବ ନିର୍ମିତ ପ୍ରଧାନମନ୍ତ୍ରୀ ଗ୍ରାମିଣ ସଡକ ଯୋଜନା ରାସ୍ତା । ଏହି ରାସ୍ତା ଗତବର୍ଷ ଶେଷ ହୋଇ ବିଭାଗ ର ହସ୍ତଗତ ହୋଇଛି ।ଏବେ ତାହାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ।ବର୍ଷକ ମଧ୍ୟରେ ରାସ୍ତା ଫାଟି ଆଁ କଲାଣି ହେଲେ ବିଭାଗ ପାଖରେ ଖବର ନାହିଁ ।ରକ୍ଷଣାବେକ୍ଷଣ ଶୁନ୍ୟ ହୋଇ ପଡିଥିବା ବେଳେ ତରବରିଆ ଓ ନିମ୍ନମାନର କାର୍ଯ୍ୟ ସଂପାଦନ ଯୋଗୁଁ ଏପରି ହୋଇ ଥିବା ଗ୍ରାମ ବାସୀ ମାନେ ଅଭିଯୋଗ କରିଛନ୍ତି ।ପ୍ରାୟ ୩ କିଲୋମିଟର ରାସ୍ତା ଅବସ୍ଥା ଏତେ ଶିଘ୍ର ନଷ୍ଟ ହେବା ତଦନ୍ତ ସାପେକ୍ଷ ହୋଇ ଥିବା ବେଳେ ସହକାରୀ ଯନ୍ତ୍ରୀ ଶ୍ରୀ ମାଝି ବାବୁ ଏହା ହାଲୁକା ମାଟି ହୋଇ ଥିବାରୁ ଏପରି ହୋଇଛି ସଂପୃକ୍ତ ଠିକାଦାର ମରାମତି କରି ଦେବ ବୋଲି ହାଲୁକା ମନ୍ତବ୍ୟ ଦେଇ ମୂଖ୍ୟ ପ୍ରସଙ୍ଗ ରୁ ଆଡେଇ ଯାଇଛନ୍ତି ।ଏହାର ଉଚ୍ଚସ୍ତରୀୟ ତଦନ୍ତ ପୂର୍ବକ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହେଉଥିବା ବେଳେ କାହିଁକି ବିଭାଗୀୟ ଅଧିକାରୀ ଓ ଠିକାଦାର ଙ୍କ ବିରୋଧରେ ପଦକ୍ଷେପ ନିଆଯାଇ ପାରୁନାହିଁ ତାହା ହିଁ ଏଠାରେ ବଡ ପ୍ରଶ୍ନ ?

କଲମପୁର ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ

Related posts

ମୁଣ୍ଡାଗୁଡା ରୁ ମଙ୍ଗର ଦୋରା ରାସ୍ତା ମରାମତି ପାଇଁ ପାଡେ ପଦର ସରପଞ୍ଚ ଙ୍କ ବି ଡି ଓ ଙ୍କୁ ଦାବିପତ୍ର

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଭାଲୁ ଆକ୍ରମଣରେ ଜଣେ ଗୁରୁତର ଭବାନୀପାଟଣା ମୂଖ୍ଯ ଡାକ୍ତରଖାନାରେ ଚିକିତ୍ସାଧିନ

Sunil Chandra Nayak

Leave a Comment

error: Content is protected !!