ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ବର୍ଷା ଭିଜା ରାତି

ବର୍ଷା ଭିଜା ରାତି

 

ଭିଜା ଭିଜା ରାତି

ମଧୁଝରା ସ୍ମୃତି

ମନେ ପଡେ ସାଥି

ବର୍ଷା ଭିଜା ରାତି।।

          ସେଇ ବର୍ଷା ଥରେ

         ଆସିଗଲା ପରେ

         ମାଟି ବାସ୍ନା ଭରେ

         ପହିଲି ବର୍ଷାରେ।।

ବର୍ଷା ଛିଟା ଧାରେ

ରିମ୍ ଝିମ୍ ଶବ୍ଦ ସୁରେ

ପ୍ରେମ ବର୍ଷା ଧାରେ

ଦୁହେଁ ଭିଜୁଥିଲେ।।

          ମଧୁ ଝରା ରାତି

          ମନେ ପଡେ ସାଥି

         ହୃଦେ ଭରେ ପ୍ରୀତି

        ଫେରିଛି ସେ ରାତି।।

ପାଖା ପାଖି ଥିଲେ

ଗୋଟେ ଛତା ତଳେ

ଆମେ ଦୁହେଁ ଥିଲେ

ଅଧା ଭିଜୁ ଥିଲେ।।

        ମାଦକ ନିଶାରେ

       ତନୁ ମନ ଭରେ

      ପ୍ରେମର ସ୍ପର୍ଶରେ

      ପ୍ରୀତି ଫୁଲ ଝରେ।।

ପ୍ରେମର ରଜ୍ଜୁରେ

ବାନ୍ଧି ହେଲେ ଥରେ

ପୀରତି ବନ୍ୟାରେ

ଦୁଇ ମନ ଝରେ।।

      ଖୋଜୁଛି ମୁଁ ତତେ

      ଭୁଲିଗଲୁ ମତେ

      ପ୍ରତିଶ୍ରୁତି ସତେ

       ମିଛେ ଦେଲୁ ମତେ।।

ମନେ ପଡେ ତୋର

ଆଳାପ ମଧୁର

ପ୍ରେମ ଭିଜା ସ୍ପର୍ଶ

ପହିଲି ପୁଲକ।।

         ହୃଦ ସିନ୍ଧୁ ପୂର୍ଣ୍ଣ

         ଅନୁଭବେ ମନ

       ଅନ୍ତ ଆକର୍ଷଣ

       ଅଦୃଶ୍ଯ ସେ ପ୍ରେମ।।

           

             ମମତା ସାହୁ

           ଗାଈଗାଁ,କଳାହାଣ୍ତି

Related posts

ଶିକ୍ଷକ ଫେଡେରେସନ ତରଫରୁ ଷୋଡଶ ବାର୍ଷିକ ଉତ୍ସବ, ପତ୍ରିକା ଉନ୍ମୋଚନ ଓ ସମ୍ଵର୍ଦ୍ଧନା ସଭା 

Sunil Chandra Nayak

କଳାହାଣ୍ଡି ପେକ୍ସ ନିର୍ବାଚନରେ ଲାଲୁ – ରାବିଡି ଯୋଡ଼ି ! ଅଞ୍ଚଳରେ ଚର୍ଚ୍ଚାର ବିଷୟ

ଖରିଆର ଠାରେ ଜୟ ମାତାଦି ଗ୍ରୁପ ତରଫରୁ ୭୬ ତମ ଆଜାଦି କି ଅମୃତ ମହୋତ୍ସବ ଜୋର ସୋର ରେ ପାଳନ

Sunil Chandra Nayak

Leave a Comment

error: Content is protected !!