ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମମତା ସାହୁ ଙ୍କ କବିତା ବର୍ଷା ଭିଜା ରାତି

ବର୍ଷା ଭିଜା ରାତି

 

ଭିଜା ଭିଜା ରାତି

ମଧୁଝରା ସ୍ମୃତି

ମନେ ପଡେ ସାଥି

ବର୍ଷା ଭିଜା ରାତି।।

          ସେଇ ବର୍ଷା ଥରେ

         ଆସିଗଲା ପରେ

         ମାଟି ବାସ୍ନା ଭରେ

         ପହିଲି ବର୍ଷାରେ।।

ବର୍ଷା ଛିଟା ଧାରେ

ରିମ୍ ଝିମ୍ ଶବ୍ଦ ସୁରେ

ପ୍ରେମ ବର୍ଷା ଧାରେ

ଦୁହେଁ ଭିଜୁଥିଲେ।।

          ମଧୁ ଝରା ରାତି

          ମନେ ପଡେ ସାଥି

         ହୃଦେ ଭରେ ପ୍ରୀତି

        ଫେରିଛି ସେ ରାତି।।

ପାଖା ପାଖି ଥିଲେ

ଗୋଟେ ଛତା ତଳେ

ଆମେ ଦୁହେଁ ଥିଲେ

ଅଧା ଭିଜୁ ଥିଲେ।।

        ମାଦକ ନିଶାରେ

       ତନୁ ମନ ଭରେ

      ପ୍ରେମର ସ୍ପର୍ଶରେ

      ପ୍ରୀତି ଫୁଲ ଝରେ।।

ପ୍ରେମର ରଜ୍ଜୁରେ

ବାନ୍ଧି ହେଲେ ଥରେ

ପୀରତି ବନ୍ୟାରେ

ଦୁଇ ମନ ଝରେ।।

      ଖୋଜୁଛି ମୁଁ ତତେ

      ଭୁଲିଗଲୁ ମତେ

      ପ୍ରତିଶ୍ରୁତି ସତେ

       ମିଛେ ଦେଲୁ ମତେ।।

ମନେ ପଡେ ତୋର

ଆଳାପ ମଧୁର

ପ୍ରେମ ଭିଜା ସ୍ପର୍ଶ

ପହିଲି ପୁଲକ।।

         ହୃଦ ସିନ୍ଧୁ ପୂର୍ଣ୍ଣ

         ଅନୁଭବେ ମନ

       ଅନ୍ତ ଆକର୍ଷଣ

       ଅଦୃଶ୍ଯ ସେ ପ୍ରେମ।।

           

             ମମତା ସାହୁ

           ଗାଈଗାଁ,କଳାହାଣ୍ତି

Related posts

ତ୍ରୈଲୋକେଶ୍ୱର ଶିବ ମନ୍ଦିର ପରିସରରେ ବନମହୋତ୍ସବ

ସାଧନା ପଣ୍ଡା ଙ୍କ କବିତା ଚିଠି

Sunil Chandra Nayak

କୋକସରା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କ କାର୍ଯ୍ୟଭାର ଗ୍ରହଣ

Sunil Chandra Nayak

Leave a Comment

error: Content is protected !!